Posted inଫୁରସତ

ଗହ୍ମାପୂର୍ଣ୍ଣିମା ଓ ଶ୍ରୀବଳରାମ

ରାଖୀ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ସାରା ଦେଶରେ ଏହିଦିନ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥାଏ। ରାଖୀ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ସାକ୍ଷୀ। ଶ୍ରାବଣ ମାସ ପୂର୍ଣ୍ଣିମାରେ ପାଳିତ ହୋଇଥାଏ ରକ୍ଷାବନ୍ଧନ ଉତ୍ସବ। ଶ୍ରାବଣ ପୂର୍ଣ୍ଣିମା ଦିନଟିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଭ୍ରାତା ବଳରାମଙ୍କ ଜନ୍ମଦିନ ରୂପରେ ପାଳନ କରାଯାଇଥାଏ। ଗହ୍ମାପୂର୍ଣ୍ଣିମାରେ ଗୋରୁ ଏବଂ ଗୃହପାଳିତ ପ୍ରାଣୀଙ୍କୁ ପୂଜା କରାଯିବାର ପରମ୍ପରା ଆମ ରାଜ୍ୟରେ ରହିଛି। ଶ୍ରୀମନ୍ଦିରରେ ଶ୍ରାବଣ ଶୁକ୍ଳ ଏକାଦଶୀଠାରୁ ଆରମ୍ଭ ହୋଇଥିବା ଝୁଲଣଯାତ୍ରା ଗହ୍ମା ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ।
ଶ୍ରୀକୃଷ୍ଣଙ୍କ ଭଳି ବଳରାମ ପିଲାଦିନେ ଗୋପାଳକ ଭାବେ ଜୀବନ ଅତିବାହିତ କରିଥିଲେ। ଆଉ ଯଦୁବଂଶର ଦାୟାଦ ହୋଇଥିଲେ ବି ନନ୍ଦ ରାଜାଙ୍କ ଘରେ ଜନ୍ମ ହୋଇଥିବାରୁ ଦୁଇଟି ପରିବାରର ଅଂଶ ଥିଲେ ବଳରାମ। ଜଣେ ମାତାଙ୍କ ଗର୍ଭରେ ରହିବା ପରେ ଅନ୍ୟ ଜଣେ ମାତାଙ୍କ ଗର୍ଭ ଦେଇ ସଂସାରକୁ ଆସିଥିବାରୁ ସେ ଶଙ୍କର୍ଷଣ ନାମରେ ପରିଚିତ ହୋଇଥିଲେ। ତେବେ ତାଙ୍କର ପିଲାଦିନର ନାମ ଥିଲା ରାମ। ମହାଶକ୍ତିଶାଳୀ ହୋଇଥିବାରୁ ତାଙ୍କ ନାମ ପୂର୍ବରୁ ବଳ ଯୋଡ଼ାଯାଇଥିଲା। ଫଳରେ ସେ ବଳରାମ ନାମରେ ପରିଚିତ ହେଲେ। ନନ୍ଦ ରାଜାଙ୍କ ଆମନ୍ତ୍ରଣ କ୍ରମେ ମୁନି ଗର୍ଗ ନନ୍ଦଗ୍ରାମକୁ ଆସି ଶ୍ରୀକୃଷ୍ଣ ତଥା ବଳରାମଙ୍କ ନାମକରଣ କରିଥିଲେ।
ବର୍ଣ୍ଣ କୃଷ୍ଣ ବା କଳା ରଙ୍ଗର ହୋଇଥିବା ବେଳେ ବଳଭଦ୍ର ଥିଲେ ଗୌରବର୍ଣ୍ଣ। ସେଥିପାଇଁ ସର୍ବତ୍ର ବଳରାମଙ୍କ ଗୌରବର୍ଣ୍ଣର ମୂର୍ତ୍ତି ପୂଜା କରାଯାଉଥିବା ଦେଖିବାକୁ ମିଳିଥାଏ। ବଳରାମ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ। ସେ ହାତରେ ହଳ ଏବଂ ଗଦା ଧାରଣ କରୁଥିଲେ। ତାଙ୍କ ହଳ ଲଙ୍ଗଳର ନାମ ଥିଲା ବାଲଚିତ୍ର।
ସମର୍ପିତ ଅନେକ ମନ୍ଦିର ମଧ୍ୟରୁ ପ୍ରସିଦ୍ଧ ହେଉଛି ତୁଳସୀକ୍ଷେତ୍ର ବା ଆଧୁନିକ କେନ୍ଦ୍ରାପଡ଼ାରେ ଥିବା ଶ୍ରୀବଳଦେବଜୀଉ ମନ୍ଦିର। ଅଷ୍ଟାଦଶ ଶତାବ୍ଦୀରେ ନିର୍ମିିତ ଏହି ମନ୍ଦିରରେ ଶ୍ରୀବଳଦେବଜୀଉଙ୍କ ସହିତ ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏହି ମନ୍ଦିରରେ ବଳଭଦ୍ରଙ୍କୁ ବଡ଼ ଠାକୁର ଭାବେ ପୂଜା କରାଯାଉଥିବାରୁ ଏହାର ଲୋକପ୍ରିୟତା ଅଧିକ। ବଳଦେବଜୀଉ ମନ୍ଦିରରେ ପୁରୀ ଶ୍ରୀମନ୍ଦିର ଭଳି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ମାସରେ ଶ୍ରୀବଳଦେବ ବ୍ରହ୍ମତାଳଧ୍ୱଜ ରଥରେ ବିରାଜମାନ କରିବା ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ବର୍ଷତମାମ ଏଠାରେ ଶ୍ରୀବଳଦେବଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ। ଏଠାରେ ଦେବୀ ତୁଳସୀଙ୍କୁ ମଧ୍ୟ ପୂଜା କରାଯାଇଥାଏ।
ଶ୍ରୀବଳଦେବଜୀଉ ମନ୍ଦିର ବ୍ୟତୀତ ରାଜଧାନୀ ଭୁବନେଶ୍ୱରସ୍ଥିତ ଅନନ୍ତ ବାସୁଦେବ ମନ୍ଦିର, ପୁରୀ ଶ୍ରୀକ୍ଷେତ୍ରରେ ମଧ୍ୟ ଶ୍ରୀବଳଭଦ୍ରଙ୍କୁ ପୂଜା କରାଯାଇଥାଏ। ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ବଳଭଦ୍ରଙ୍କୁ ସମର୍ପିତ ମନ୍ଦିର ଦେଖିବାକୁ ମିଳିଥାଏ।
-ଡ.ଅରୁନ୍ଧତୀ ଦେବୀ
ମୋ : ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri