ମାସକରେ ସରିବ ହଂସପୁର-ବରଦା ବିଜୁ ସେତୁ

ଛତ୍ରପୁର,୩୧।୮(ଡି.ଏନ.ଏ.): ଋଷିକୁଲ୍ୟା ନଦୀ ଉପରେ ଛତ୍ରପୁର ବ୍ଲକ ହଂସପୁର ଠାରୁ ଗଞ୍ଜାମ ବ୍ଲକର ବରଦା ମଧ୍ୟରେ ହୋଇଥିବା ବିଜୁ ସେତୁ ନିର୍ମାଣ  ଅଗ୍ରଗତିର ସମୀକ୍ଷା ହୋଇଛିା ମଙ୍ଗଳବାର ଉକ୍ତ ସେତୁ ପରିଦର୍ଶନ କରି ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି।  ମାସକ ମଧ୍ୟରେ ଏହି କାର୍ଯ୍ୟ ସରିବ ବୋଲି ଯନ୍ତ୍ରୀ ମାନେ ସୂଚନା ଦେଇଥିଲେ। କେବଳ ସେତୁର ଦୁଇ ପଟ ର ଆପ୍ରୋଚ ରୋଡ୍‌ ନିର୍ମାଣ ବାକି ରହିଛି ା ଏହି ସେତୁ ପାଇଁ ୨୨ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଆକଳନ ହୋଇଛି ା ଉକ୍ତ ସେତୁ ନିର୍ମାଣ ଦ୍ୱାରା ଛତ୍ରପୁର ବ୍ଲକ ସହ ଗଞ୍ଜାମ, ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକ ସହ ଯୋଗାଯୋଗ ସୁବିଧାରେ ହୋଇପାରିବ ା ଦୀର୍ଘ ଦିନର ଦାବି ଏବେ ପୂରଣ ହୋବକୁ ଯାଉଛି ା ଏହି କାର୍ଯ୍ୟ ୨୦୨୦ ଫେବୃୟାରୀ ୨୦ ତାରିଖରେ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଫେବୃୟାରୀ ୧୯ ତାରିଖରେ ସରିବା ର ଥିଲା ା ଏହି ସମୀକ୍ଷା ବେଳେ ଜିଲାପରିଷଦ ସଭ୍ୟ ଏମ୍‌.ଧନଂଜୟ ରେଡ୍ଡୀ ଓ ରଶ୍ମିତା ନାହାକ, ସମିତିସଭ୍ୟ ଶମ୍ଭୁନାଥ ସ୍ବାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ା