୨୬ ଜୁନରେ ପାଳନ କରାଯାଇଥାଏ ଶ୍ରେୟା ଘୋଷାଲ ଡେ’

ମୁମ୍ବାଇ: ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗିୟ ଲଳନା ଶ୍ରେୟା ଘୋଷାଲ ଆଜି ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗର ବେହରାମପୁରରେ ଜନ୍ମ ନେଇଥିଲେ ଶ୍ରେୟା । ପିଲାଟିବେଳୁ ସଙ୍ଗିତ ପ୍ରତି ରୁଚି ରଖିଥିବା ଶ୍ରେୟା ମାତ୍ର ୪ ବର୍ଷ ବୟସରୁ ସଙ୍ଗିତ ଶିକ୍ଷା ଆରମ୍ଭ କରି ଦେଇଥିଲେ । ଏହାପରେ ତାଙ୍କୁ ବଡ ସୁଯୋଗ ଦେଇଥିଲା ସାରେଗାମାପା ମଞ୍ଚ । ପ୍ରଥମେ ସେ ଯେତେବେଳେ ସେଠାରେ ଜଣେ କଣ୍ଟେଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ ସେତେବେଳେ ସେହି ଶୋ’କୁ ହୋଷ୍ଟ କରୁଥିଲେ ସିଙ୍ଗର ସୋନୁ ନିଗମ । ଏଥିରେ ସେ ସଫଳ ନ ହୋଇଥିଲେ ବି ତାଙ୍କ କଣ୍ଠର ଯାଦୁଗରି ସମସ୍ତଙ୍କ ହୃଦୟରେ ବସା ବାନ୍ଧିଥିଲା । ଯେତେବେଳେ ଶ୍ରେୟା ଦ୍ୱିତୀୟ ଥର ସାରେଗାମାପା ମଞ୍ଚକୁ ଆସିଥିଲେ ସେତେବେଳେ ତାଙ୍କ ଉପରେ ନଜର ପଡିଥିଲା ବଲିଉଡର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କର । ସେହିଠାରୁ ହିଁ ସେ ଶ୍ରେୟାଙ୍କୁ ତାଙ୍କ ଫିଲ୍ମ ‘ଦେବଦାସ’ରେ ଗାଇବା ପାଇଁ ସୁଯୋଗ ଦେଇଥିଲେ ।
ଶ୍ରେୟା ଘୋଷାଲ ଏମିତି ପ୍ରଥମ ଗାୟିକା ଯାହାଙ୍କୁ ମାତ୍ର ୨୬ ବର୍ଷ ବୟସରେ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ଫିଲ୍ମ ଫେୟାର ଆୱାର୍ଡ ବିଜେତା ଶ୍ରେୟାଙ୍କ ନାମରେ ଆଜିବି ଆମେରିକାର ଓହିୟୋ ରାଜ୍ୟରେ ୨୬ ଜୁନକୁ ଶ୍ରେୟା ଘୋଷାଲ ଡେ’ ଭାବେ ପାଳନ କରାଯାଇଥାଏ । ଶ୍ରେୟା ଘୋଷାଲ ହିନ୍ଦୀ ବ୍ୟତୀତ ବେଙ୍ଗଲି, ତାମିଲ, ତେଲଗୁ, କନ୍ନଡ, ମରାଠି ଓ ଭୋଜପୁରୀ ଭାଷାରେ ଗୀତ ଗାଇ ସାରିଛନ୍ତି । ନିଜ ପର୍ସନାଲ ଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ଶ୍ରେୟା ଶେଷରେ ତାଙ୍କ ପିଲାଦିନର ବନ୍ଧୁ ଶିଳାଦିତ୍ୟ ବନ୍ଦୋପାଧ୍ୟାୟଙ୍କୁ ୨୦୧୫ରେ ଲୁଚିଛପି ବିବାହ କରିଥିଲେ ବୋଲି କୁହାଯାଏ । ଏବେ ସେ ଗୋଟିଏ ପୁତ୍ର ସନ୍ତାନର ଜନନୀ ।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri