Posted inଖେଳ

ଭାରତୀୟ ଟିମ୍‌ରେ ଚାପେଲ ଯୁଗ ଭଳି ସ୍ଥିତି; ଡ୍ରେସିଂ ରୁମ୍‌ ଅବସ୍ଥା ଚିନ୍ତାଜନକ; ବର୍ଷିଲେ ହରଭଜନ…

ନୂଆଦିଲ୍ଲୀ,୧୭।୧: ମୁଖ୍ୟ କୋଚ୍‌ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଭାରତୀୟ ଟିମ୍‌ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି। ଏଥିନେଇ ଡ୍ରେସିଂ ରୁମ୍‌ର ସ୍ଥିତି ବଦଳିବା ଭଳି ମନେ ହେଉଛି। କେତେବେଳେ ଖେଳାଳି ତ କେବେ ଖେଳାଳି-କୋଚ୍‌ଙ୍କ ମଧ୍ୟରେ ମତଭେଦ ନେଇ ଖବର ଆସୁଛି। ଯଦିଓ ଅଧିନାୟକ ରୋହିତ ଶର୍ମା ସବୁକିଛି ଠିକ୍‌ ଥିବା କହିଛନ୍ତି, ହେଲେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଏହାକୁ ନେଇ ଖପ୍ପା ହୋଇଛନ୍ତି।

ହରଭଜନ କହିଛନ୍ତି, ଗତ ୬-୮ ମାସ ମଧ୍ୟରେ ଦଳ ନେଇ ଯେଉଁ ଖବର ସାମ୍ନାକୁ ଆସୁଛି, ତାହା ଡ୍ରେସିଂ ରୁମ୍‌ରେ ମତଭେଦର ସଙ୍କେତ। ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନେକ ଜାତୀୟ ଗଣମାଧ୍ୟମରେ ଅନେକ ଦାବି କରାଯାଇଥିଲା। ଭାରତୀୟ ଦଳରେ ଫାଟ ସହ ଜଣେ ବରିଷ୍ଠ ଖେଳାଳି ନିଜକୁ ଟିମରେ ମିଷ୍ଟର ଫିକ୍ସିଷ୍ଟ ଭାବେ ଦର୍ଶାଉଥିଲେ, ଯିଏକି ରୋହିତଙ୍କ ସ୍ଥାନରେ ଅଧିନାୟକ ହୋଇଥାନ୍ତେ। ସିଡନୀ ଟେଷ୍ଟ ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ହେଲେ ମ୍ୟାଚ୍‌ର ଦ୍ୱିତୀୟ ଦିନ ରୋହିତ ନିଜେ ନିଜ ପ୍ରଦର୍ଶନକୁ ଦେଖି ଦଳରୁ ନିଜକୁ ବାହାରେ ରଖିଥିବା କହିଥିଲେ। ଅଷ୍ଟ୍ରେଲିଆରୁ ଫେରିବା ପରେ ଦଳକୁ ଅନୁଶାସନକୁ ଆଣିବାକୁ ବିସିସିଆଇ ପଦକ୍ଷେପ ନେବ ବୋଲି କୁହାଯାଉଥିଲା। ତାହା ହିଁ ହେଲା। ସେମାନଙ୍କ ଉପରେ ଅନେକ ନିୟମ ଲାଗିଲା।

ଏଥିନେଇ ହରଭଜନ କହିଛନ୍ତି, ପରଦା ପଛରେ କୌଣସି ଡ୍ରାମା ଚାଲିଥିଲା। ଗତ ୨ ମାସରେ ଅନେକ ରିପୋର୍ଟ ସାମ୍ନାକୁ କିଭଳି ଆସିଲା। ଝଗଡ଼ା ସବୁ ଘରେ ହୋଇଥାଏ, ହେଲେ ତାହା ଘର ଭିତରେ ରହିବା ଉଚିତ। ଏହାକୁ ନିଜ ନିଜ ମଧ୍ୟରେ ସମାଧାନ କରିନିଅ। ଏତେ ଡ୍ରାମା କାହିଁକି ହେଉଛି। ଯଦି ଅଜିତ ଅଗରକର କୁହନ୍ତି ଯେ ଏସବୁ କଥା ସରଫରାଜ ନୁହନ୍ତି ବରଂ କୋଚ୍‌ କହିଛନ୍ତି ତେବେ କ’ଣ ହେବ, ଜଣେ ଅନ୍ୟଜଣଙ୍କ ଉପରେ ଦୋଷ ଲଦିବାର କୌଣସି ଅର୍ଥ ନାହିଁ।

ହରଭଜନ ଏବେର ଭାରତୀୟ ଡ୍ରେସିଂ ରୁମ୍‌ର ସ୍ଥିତିକୁ ଗ୍ରେଗ୍‌ ଚାପେଲଙ୍କ ସମୟର ଡ୍ରେସିଂ ରୁମ୍‌ ସହ ତୁଳନା କରି କହିଛନ୍ତି, ମୁଁ ଏଭଳି ଆଭ୍ୟନ୍ତରିଣ ଝଗଡ଼ା ଦେଖିଛି। ଗମ୍ଭୀର ନୂଆ। ତାଙ୍କୁ ଖେଳାଳିମାନଙ୍କୁ ଜାଣିବାକୁ ହେବ। ଖେଳାଳି ମଧ୍ୟ ତାଙ୍କୁ ଜାଣିବେ। ସମ୍ପର୍କ ମଜଭୂତ ନ ହେଲେ ପ୍ରଦର୍ଶନ ଅସମ୍ଭବ।୨୦୦୬-୦୮ରେ ଯେବେ ଚାପେଲ କୋଚ୍‌ ଥିଲେ, ମୁଁ ଡ୍ରେସିଂ ରୁମ୍‌ର ଶୋଚନୀୟ ସ୍ଥିତି ଦେଖିଛି। ଏହା ପଛରେ ଖେଳାଳି ପରସ୍ପରକୁ ଦୋଷାରୋପ କରୁଥିଲେ। ଗଣମାଧ୍ୟମକୁ ଏତେ ସବୁ କିଭଳି ଜଣାପଡ଼ୁଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri