ସାଇକେଲ ପାଇ ବି ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାରର ସହାୟତା କରାଯାଉଛି। ସେମାନଙ୍କୁ ସୁବିଧାରେ ଯାତାୟାତ ନିମନ୍ତେ ଆବଶ୍ୟକତା ଅନୁଯାୟୀ ତିନି ଚକିଆ ସାଇକେଲ, ବ୍ୟାଟେରୀ ଚାଳିତ ସାଇକେଲ, ୩ ଚକିଆ ସ୍କୁଟି ଆଦି ଯୋଗାଇ ଦିଆଯାଉଛି। ମାତ୍ର ଏହାର ମରାମତ ବ୍ୟବସ୍ଥା କରାଯାଉ ନ ଥିବାରୁ ଅଳ୍ପ ଦିନରେ ଭାଙ୍ଗି ଘରେ ପଡ଼ୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ସଦର ବ୍ଲକ୍‌ ଜାମୁନାଳିଆ ଗ୍ରାମର ଚନ୍ଦନ ନାୟକ(୬୦)ଙ୍କୁ ବ୍ୟାଟେରୀ ଚାଳିତ ୩ ଚକିଆ ସାଇକେଲ ମିଳିଥିଲା। ସେ କେନ୍ଦୁଝର ସହରକୁ ଚାଲି ଚାଲି ଭାର କରି ଖଲି ଚଉତି, ପତ୍ର ଆଣି ବିକ୍ରି କରୁଥିଲେ। ସାଇକେଲ ମିଳିବା ପରେ ସୁବିଧାରେ ଯାତାୟାତ କରିପାରୁଥିଲେ। ତେବେ ପେଡାଲ ନିକଟରୁ ଏକ ବୋଲଟ୍‌ ଖସି ପଡ଼ିବା ଫଳରେ ଟ୍ରାଇ ସାଇକେଲ ଚଳାଇବାରେ ସମସ୍ୟା ହେବାରୁ ଏକ କାଠି ଲଗାଇ ଚଳାଉଛନ୍ତି। ପ୍ରଶାସନ ପକ୍ଷରୁ ରେଞ୍ଜି ଦିଆଯାଇନି କି ସର୍ଭିସ ସୁବିଧା ମିଳୁନାହିଁ। ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ପକ୍ଷେ ସଜାଡ଼ିବା କଷ୍ଟକର। କୌଣସି ସମୟରେ ରାସ୍ତାରେ ପେଡ଼ାଲ ଖସି ପଡ଼ିବାର ଭୟ ରହୁଥିବା ଚନ୍ଦନ କହିଛନ୍ତି। ନିୟମାନୁଯାୟୀ, ନୂଆ ସାଇକେଲ ବା ଗାଡ଼ି କିଣିଲେ କମ୍ପାନୀ କିଛି ମାସ ପର୍ଯ୍ୟନ୍ତ ଏହାର କୌଣସି ସମସ୍ୟା ଥିଲେ ସଜାଡ଼ି ଦେଇଥାନ୍ତି। କିନ୍ତୁ ଏଠାରେ ସାଇକେଲ ବା ଗାଡ଼ି ବିକି କମ୍ପାନୀ ଲାଭବାନ ହେଉଛନ୍ତି ଏବଂ ପ୍ରଶାସନ ସେସବୁ ବାଣ୍ଟି ଫଟୋ ଉଠାଇ ସଫଳତା ଦର୍ଶାଉଛନ୍ତି। ସର୍ଭିସିଂ ହେଉଛି କି ନାହିଁ ତାହାର ସମୀକ୍ଷା କରୁନାହାନ୍ତି। ଏଣୁ ବହୁ ଗରିବ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏ ନେଇ ପ୍ରଶାସନ ଦୃଷ୍ଟି ଦେବା ସହ ମରାମତି ବ୍ୟବସ୍ଥା କରିବାକୁ ସ୍ଥାନୀୟ ସାମାଜିକ କର୍ମୀ ଦିଲୀପ କୁମାର ସାହୁ, ପ୍ରଦିପ ମହାନ୍ତ ଦାବି କରିଛନ୍ତି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟ କହିଛନ୍ତି, ନିଜେ ମରାମତି ପାଇଁ କୌଣସି ସରଞ୍ଜାମ ଦିଆଯାଏ ନାହିଁ। ତେବେ ପ୍ରତ୍ୟେକ ମାସ ବ୍ଲକ୍‌ସ୍ତରରେ ମରାମତି ପାଇଁ ବ୍ୟବସ୍ଥା ରହିଛି। ହିତାଧିକାରୀମାନେ ବାହାରେ ରଖୁଥିବାରୁ ବର୍ଷାରେ ଖରାପ ହେଉଛି। ନଚେତ୍‌ ଖରାପ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri