ପ୍ରତ୍ୟର୍ପିତଙ୍କ ହାତରେ ହ୍ୟାଣ୍ଡ୍‌କଫ୍‌, ଗୋଡ଼ରେ ବେଡ଼ି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭ା୨:ହାତରେ ହ୍ୟାଣ୍ଡ୍‌କଫ୍‌, ଗୋଡ଼ରେ ବେଡ଼ି। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଟ୍ରମ୍ପ୍‌ ପ୍ରଶାସନ ସେନା ବିମାନରେ ଏଭଳି ପଠାଇ ଦେଇଛି ଭାରତକୁ। ବିମାନରେ ସମସ୍ତଙ୍କ ପାଇଁ ଗୋଟିଏ ମାତ୍ର ଟଏଲେଟ୍‌ ଥିଲା। ଦୀର୍ଘ ଯାତ୍ରାବେଳେ ଶିକୁଳିରେ ବନ୍ଧାହୋଇଥିଲେ ସମସ୍ତେ। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟର୍ପିତ ଏହି ଭାରତୀୟମାନେ ବୁଧବାର ପଞ୍ଜାବର ଅମୃତସର ଏୟାରପୋର୍ଟରେ ପହଞ୍ଚତ୍ବା ପରେ ଯାଇ ସେମାନଙ୍କ ହାତ ଓ ଗୋଡ଼ରୁ ଲୁହା ଶିକୁଳି ଖୋଲାଯାଇଥିଲା। ପ୍ରବାସୀମାନେ ସେମାନଙ୍କ ପ୍ରତି କରାଯାଇଥିବା ଆଚରଣ ଓ ନିର୍ଯାତନାର କାହାଣୀ ବଖାଣିଛନ୍ତି ଗଣମାଧ୍ୟମ ସମ୍ମୁଖରେ। ଟ୍ରମ୍ପ୍‌ ପ୍ରଶାସନର ଏଭଳି ଆଚରଣକୁ ଭାରତର ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ସଂସଦରେ ମଧ୍ୟ ଉଠିଛି ବିରୋଧୀଙ୍କ ସ୍ବର।
କଂଗ୍ରେସର ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ଅନେକ ବିରୋଧୀ ନେତା ଭାରତୀୟଙ୍କ ପ୍ରତି ଆମେରିକୀୟ କର୍ତ୍ତୃପକ୍ଷଙ୍କ ଆଚରଣକୁ ନିନ୍ଦା କରିବା ସହ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରି କି କେତେଜଣ ବିରୋଧୀ ନେତା ନିଜ ହାତରେ ହ୍ୟାଣ୍ଡ୍‌କଫ୍‌ ପିନ୍ଧି ପ୍ରତିବାଦ ଜଣାଇଛନ୍ତି। ନେତାମାନେ ଧରିଥିବା ପ୍ଲାକାର୍ଡରେ ଲେଖାଥିଲା, ‘ହ୍ୟୁମାନ୍ସ, ନୋ ପ୍ରିଜ୍‌ନର୍ସ’। ଭାରତ ପ୍ରତି ଏଭଳି ଅପମାନକୁ ସେମାନେ ସହିବେ ନାହିଁ କହି ସେମାନେ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ, ‘ଇଣ୍ଡିଆନ୍ସ ଇନ୍‌ସଲ୍ଟେଡ୍ଳ, ଇଣ୍ଡିଆ ଓଣ୍ଟ୍‌ ଷ୍ଟେ ସାଇଲେଣ୍ଟ’। କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ଆମେ ଇଣ୍ଡିଆ ବ୍ଲକ୍‌ର ଦଳଗୁଡ଼ିକ ଭାରତୀୟ ନାଗରିକଙ୍କ ସହ ଏପରି ଅମାନବୀୟ ବ୍ୟବହାରକୁ ବରଦାସ୍ତ କରିବୁ ନାହିଁ। ଏହି ପ୍ରତ୍ୟର୍ପଣ ଉପରେ ମୋଦି ସରକାର ବିସ୍ତୃତ ବିବୃତି ଜାରି କରନ୍ତୁ। ଭାରତୀୟମାନଙ୍କୁ ସମ୍ମାନ ଓ ମର୍ଯ୍ୟାଦାର ସହ ସ୍ବଦେଶକୁ ଫେରାଇ ଆଣିବା ପାଇଁ ସରକାର କାହିଁକି ନିଜସ୍ବ ବିମାନ ପଠାଇଲେ ନାହିଁ। ଏକ ବିଦେଶୀ ବିମାନ ଭାରତ ଭୂଇଁରେ କାହିଁକି ଅବତରଣ କଲା ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି। ସେହିପରି ଲୋକ ସଭାର ବିରୋଧୀ ନେତା ରାହୁଲ ସାମାଜିକ ଗଣମାଧ୍ୟରେ ପ୍ରତ୍ୟର୍ପିତ ବ୍ୟକ୍ତିମାନେ ନିଜ ଦୁର୍ଦ୍ଦଶା ବଖାଣୁଥିବାବେଳେର ଭିଡିଓକୁ ସଂଲଗ୍ନ କରି ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ, ଏମାନଙ୍କ ଯନ୍ତ୍ରଣାକୁ ଶୁଣନ୍ତୁ। ଭାରତୀୟମାନେ ସମ୍ମାନ ଓ ମର୍ଯ୍ୟାଦା ପାଇବାକୁ ହକ୍‌ଦାର, ହ୍ୟାଣ୍ଡ୍‌କଫ୍‌ ନୁହେଁ। ଓ୍ବାୟନାଡ୍‌ ଏମ୍‌ପି ପ୍ରିୟଙ୍କା ପାର୍ଲାମେଣ୍ଟ ପରିସରରେ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବନ୍ଧୁତାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ପ୍ରତ୍ୟର୍ପିତଙ୍କ ପ୍ରତି ଏପରି ବ୍ୟବହାର କାହିଁକି କରାଗଲା, ସେନେଇ ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବେ ଜବାବ ରଖିବା ଆବଶ୍ୟକ। ଅଖିଳେଶ ପ୍ରଶ୍ନ କରିଛନ୍ତି, ଏହି ଭାରତୀୟମାନେ ନିଜ ଦେଶ ଛାଡ଼ି ପଳାୟନ କରିବାକୁ କାହିଁକି ବାଧ୍ୟ ହୋଇଥିଲେ? ଏହା କେବଳ ପ୍ରତ୍ୟର୍ପିତ ଭାରତୀୟଙ୍କୁ ନେଇ ପ୍ରଶ୍ନ ନୁହେଁ। ଭାରତ ବିଶ୍ୱଗୁରୁ ହେବାକୁ ଯାଉଛି ବୋଲି ଲୋକଙ୍କୁ ସ୍ବପ୍ନ ଦେଖାଉଥିବା ନେତାମାନେ ଏବେ ଚୁପ୍‌ ହୋଇଯାଇଛନ୍ତି। ଆମ ବହିର୍ବ୍ୟାପାର ମନ୍ତ୍ରଣାଳୟ କ’ଣ କରୁଛି? ମହିଳା ଓ ଶିଶୁଙ୍କୁ ଅମାନବୀୟ ବ୍ୟବହାରରୁ ରକ୍ଷା କରିବା ପାଇଁ ସରକାର କିଛି ପଦକ୍ଷେପ ନେଇନାହାନ୍ତି।
ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ କହିଲେ, ସରକାର ଉପଯୁକ୍ତ ସମୟରେ ଏହା ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଏହା ଏକ ନୀତିଗତ ନିଷ୍ପତ୍ତି, ଯାହାକୁ ନେଇ ବିରୋଧୀ ରାଜନୀତି କରିବା ଅନୁଚିତ। ଶିବସେନା ୟୁବିଟିର ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ କହିଲେ, ପ୍ରତ୍ୟର୍ପିତ ଭାରତୀୟଙ୍କ ପ୍ରତି ଟ୍ରମ୍ପ୍‌ ପ୍ରଶାସନର ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ। ଆମ ସରକାର ଲୋକଙ୍କୁ ନିଯୁକ୍ତି ଦେଇପାରୁ ନ ଥିବାରୁ ଲୋକେ ଆମେରିକା ଯାଉଛନ୍ତି। ପୁଣି ନିଜ ଦେଶର ବିଫଳ ବହିର୍ବ୍ୟାପାର ସମ୍ପର୍କ ଓ ନୀତି ଯୋଗୁ ସେମାନେ ଏଭଳି ଅବସ୍ଥାରେ ଫେରୁଛନ୍ତି। କଂଗ୍ରେସର ଗୌରବ ଗୋଗୋଇ ଏହାକୁ ଭାରତ ସରକାରଙ୍କ ଦୁର୍ବଳତା ବୋଲି ଦର୍ଶାଇ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri