Posted inଖେଳ

ହାମିଲଟନ ଦ୍ରୁତତମ

ବୁଦାପେଷ୍ଟ, ୧୭ା୭ (ଏପି)-ହଙ୍ଗେରିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ ସେସନରେ ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ହମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରୀ ବୋଟାସ୍‌ଙ୍କଠାରୁ .୦୮୬ ସେକେଣ୍ଡ ସମୟ ବ୍ୟବଧାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହାମିଲଟନ ଏବଂ ତୃତୀୟ ହୋଇଥିବା ରେସିଂ ପଏଣ୍ଟ ଡ୍ରାଇଭର ସର୍ଗିଓ ପେରେଜଙ୍କ ମଧ୍ୟରେ ସମୟ ବୃବଧାନ .୫୨୭ ସେକେଣ୍ଡ ରହିଥିଲା। ରେସିଂ ପଏଣ୍ଟର ଅନ୍ୟ ଜଣେ ଡ୍ରାଇଭର ଲାନ୍ସ ଷ୍ଟ୍ରୋଲ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।
ଫେରାରିର ସେବାଷ୍ଟିଆନ ଭେଟେଲ ଓ ଚାଲର୍‌ସ ଲେକ୍‌ରେକ୍‌ ଏବଂ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନଙ୍କୁ ପଛରେ ପକାଇ ରେନଲ୍ଟର ଡାନିଏଲ ରିକାର୍ଡୋ ୫ମ ସ୍ଥାନ ଅଧିକାର କରିଥିଲେ। ଏହି ସିଜନରେ ମର୍ସିଡିଜ୍‌ ଡ୍ରାଇଭରମାନେ ପୋଲ ପୋଜିଶନରୁ ଗୋଟିଏ ଲେଖାଏଁ ରେସ୍‌ ଜିତିଛନ୍ତି। ବୋଟାସ ସିଜନ ଆରମ୍ଭ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଜିତିଥିବାବେଳେ ଗତ ରବିବାର ଅଷ୍ଟ୍ରିଆରେ ଷ୍ଟାଇରିଆନ ଗ୍ରଁାପ୍ରି ଟାଇଟଲ ହାସଲ କରିଛନ୍ତି ହାମିଲଟନ। ହାମିଲଟନଙ୍କର ଏହା ଥିଲା ୮୫ତମ ଫର୍ମୁଲା ଓ୍ବାନ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ନେହେରୁଙ୍କ ପ୍ରତିମୂର୍ତ୍ତି, BJP-RSS କର୍ମୀଙ୍କ ଉପରେ ଆସିଲା ଗୁରୁତର ଅଭିଯୋଗ

ଗୁଆହାଟି,୨୬।୨: ଆସାମରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଯାହା…

ଜନ୍ମମାଟିରେ ଶହୀଦ ଯବାନ ଲକ୍ଷ୍ମଣଙ୍କୁ ଶେଷ ବିଦାୟ

ମୋରଡ଼ା/ରାସଗୋବିନ୍ଦପୁର,୨୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା): ଜନ୍ମମାଟିରେ ଶହୀଦ ଓଡ଼ିଆ ଯବାନଙ୍କୁ ଦିଆଯାଇଛି ଶେଷ ବିଦାୟ। ‘ଅମର ରହେ ଯବାନ ଲକ୍ଷ୍ମଣ’ ସ୍ବରରେ କମ୍ପିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ…

ଦଶମ ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ସ୍କୁଲରେ ଆସିଲା ପ୍ରସବ ଯନ୍ତ୍ରଣା, ଶୌଚାଳୟରେ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶ ଧାର ଜିଲାର ପିଥମପୁରରେ ମଙ୍ଗଳବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା…

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା: ଲଞ୍ଚ ହେଲା ନୂଆ ପୋର୍ଟାଲ, ଘରେ ବସି ମିଳିବ…

ନୂଆଦିଲ୍ଲୀ,୨୬।୨: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇରେ କ୍ଷତିପୂରଣ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଦାବିଗୁଡ଼ିକର ଦ୍ରୁତ ଏବଂ ସ୍ବଚ୍ଛ ସମାଧାନ ସୁନିଶ୍ଚିତ କରିବା ପାଇଁ ରେଳବାଇ…

ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟ-ରଶ୍ମିକା, ମଣ୍ଡପ ବାହାରେ ବଣ୍ଟାହେଲା ମିଠା

ଉଦୟପୁର,୨୬।୨: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି କପଲ ଉଦୟପୁରରେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ସାତ ଜନ୍ମର…

ବିବାଦ ପରେ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରୁ ହଟିଲା ବିବାଦୀୟ ଅଧ୍ୟାୟ

ନୂଆଦିଲ୍ଲୀ,୨୬।୨: ଜାତୀୟ ଶୈକ୍ଷିକ ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ପାଠ୍ୟପୁସ୍ତକରୁ ବିବାଦୀୟ ଅଧ୍ୟାୟକୁ ହଟାଇ ଦେଇଛି। କିନ୍ତୁ ୩୮ଟି କପି ଏହା ପାଇଁ…

Video: ନେତାନ୍ୟାହୁ ପିନ୍ଧିଲେ ଭାରତୀୟ ପୋଷାକ, ତାଙ୍କ ପତ୍ନୀ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁମାଲ ସହିତ ମେଳ ଖାଉଥିବା…

ଜେରୁଜେଲମ,୨୬।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଅଛନ୍ତି। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ତେଲ ଅଭିଭରେ ପହଞ୍ଚିବା ପରେ ତାଙ୍କୁ ବେଞ୍ଜାମିନ…

ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା EDର ରେଡ୍

ଭୁବନେଶ୍ବର,୨୬।୨: ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା EDର ରେଡ୍ । ସକାଳୁ ସକାଳୁ ରେଡ୍ ଜାରି ରହିଛି । ହାଇଟେକ୍ ମେଡିକାଲ କଲେଜ ସମେତ ୫ଟି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri