ହସ୍ତଶିଳ୍ପ ସାମଗ୍ରୀକୁ ଶିଳ୍ପ ବିଭାଗର ସ୍ବୀକୃତି ମିଳୁନି

ଖଣ୍ଡପଡ଼ା,୧୦ା୯(ଅଜୟ କୁମାର ମହାରଣା)ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ ପରିଚାଳନା ନିର୍ଦ୍ଦେଶିକା, ନିର୍ଦ୍ଦେଶକ କଣ୍ଟିଲୋ ଅଞ୍ଚଳକୁ ବିଭିନ୍ନ ସମୟରେ ପରିଦର୍ଶନରେ ଆସି କଂସା ପିତ୍ତଳ କାରିଗରମାନଙ୍କ ଶାଳ ଓ ସେମାନଙ୍କ କାର୍ଯ୍ୟଶୈଳୀ ବୁଲି ଦେଖିଛନ୍ତି। ତମ୍ବା ଓ ପିତ୍ତଳ ଚଦର(ସିଟ୍‌)ରେ ପ୍ରସ୍ତୁତ ସୌଖିନ ସାମଗ୍ରୀ ଦେଖି ପ୍ରଶଂସା କରିଛନ୍ତି। ତେବେ ଉପରୋକ୍ତ ସାମଗ୍ରୀ ରାଜ୍ୟ ଶିଳ୍ପ ବିଭାଗର ସ୍ବୀକୃତି ପାଇନାହିଁ। ଏପରିକି ବିଭିନ୍ନ ହସ୍ତଶିଳ୍ପ ତାଲିକାରେ କଣ୍ଟିଲୋର ଉପରୋକ୍ତ ସାମଗ୍ରୀ ତାଲିକାଭୁକ୍ତ ହୋଇ ନାହିଁ। ଏହାକୁ ନେଇ କଣ୍ଟିଲୋ ହସ୍ତଶିଳ୍ପୀ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, କଣ୍ଟିଲୋ ହସ୍ତଶିଳ୍ପୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସୌଖୀନ ସାମଗ୍ରୀର ରାଜ୍ୟ, ଅନ୍ୟ ରାଜ୍ୟ ସହିତ ଦେଶ ବିଦେଶରେ ଚାହିଦା ରହିଛି। ଉପରୋକ୍ତ ସାମଗ୍ରୀ ବିକାଶ ଦିଗରେ ପ୍ରୟାସ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ପ୍ରକୃତରେ କାର୍ଯ୍ୟକାରି ହେଉ ନ ଥିବାରୁ କାରିଗରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କଣ୍ଟିଲୋ ଏକଦା କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଥିଲା। ମାତ୍ର କଞ୍ଚାମାଲର ଅଭାବ ସାଙ୍ଗକୁ ଉପତ୍ାଦିତ ସାମଗ୍ରୀର ବଜାର ଚାହିଦା କ୍ରମଶଃ ହ୍ରାସ ପାଉଥିବା କାରଣରୁ କଂସା ପିତ୍ତଳ କାରିଗରମାନେ ନିଜର କୌଳିକ ବୃତ୍ତି ହରାଇ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ବୃତ୍ତିକୁ ଚାଲି ଯାଉଥିବାରୁ ଏ ଶିଳ୍ପରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମାତ୍ର କେତେଜଣ କାରିଗରଙ୍କ ଦ୍ୱାରା ତମ୍ବା ଓ ପିତ୍ତଳ ଚଦର(ସିଟ୍‌)ରେ ବିଭିନ୍ନ ସୌଖିନ ଓ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ ହେଉଛି।ଏହି କାରିଗରମାନେ ଅକ୍ଲାନ୍ତ ପରିଶ୍ରମ କରି ଯେପରି ଭାବେ ହସ୍ତଶିଳ୍ପ ସାମଗ୍ରୀ ଉପତ୍ାଦନ କରୁଛନ୍ତି ତାହା ସରକାରଙ୍କ ଦୃଷ୍ଟିକୁ ଆସିବାର ଆବଶ୍ୟକତା ରହିଛି ବୋଲି କାରିଗର ଅଖିଳ କୁମାର ମହାପାତ୍ର, ସରୋଜ କୁମାର ମହାରଣା, ମାୟାଧର ସାହୁ, ପ୍ରତାପ କୁମାର ମହାରଣା, ପବିତ୍ର କୁମାର ମହାରଣା, ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ କହିଛନ୍ତି। ଅପରପକ୍ଷେ କାରିଗରମାନଙ୍କ ଶାଳଘର, ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ପିଲାମାନଙ୍କ ଶିକ୍ଷାର ବିକାଶ ଉପରେ ଶିଳ୍ପ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି କାରିଗରମାନେ କହିଛନ୍ତି। କଣ୍ଟିଲୋ ନାରାୟଣୀ ଲୌହତ୍ତର ଧାତୁଶିଳ୍ପ ସମବାୟ ସମିତିର ସମ୍ପାଦକ ଶରତ ଚନ୍ଦ୍ର ମହାରଣା ଓ ନୟାଗଡ଼ ଜିଲା ଶିଳ୍ପୀ ମହାସଂଘର ସଭାପତି ତଥା ବାପୁଜୀ ବାସନ ଶିଳ୍ପ ସହଯୋଗ ସମିତି ଲିଃର ସଭାପତି ଦଣ୍ଡପାଣି ସାହୁ କହିଛନ୍ତି, କଣ୍ଟିଲୋକୁ ପରିଦର୍ଶନରେ ଆସୁଥିବା ଶିଳ୍ପ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ କାରିଗରମାନଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ଦେଖାଇବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ବାରମ୍ବାର ଦାବି ପରେ ଶିଳ୍ପ ବିଭାଗ ପକ୍ଷରୁ କଣ୍ଟିଲୋଠାରେ ଏକ ରମେଟେରିଆଲ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ହେଲେ ଉପରୋକ୍ତ ହସ୍ତଶିଳ୍ପ ସାମଗ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା ଆଜିଯାଏ ସ୍ବୀକୃତି ପାଇନାହିଁ।ଏ ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ସେଥିରେ କୌଣସି ସଫଳତା ମିଳିନାହିଁ ା ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ଦେବାଦେବୀ ମନ୍ଦିର ସାଜସଜା, ବିବାହ ବନ୍ଦାପନା ଓ ଘରକରଣା ସହିତ ଅନେକ ସୌଖୀନ ସାମଗ୍ରୀ ବିକ୍ରି ହେଉଛି। ଶିଳ୍ପ ବିଭାଗ ପକ୍ଷରୁ ଗୁରୁ-ଶିଷ୍ୟ ପରମ୍ପରା ତାଲିମ କାର୍ଯ୍ୟକ୍ରମରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି ା ଅନେକ ଯୁବକ କେବଳ ଷ୍ଟାଇପେଣ୍ଟ ଅର୍ଥ ପାଇଁ ସେମାନଙ୍କ ନାମ ତାଲିକା ଭୁକ୍ତ କରାଇ କାଗଜପତ୍ରରେ ତାଲିମ ପାଇଛନ୍ତି। ହେଲେ ଏହି ତାଲିମ ଦ୍ୱାରା ନୂତନ କାରିଗରର ସୃଷ୍ଟି ହେଉ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri