ବିକିନ୍‌ ପିନ୍ଧିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ କିଏ ଥିଲେ ଜାଣନ୍ତି କି

ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଡିସେମ୍ବର ୮, ୧୯୪୪ ରେ କାନପୁରରେ ଜନ୍ମଗ୍ରହଣ କରିଥିଲେ। ଶର୍ମିଲା ଟାଗୋର ତାଙ୍କ ସମୟର ସବୁଠାରୁ ସୁନ୍ଦର ଏବଂ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଶର୍ମିଲା ତାଙ୍କ କ୍ୟାରିୟରରେ ଗୋଟିଏ ନୁହେଁ ବରଂ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ସେ ‘ବିକିନି’ ଅବତାରରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲେ। ବିକିନି ପିନ୍ଧିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ ଶର୍ମିଲା ଟାଗୋର ଥିଲେ। ଏଥି ସହିତ, ଏକ ପତ୍ରିକାରେ ତାଙ୍କର ଏକ ବୋଲ୍ଡ ଫଟୋକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ୧୯୬୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆନ୍‌ ଇଭନିଙ୍ଗ୍‌ ଇନ୍‌ ପ୍ୟାରିସ’ରେ ଶର୍ମିଲା ଟାଗୋର ଏକ ସ୍ବିମ୍‌ଶୁଟ୍‌ ପିନ୍ଧିଥିଲେ। ସେ ଏଭଳି ଶୁଟ୍‌ ପିନ୍ଧିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଥିଲେ। ସେ ଫିଲ୍ମଫେୟାର ପତ୍ରିକାର ଅଗଷ୍ଟ ୧୯୮୮ ସଂଖ୍ୟା ପାଇଁ ବିକିନି ପିନ୍ଧି ଫଟୋଶୁଟ୍‌ କରିଥିଲେ। ଜଣେ ପ୍ରସିଦ୍ଧ ଅଭିନେତ୍ରୀ ବିକିନିରେ ଫଟୋସୁଟ ଭାରତରେ ପ୍ରଥମ ଥିଲା। ‘ଆନ୍‌ ଇଭନିଙ୍ଗ୍‌ ଇନ୍‌ ପ୍ୟାରିସ’ ଶୁଟିଂ ସମୟରେ କ୍ରିକେଟର୍‌ ମନସୁର ଅଲ୍ଲୀ ଖଶନ ପଟୌଦିଙ୍କ ସହ ଶର୍ମିଳାଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ମନସୁର ଅଲିଙ୍କ ମା ଏହା ଜାଣିବା ପରେ ସେ ଶର୍ମିଲାଙ୍କୁ ଭେଟିବାକୁ ମୁମ୍ବାଇ ଆସିବାର ଥିଲା। ଏହି ସମୟରେ ମୁମ୍ବାଇରେ ଶର୍ମିଲାଙ୍କ ସ୍ବିମ୍‌ଶୁଟ୍‌ ପୋଷ୍ଟର ଚାରିଆଡେ ଲାଗିଥିଲା। ମନସୁରଙ୍କ ମା’ କାଳେ ଏହି ଫଟୋ ଦେଖିଦେବା ତାହା ଭାବି ଶର୍ମିଲା ବିବ୍ରତ ହୋଇପଡିଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କ ଚଳଚ୍ଚିତ୍ର ନିର୍ମାତାଙ୍କୁ ଡାକି ମୁମ୍ବାଇର ପ୍ରତ୍ୟେକ କୋଣରୁ ଫିଲ୍ମର ପୋଷ୍ଟର ହଟାଇବାକୁ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri