Posted inଖେଳ

ପୁଅର ବ୍ୟାଟ୍‌ କିଣିବା ପାଇଁ କରଜ କରିଥିଲେ ମା’, ପୁଅ ଆଜି ଭାରତୀୟ କ୍ରିକେଟ୍‌ ଦଳର ସାଜିଛନ୍ତି ‘ପାଚେରି’

ଭାରତୀୟ କ୍ରିକେଟ ଦଳର ପାଚେରି କୁହାଯାଉଥିବା ଚେତେଶ୍ୱର ପୂଜାରା ଆଜି ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୮ରେ ଜାନୁୟାରୀ ୨୫ ରାଜକୋଟରେ ଜନ୍ମ ହୋଇଥିବା ପୂଜାରା ନିକଟରେ ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ପୂଜାରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପିଲାଦିନରୁ ବହୁ ସଂଘର୍ଷ କରି ପୂଜାରା ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। କେବଳ ପୂଜାରା ନୁହେଁ, ତାଙ୍କ ସଫଳତାରେ ତାଙ୍କ ମା’ଙ୍କର ମଧ୍ୟ ବଡ଼ ହାତ ରହିଛି। ଚେତେଶ୍ୱର ପୂଜାରା ଛୋଟ ଥିବାବେଳେ ତାଙ୍କ ମା’ ରିନା ସ୍ବପ୍ନ ଦେଖିଥିଲେ ଯେ, ତାଙ୍କ ପୁଅ ଦିନେ ଭାରତ ପାଇଁ କ୍ରିକେଟ ଖେଳିବେ। ଚେତେଶ୍ୱରଙ୍କ ପିତା ଅରବିନ୍ଦ ପୂଜାରା ମଧ୍ୟ ଖୁବ କମ ବୟସରେ ତାଙ୍କ ପୁଅର ପ୍ରତିଭାକୁ ଚିହ୍ନିଥିଲେ। ଅରବିନ୍ଦ ପୂଜାରା ନିଜେ ରଣଜୀ ଟ୍ରଫି ଖେଳିଛନ୍ତି। ଚେତେଶ୍ୱର ପୂଜାରାଙ୍କୁ ପ୍ରଥମ ଚମଡ଼ା ବଲ ବ୍ୟାଟ୍‌ ତାଙ୍କ ମା’ଙ୍କ ଦ୍ୱାରା ଉପହାର ସ୍ବରୂପ ଦିଆଯାଇଥିଲା। ପୂଜାରାଙ୍କ ମା’ ୧୫୦୦ ଟଙ୍କା ମୂଲ୍ୟର ଏକ ବ୍ୟାଟ କିଣି ପୁଅକୁ ଦେଇଥିଲେ। ପୂଜାରାଙ୍କ ମା’ ସେହି ବ୍ୟାଟ ପାଇଁ କିସ୍ତିରେ ଟଙ୍କା ଦେଇଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ପୂଜାରାଙ୍କୁ ୮ ବର୍ଷ ହୋଇଥିଲା, ସେ ଛୋଟ ଥିବାରୁ ଅନ୍ୟ ବ୍ୟାଟିଂ ପ୍ୟାଡ ତାଙ୍କୁ ଫିଟ ହେଉ ନ ଥିଲା। ଏହା ପରେ ମା’ ହାତରେ ପୁଅ ପାଇଁ ପ୍ୟାଡ ସିଲେଇ କରିଥିଲେ।

କଠିନ ପରିଶ୍ରମ ହେତୁ ଚେତେଶ୍ୱର ପୂଜାରା ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରସିଦ୍ଧ ହୋଇଥିଲେ, କିନ୍ତୁ ତାଙ୍କ ମା ଭାରତ ପାଇଁ ଖେଳୁଥିବା ପୁଅକୁ ଦେଖିପାରି ନ ଥିଲେ। ଚେତେଶ୍ୱର ପୂଜାରାଙ୍କ ଡେବ୍ୟୁ ପୂର୍ବରୁ ତାଙ୍କ ମାଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। ଚେତେଶ୍ୱର ପୂଜାରା ତାଙ୍କ ମା’ଙ୍କୁ ହରାଇଥିଲେ କିନ୍ତୁ ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ କୌଣସି ସୁଯୋଗ ହାତଛଡା କରି ନଥିଲେ। ସେ ଅକ୍ଟୋବର ୯, ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ପୂଜାରା ଆଜି ଦୁନିଆର ସର୍ବୋତ୍ତମ ଟେଷ୍ଟ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ଚେତେଶ୍ୱର ପୂଜାରା ୮୧ ଟେଷ୍ଟରେ ୬୧୧୧ ରନ ସଂଗ୍ରହ କରିଛନ୍ତି ଏବଂ ତାଙ୍କର ହାରାହାରି ୪୭.୭୪ ରହିଛି। ସେ ୧୮ ଶତକ ଏବଂ ୨୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ଗୋଟିଏ ଶତକ ହାସଲ କରିପାରି ନ ଥିଲେ କିନ୍ତୁ ସେ ୯୨୮ ବଲ ସମ୍ମୁଖୀନ ହୋଇ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ରୋକିଥିଲେ। ୩ ଅର୍ଦ୍ଧଶତକ ହାସଲ କରି ସିରିଜରେ ସେ ୨୭୧ ରନ ସଂଗ୍ରହ କରିଥିଲେ ଏବଂ ଟିମ ଇଣ୍ଡିଆ ୨-୧ରେ ସିରିଜ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri