ଦ୍ୱିତୀୟ ପର୍ଯ୍ୟାୟ ବନ୍ଧକ ମାନଙ୍କୁ ମୁକ୍ତ କରିବାରେ ବିଳମ୍ବ କଲା ହମାସ, ରଖିଲା ଏହି ସର୍ତ୍ତ

ନୂଆଦିଲ୍ଲୀ, ,୨୫ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିବା ପରେ ବନ୍ଧକ ମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ହମାସ ଇସ୍ରାଏଲ ଆଗରେ କିଛି ନୂଆ ଦାବି ଉପସ୍ଥାପନ କରିଛି। ହାମାସ କହିଛି ଯେ, ଯଦି ଇସ୍ରାଏଲ ଗାଜା ସିଟିକୁ ସହାୟତା ଆସିବାକୁ ଦେବ ନାହିଁ ସେ ପର୍ଯ୍ୟନ୍ତ ଦ୍ୱିତୀୟ ବନ୍ଧକ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ମୁକ୍ତ କରିବାର ପ୍ରକ୍ରିୟା ବିଳମ୍ବିତ ହୋଇପାରେ।

ତେବେ ହମାସର ଏହି ଦାବି ଉପରେ ଇସ୍ରାଏଲ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏହାପୂର୍ବରୁ ଇସ୍ରାଏଲର ସାମରିକ ମୁଖପାତ୍ର ଫ୍ରାନ୍ସର ବିଏଫଏମ ଟେଲିଭିଜନ ଷ୍ଟେସନକୁ କହିଥିଲେ ଯେ ଶେଷ ମୁହୂର୍ତ୍ତର ପରିବର୍ତ୍ତନକୁ ବାଦ ଦେଇ ୧୩ ଜଣ ଇସ୍ରାଏଲର ବନ୍ଧକଙ୍କୁ ମୁକ୍ତ କରାଯିବ ବୋଲି ଆଶା କରାଯାଉଥିଲା।

ତେବେ କତାର ହସ୍ତକ୍ଷେପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୧୫୦ ପାଲେଷ୍ଟାଇନ ନାଗରିକଙ୍କ ବଦଳରେ ହମାସ ୫୦ ବନ୍ଧକଙ୍କୁ ମୁକ୍ତ କରିବ। ଇସ୍ରାଏଲ ମୁକ୍ତ କାରବାକୁ ଥିବା କେତେକ ବନ୍ଦୀ ଇସ୍ରାଏଲ ମାଟିରେ ଅସ୍ତ୍ରଶସ୍ତ୍ର ଧରି ହିଂସା ସୃଷ୍ଟି କରିଥିଲେ।

ଶୁକ୍ରବାର ପ୍ରଥମ ପ୍ରଥାମ ପର୍ଯ୍ୟାୟ ଅଦଳ ବଦଳରେ, ଅକ୍ଟୋବର ୭ ରେ ହମାସ ଦ୍ୱାରା ବନ୍ଧକ ଥିବା ପ୍ରାୟ ୨୪୦ ଜଣ ବନ୍ଧକ ମଧ୍ୟରୁ ୧୩ ଜଣ ଇସ୍ରାଏଲ୍ ମହିଳା ଏବଂ ଶିଶୁ ମୁକ୍ତ ହୋଇଥିଲେ। ଇସ୍ରାଏଲର ଜେଲରୁ ଚବିଶ ଜଣ ଜେଲରେ ଥିବା ପାଲେଷ୍ଟାଇନ ମହିଳା ଏବଂ ୧୫ ଜଣ ଯୁବକଙ୍କୁ ମୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri