ବିକିନ୍‌ ପିନ୍ଧିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ କିଏ ଥିଲେ ଜାଣନ୍ତି କି

ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଡିସେମ୍ବର ୮, ୧୯୪୪ ରେ କାନପୁରରେ ଜନ୍ମଗ୍ରହଣ କରିଥିଲେ। ଶର୍ମିଲା ଟାଗୋର ତାଙ୍କ ସମୟର ସବୁଠାରୁ ସୁନ୍ଦର ଏବଂ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଶର୍ମିଲା ତାଙ୍କ କ୍ୟାରିୟରରେ ଗୋଟିଏ ନୁହେଁ ବରଂ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ସେ ‘ବିକିନି’ ଅବତାରରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲେ। ବିକିନି ପିନ୍ଧିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ ଶର୍ମିଲା ଟାଗୋର ଥିଲେ। ଏଥି ସହିତ, ଏକ ପତ୍ରିକାରେ ତାଙ୍କର ଏକ ବୋଲ୍ଡ ଫଟୋକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ୧୯୬୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆନ୍‌ ଇଭନିଙ୍ଗ୍‌ ଇନ୍‌ ପ୍ୟାରିସ’ରେ ଶର୍ମିଲା ଟାଗୋର ଏକ ସ୍ବିମ୍‌ଶୁଟ୍‌ ପିନ୍ଧିଥିଲେ। ସେ ଏଭଳି ଶୁଟ୍‌ ପିନ୍ଧିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଥିଲେ। ସେ ଫିଲ୍ମଫେୟାର ପତ୍ରିକାର ଅଗଷ୍ଟ ୧୯୮୮ ସଂଖ୍ୟା ପାଇଁ ବିକିନି ପିନ୍ଧି ଫଟୋଶୁଟ୍‌ କରିଥିଲେ। ଜଣେ ପ୍ରସିଦ୍ଧ ଅଭିନେତ୍ରୀ ବିକିନିରେ ଫଟୋସୁଟ ଭାରତରେ ପ୍ରଥମ ଥିଲା। ‘ଆନ୍‌ ଇଭନିଙ୍ଗ୍‌ ଇନ୍‌ ପ୍ୟାରିସ’ ଶୁଟିଂ ସମୟରେ କ୍ରିକେଟର୍‌ ମନସୁର ଅଲ୍ଲୀ ଖଶନ ପଟୌଦିଙ୍କ ସହ ଶର୍ମିଳାଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ମନସୁର ଅଲିଙ୍କ ମା ଏହା ଜାଣିବା ପରେ ସେ ଶର୍ମିଲାଙ୍କୁ ଭେଟିବାକୁ ମୁମ୍ବାଇ ଆସିବାର ଥିଲା। ଏହି ସମୟରେ ମୁମ୍ବାଇରେ ଶର୍ମିଲାଙ୍କ ସ୍ବିମ୍‌ଶୁଟ୍‌ ପୋଷ୍ଟର ଚାରିଆଡେ ଲାଗିଥିଲା। ମନସୁରଙ୍କ ମା’ କାଳେ ଏହି ଫଟୋ ଦେଖିଦେବା ତାହା ଭାବି ଶର୍ମିଲା ବିବ୍ରତ ହୋଇପଡିଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କ ଚଳଚ୍ଚିତ୍ର ନିର୍ମାତାଙ୍କୁ ଡାକି ମୁମ୍ବାଇର ପ୍ରତ୍ୟେକ କୋଣରୁ ଫିଲ୍ମର ପୋଷ୍ଟର ହଟାଇବାକୁ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri