Posted inଖେଳ

୧୫ ବର୍ଷ ପୁରୁଣା ମ୍ୟାଚ୍‌କୁ ନେଇ ହରଭଜନଙ୍କୁ କଟାକ୍ଷ କଲେ ପାକିସ୍ତାନ ବୋଲର; ରାଗରେ ଲାଲ ହୋଇ ଏଭଳି…

ନୂଆଦିଲ୍ଲୀ,୨୭।୧୦: ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ୧୦ ଉଇକେଟରେ ପରାଜିତ ହୋଇଥିଲା ଭାରତୀୟ ଟିମ୍‌। ପାକିସ୍ତାନ ଭାରତର ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ହୋଇଥିବାରୁ ବିଜୟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର କଥା କଟାକଟି ଦେଖିବାକୁ ମିଳୁଛି। ଏହି କ୍ରମରେ ଏବେ ଦୁଇ ପୂର୍ବ କ୍ରିକେଟରଙ୍କ ମଧ୍ୟରେ ଟୁଇଟର ଫାଇଟ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର ଭାରତର ପୂର୍ବତନ ସ୍ପିନର ହରଭଜନ ସିଂହଙ୍କ ପୁରୁଣା ମ୍ୟାଚ୍‌ର ଏକ ଭିଡିଓ ଟୁଇଟରରେ ଶେୟାର କରିଥିଲେ। ଉକ୍ତ ମ୍ୟାଚ୍‌ଟି ଭାରତ ପାକିସ୍ତାନ ମଧ୍ୟରେ ଥିଲା। ଭିଡିଓଟିରେ ଶାହିଦ ଆଫ୍ରିଦି(ଲାଲା) ହରଭଜନଙ୍କ ଚାରି ବଲ୍‌ରେ ଚାରିଟି ଛକା ମାରିଥିବା ଦେଖାଯାଇଥିଲା। ପାଖାପାଖି ୧୫ ବର୍ଷ ପୂର୍ବେ ଲାହୋରରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ର ଭିଡିଓ ଶେୟାର କରି ଆମିର ଲେଖିଥିଲେ, ‘ଭଜ୍ଜି ମୁଁ ଆପଣଙ୍କ ବୋଲିଂ ଦେଖିବାରେ ବ୍ୟସ୍ତ ଥିଲି, ଯେତେବେଳେ ଲାଲା ଚାରି ବଲ୍‌ରେ ଚାରି ଛକା ମାରିଥିଲେ। କ୍ରିକେଟରେ ଏପରି ହୁଏ, ହେଲେ ଟେଷ୍ଟ କ୍ରିକେଟରେ ଟିକେ ବେଶି ହୋଇଗଲା। ’ଏହାର ଜବାବରେ ହରଭଜନ କହିଥିଲେ, ଲଡ୍ସରେ ନୋ ବଲ୍‌ କିଭଳି ହୋଇଯାଇଥିଲା। କେତେ ନେଇଥିଲ, କିଏ ଦେଇଥିଲା। ଟେଷ୍ଟ କ୍ରିକେଟରେ ନୋ ବଲ୍‌ କିଭଳି ହୋଇପାରେ। ତୁମ ଉପରେ ଏବଂ ତୁମ ସମର୍ଥକଙ୍କ ଉପରେ ଲାଜ ଲାଗେ, ଯିଏ ଏହି ସୁନ୍ଦର ଖେଳକୁ ବରବାଦ କରୁଛନ୍ତି।

ହରଭଜନଙ୍କ ପ୍ରତିକ୍ରିୟା ପଢ଼ି ପୁଣି ଜବାବ ଦେଇଥିଲେ ଆମିର। ସେ ଟୁଇଟ୍‌ କରିଥିଲେ, ‘ହରଭଜନ, ପଛରେ ଲାଗିଲା କି, ଦୌଡ଼-ଦୌଡ଼ ଲାଲା ଆସିଲା’। ଏଭଳି ଅପଶବ୍ଦ ଶୁଣିବା ପରେ ହରଭଜନ ରାଗରେ ଲାଲ ହୋଇଯାଇଥିଲେ। ସେ ଆଉ ଏକ ଟୁଇଟ୍‌ କରି ଆମିରଙ୍କ ପୁରୁଣା ଦିନକୁ ମନେ ପକାଇଦେଇଥିଲେ। ଆମିର ସ୍ପଟ୍‌ ଫିକ୍ସିଂ ମାମଲାରେ ଛନ୍ଦି ହେବା ବେଳର ଫଟୋ ଶେୟାର କରି ହରଭଜନ କହିଥିଲେ, ଆମିର ତୁମ ଭଳି ଲୋକଙ୍କ ପାଇଁ କେବଳ ଟଙ୍କା, ଟଙ୍କା, ଟଙ୍କା… ନା ଇଜ୍ଜତ ନା ଆଉ କିଛି, କେବଳ ଟଙ୍କା। ଦେଶବାସୀ ଏବଂ ସମର୍ଥନଙ୍କୁ କୁହ ତୁମକୁ କେତେ ମିଳିଥିଲା। ତୁମ ଭଳି ଲୋକଙ୍କ ସହ କଥା ହେବାକୁ ମୋତେ ଘୃଣା ଲାଗେ। ତୁମେମାନେ ଏହି ଖେଳର ବେଜିତ କରିଛ। ନିଜ କୁକର୍ମ ଜରିଆରେ ଲୋକଙ୍କୁ ବୋକା ବନାଇଛ ବୋଲି ସେ କହିଥିଲେ। ଏବେ ଏହି କ୍ୟାଟ୍‌ଫାଇଟ୍‌ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri