Posted inଜାତୀୟ

Video: ଲାଇଭ୍‌ ଶୋ’ରେ ବର୍ଷିଲେ ହରଭଜନ: କହିଲେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବାର ପ୍ରଶ୍ନ ନାହିଁ …

ନୂଆଦିଲ୍ଲୀ,୧୩।୭: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ହେଲେ ଏବେଠାରୁ ଟୁର୍ନାମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତ ସରକାରଙ୍କ ଅନୁମତି ବିନା ଟିମ୍‌ ଇଣ୍ଡିଆକୁ ପାକିସ୍ତାନକୁ ପଠାଇବ ନାହିଁ। ଏମିତିରେ ପଡୋଶୀ ଦେଶକୁ ଯିବା ଏକପ୍ରକାର ସମ୍ଭବ ନୁହେଁ ବୋଲି କୁହାଯାଉଛି। ରିପୋର୍ଟ ମୁତାବକ ଚାମ୍ପିଅନ୍ସ ଟ୍ରଫି ଲାଗି ହାଇବ୍ରିଡ ମଡେଲ ଦାବି କରୁଛି ବିସିସିଆଇ। ଏଥିଲାଗି ଟିମ୍‌ ଇଣ୍ଡିଆ ନିଜ ମ୍ୟାଚଗୁଡ଼ିକ ପାକିସ୍ତାନ ବଦଳରେ ଶ୍ରୀଲଙ୍କା ନଚେତ ଦୁବାଇରେ ଖେଳିବାକୁ ଚାହୁଁଛି। ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ପୂର୍ବତନ କ୍ରିକେଟର ହରଭଜନ ସିଂ ପାକିସ୍ତାନୀ ଗଣମାଧ୍ୟମ ସହ ପୂର୍ବତନ ଖେଳାଳିଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି।

ଏକ ପାକିସ୍ତାନୀ ଚ୍ୟାନେଲ ସହ ଅତିଥି ଭାବେ ଯୋଡ଼ି ହୋଇ ହରଭଜନ କହିଛନ୍ତି, ଟିମ୍‌ ଇଣ୍ଡିଆ ବିଲ୍‌କୁଲ ପାକିସ୍ତାନ ଯିବ ନାହିଁ। କାରଣ ଦଳକୁ ପାକିସ୍ତାନର ଆବଶ୍ୟକତା ନାହିଁ। ଯଦି ଆପଣମାନେ ଟିମ ଇଣ୍ଡିଆ ବିନା ତିଷ୍ଠି ପାରିବେ ତେବେ ଆପଣ ଯାହା କରିବା କଥା କରନ୍ତୁ।

କହିରଖୁଛୁ, ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି ଯେ ଯଦି ଚାମ୍ପିୟନ୍ସ ଟ୍ରଫି ଖେଳିବା ଲାଗି ଟିମ୍‌ ଇଣ୍ଡିଆ ପାକିସ୍ତାନ ନ ଆସେ ତେବେ ଟିମ ଇଣ୍ଡିଆ ସ୍ଥାନରେ ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟ ଖେଳିବ। ଏସିଆ କପ ସମୟରେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା। ଏଣୁ ଆଗାମୀ ଟୁର୍ନାମେଣ୍ଟରେ ଏଭଳି ହେବା ଦେଖିବା ସାଧାରଣ କଥା ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri