୩ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ବିବାହ ପୂର୍ବରୁ ମା’ ହୋଇଥିଲେ ଗର୍ଲଫ୍ରେଣ୍ଡ

ସାଉଥ ସିନେମାର ପାୱାର ଷ୍ଟାର ଚିରଞ୍ଜୀବୀଙ୍କ ଭାଇ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ୫୦ ବର୍ଷ ବୟସ ହୋଇଛି। ସେ ସେପ୍ଟେମ୍ବର ୨, ୧୯୭୧ ରେ ବାପାତଲାରେ ଜନ୍ମଗ୍ରହଣ କରିଥିଲେ। ପୱନ ତେଲୁଗୁ ସିନେମାର ଜଣେ ଜଣାଶୁଣା ଅଭିନେତା। ତାଙ୍କ ଚଳଚ୍ଚିତ୍ର ସହିତ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚାରେ ଥାନ୍ତି। ପଓ୍ବନ ଗୋଟିଏ ନୁହେଁ ତିନୋଟି ବିବାହ କରିଛନ୍ତି । ଦକ୍ଷିଣର ସୁପରଷ୍ଟାର ଅଭିନେତା ଚିରଞ୍ଜୀବୀଙ୍କ ଭାଇ ହୋଇଥିବାରୁ ତାଙ୍କୁ ଚଳଚ୍ଚିତ୍ରରେ ପ୍ରବେଶ କରିବାକୁ ଅଧିକ ସଂଘର୍ଷ କରିବାକୁ ପଡି ନ ଥିଲା। ସେ ୧୯୯୬ରେ ତେଲୁଗୁ ଚଳଚ୍ଚିତ୍ର ‘ଅକ୍କଦା ଅମାଇ ଇକ୍କଦା ଅବ୍ବାଇ’ ରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ବଲିଉଡ ଫିଲ୍ମ ‘କୟାମତ ସେ କୟାମତ ତକ’ର ରିମେକ ଥିଲା। ପୱନ ତାଙ୍କ ଚଳଚ୍ଚିତ୍ରକୁ ଦେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେିତିକି ଚର୍ଚ୍ଚାରେ ରୁହନ୍ତି। ସେ ଗୋଟିଏ ନୁହେଁ, ତିନୋଟି ବିବାହ କରିଛନ୍ତି। ୧୯୯୭ରେ ସେ ପ୍ରଥମେ ନନ୍ଦିନୀଙ୍କୁ ବିବାହ କରିଥିଲେ। ଏହା ପରେ, ସେ ୨୦୦୪ରେ ରେଣୁ ଦେଶାଇଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଏକ ଶିଶୁର ପିତା ମଧ୍ୟ ହୋଇଥିଲେ। ଏହି ସମୟରେ ପୱନ ଏବଂ ନନ୍ଦିନୀ ଛାଡପତ୍ର ଦେଇ ନ ଥିଲେ।
ଏହା ପରେ, ପୱନ ଏବଂ ନନ୍ଦିନୀ ୨୦୦୭ ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ଏକ ବର୍ଷ ପରେ ସେମାନେ ଛାଡପତ୍ର ହୋଇଥିଲା। ପ୍ରଥମ ସ୍ତ୍ରୀ ପରେ ପୱନ ରେଣୁ ଦେଶାଇଙ୍କ ସହ ସମ୍ପର୍କ ସ୍ବୀକାର କରିଥିଲେ ଏବଂ ଜାନୁୟାରୀ ୨୯,୨୦୦୯ରେ ଦୁହେଁ ବିବାହ କରିଥିଲେ। ବିବାହ ପରେ କିଛି ସମୟ ପାଇଁ ସେମାନଙ୍କ ସମ୍ପର୍କ ଭଲ ଚାଲିଥିଲା। କିନ୍ତୁ ପରେ ସମ୍ପର୍କ ଖରାପ ହୋଇଗଲା। ୨୦୧୨ରେ ଉଭୟଙ୍କର ଛାଡପତ୍ର ହୋଇଥିଲେ।
ଏହା ପରେ ତୃତୀୟ ବିବାହର ପର୍ଯ୍ୟାୟ ଆସିଲ। ପୱାନ ରୁଷର ମଡେଲ ତଥା ଅଭିନେତ୍ରୀ ଆନ୍ନା ଲେଜନେଭାଙ୍କୁ ତୃତୀୟ ଥର ବିବାହ କରିଥିଲେ। ଫିଲ୍ମ ‘ତିନ୍‌ ମାର’ର ଶୁଟିଂ ସମୟରେ ସେମାନଙ୍କର ସାକ୍ଷାତ ହୋଇଥିଲା। ଆନ୍ନା ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଏକ ସନ୍ତାନ ଥିଲା । ତେବେ, ପୱନ ଏବଂ ଆନ୍ନାଙ୍କର ଶଙ୍କର ପାଭୋଭିଚ ନାମକ ଏକ ସନ୍ତାନ ଅଛି। ତାଙ୍କ ପିଲାମାନଙ୍କ ସହିତ ପୱନ ମଧ୍ୟ ଆନ୍ନାଙ୍କ ପିଲାଙ୍କୁ ବଢେଥିଲେ। ଦୁହେଁ ଏବେ ନିଜ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri