ଆଡଲ୍ଟ ଚରିତ୍ରରେ ଅଭିନୟ କରି ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ ବିଦ୍ୟା

ମୁମ୍ବାଇ: ବର୍ଷ ଆରମ୍ଭରେ ଜନ୍ମଦିନ ପାଳନ କରିଛନ୍ତି ବଲିଉଡର ଡାର୍ଟି ଗର୍ଲ ବିଦ୍ୟା ବଲାନ । ୪୩ ବର୍ଷରେ ପାଦ ଦେଇଥିବା ବିଦ୍ୟା ଡାର୍ଟି ପିକଚର, ଇସ୍କିୟା, ପା ଭଳି ଫିଲ୍ମ ଭେଟିଦେଇ ଦର୍ଶକଙ୍କ ହୃଦୟରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ଏମିତି ସମୟ ଥିଲା ଯେତେବେଳେ ବିଦ୍ୟା ଭାବୁଥିଲେ ତାଙ୍କୁ ଆଉ ହାଲକା ଫୁଲକା ଚରିତ୍ର ମିଳିବ ନାହିଁ । ହେଲେ ସବୁପ୍ରକାର ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ କିଣି ନେଇଥିଲେ । ମୁମ୍ବାଇର ଚେମ୍ବୁରରେ ଏକ ତାମିଲ ପରିବାରରେ ଜନ୍ମ ବିଦ୍ୟାଙ୍କର । ମାତ୍ର ୧୬ ବର୍ଷ ବୟସରେ ଏକତା କପୁରଙ୍କ ଟେଲିଭିଜନ ସିରିଏଲ ‘ହମ ପାଞ୍ଚ’ରୁ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ତାଙ୍କର ନଜର ଥିଲା ବଡ ପରଦା ଉପରେ । ମାଲୟାଲମ ଓ ତାମିଲ ଫିଲ୍ମରେ ଅନେକ ଥର ଚେଷ୍ଟା କରି ବି ସଫଳ ହୋଇ ନ ଥିଲେ ବିଦ୍ୟା । ଏମିତିକି ଏକ ମାଲୟାଲମ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଏହା କୌଣସି କାରଣ ବଶତଃ ରିଲିଜ୍ ହୋଇ ନ ଥିଲା । ଏହାପରେ ବିଦ୍ୟାଙ୍କୁ ସମସ୍ତେ ଅମଙ୍ଗଳ ବୋଲି କହିଥିଲେ । ହେଲେ ବହୁ ସଂଘର୍ଷ ପରେ ବିଦ୍ୟା ଏଣ୍ଟ୍ରି କଲେ ବଲିଉଡରେ । ‘ହେ ବେବି’ ଓ ‘କିସମତ କନେକ୍ସନ’ ବିଦ୍ୟାଙ୍କୁ ଦେଲା ଭିନ୍ନ ପରିଚୟ । ତେବେ ନିଜର ଓଜନ ଓ ଓଜନଦାର ଗହଣାକୁ ପସନ୍ଦ କରୁଥିବା ବିଦ୍ୟାଙ୍କର ବହୁ ସମାଲୋଚନା କରାଯାଇଥିଲା । ଏହାପରେ ସେ ଇଣ୍ଡଷ୍ଟ୍ରି ଛାଡିଦେବା କଥା ଚିନ୍ତା କରିଥିଲେ । ହେଲେ କ୍ୟାରିୟର ଆରମ୍ଭରେ ‘ପରିଣିତା’ ଓ ‘ମୁନ୍ନା ଭାଇ’ରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଥିଲା । ଏହାପରେ ସେ ଆଉ ପଛକୁ ନାହିଁ ଆଗକୁ ଯିବାକୁ ସ୍ଥିର କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଥିବା ବିଦ୍ୟା ୨୦୧୧ରେ ସିଲକ୍ ସ୍ମିତାଙ୍କ ବାୟୋପିକ୍ ‘ଦ ଡାର୍ଟି ପିକଚର’ରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଅଭିନେତ୍ରୀଙ୍କ ଅଭିନୟ ଦର୍ଶକଙ୍କ ମନ କିଣିଥିଲା । ଯଦିଓ ସିଲ୍କ ସ୍ମିତାଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଟିକେ କଷ୍ଟକର ଥିଲା ଏହାପରେ ବି ସେ ନିଜର ସମସ୍ତ ଚେଷ୍ଟା ଏଥିରେ ଲଗାଇ ଦେଇଥିଲେ । ଆଉ ସଫଳ ବି ହୋଇଥିଲେ । ସବୁଠୁ ମିଳିଥିଲା ବିଦ୍ୟାଙ୍କୁ କେବଳ ପ୍ରଶଂସା ହିଁ ପ୍ରଶଂସା । ୨୦୧୨, ଡିସେମ୍ବର ୧୪ରେ ବିଦ୍ୟା ବିବାହ କରିଥିଲେ ସିଦ୍ଧାର୍ଥ ରୟ କପୁରଙ୍କୁ । ଫିଲ୍ମ ଫେୟାର ଆୱାର୍ଡରେ ଉଭୟଙ୍କ ମଧ୍ୟରେ ସାକ୍ଷାତ୍ ହୋଇଥିବା ବେଳେ ପ୍ରଥମେ ବନ୍ଧୁ ଓ ପରେ ପତ୍ନୀ ପତି ହୋଇ ଯାଇଥିଲେ ବିଦ୍ୟା-ସିଦ୍ଧାର୍ଥ । ଏବେ ବିଦ୍ୟାଙ୍କ ହାତରେ କମ୍ ଅଫର ଥିଲେ ବି ସେ ବଲିଉଡର ଜଣେ ଆଗଧାଡିର ନାୟିକା ତାଲିକାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri