Posted inଫୁରସତ

ଗହ୍ମାପୂର୍ଣ୍ଣିମା ଓ ଶ୍ରୀବଳରାମ

ରାଖୀ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ସାରା ଦେଶରେ ଏହିଦିନ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥାଏ। ରାଖୀ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ସାକ୍ଷୀ। ଶ୍ରାବଣ ମାସ ପୂର୍ଣ୍ଣିମାରେ ପାଳିତ ହୋଇଥାଏ ରକ୍ଷାବନ୍ଧନ ଉତ୍ସବ। ଶ୍ରାବଣ ପୂର୍ଣ୍ଣିମା ଦିନଟିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଭ୍ରାତା ବଳରାମଙ୍କ ଜନ୍ମଦିନ ରୂପରେ ପାଳନ କରାଯାଇଥାଏ। ଗହ୍ମାପୂର୍ଣ୍ଣିମାରେ ଗୋରୁ ଏବଂ ଗୃହପାଳିତ ପ୍ରାଣୀଙ୍କୁ ପୂଜା କରାଯିବାର ପରମ୍ପରା ଆମ ରାଜ୍ୟରେ ରହିଛି। ଶ୍ରୀମନ୍ଦିରରେ ଶ୍ରାବଣ ଶୁକ୍ଳ ଏକାଦଶୀଠାରୁ ଆରମ୍ଭ ହୋଇଥିବା ଝୁଲଣଯାତ୍ରା ଗହ୍ମା ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ।
ଶ୍ରୀକୃଷ୍ଣଙ୍କ ଭଳି ବଳରାମ ପିଲାଦିନେ ଗୋପାଳକ ଭାବେ ଜୀବନ ଅତିବାହିତ କରିଥିଲେ। ଆଉ ଯଦୁବଂଶର ଦାୟାଦ ହୋଇଥିଲେ ବି ନନ୍ଦ ରାଜାଙ୍କ ଘରେ ଜନ୍ମ ହୋଇଥିବାରୁ ଦୁଇଟି ପରିବାରର ଅଂଶ ଥିଲେ ବଳରାମ। ଜଣେ ମାତାଙ୍କ ଗର୍ଭରେ ରହିବା ପରେ ଅନ୍ୟ ଜଣେ ମାତାଙ୍କ ଗର୍ଭ ଦେଇ ସଂସାରକୁ ଆସିଥିବାରୁ ସେ ଶଙ୍କର୍ଷଣ ନାମରେ ପରିଚିତ ହୋଇଥିଲେ। ତେବେ ତାଙ୍କର ପିଲାଦିନର ନାମ ଥିଲା ରାମ। ମହାଶକ୍ତିଶାଳୀ ହୋଇଥିବାରୁ ତାଙ୍କ ନାମ ପୂର୍ବରୁ ବଳ ଯୋଡ଼ାଯାଇଥିଲା। ଫଳରେ ସେ ବଳରାମ ନାମରେ ପରିଚିତ ହେଲେ। ନନ୍ଦ ରାଜାଙ୍କ ଆମନ୍ତ୍ରଣ କ୍ରମେ ମୁନି ଗର୍ଗ ନନ୍ଦଗ୍ରାମକୁ ଆସି ଶ୍ରୀକୃଷ୍ଣ ତଥା ବଳରାମଙ୍କ ନାମକରଣ କରିଥିଲେ।
ବର୍ଣ୍ଣ କୃଷ୍ଣ ବା କଳା ରଙ୍ଗର ହୋଇଥିବା ବେଳେ ବଳଭଦ୍ର ଥିଲେ ଗୌରବର୍ଣ୍ଣ। ସେଥିପାଇଁ ସର୍ବତ୍ର ବଳରାମଙ୍କ ଗୌରବର୍ଣ୍ଣର ମୂର୍ତ୍ତି ପୂଜା କରାଯାଉଥିବା ଦେଖିବାକୁ ମିଳିଥାଏ। ବଳରାମ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ। ସେ ହାତରେ ହଳ ଏବଂ ଗଦା ଧାରଣ କରୁଥିଲେ। ତାଙ୍କ ହଳ ଲଙ୍ଗଳର ନାମ ଥିଲା ବାଲଚିତ୍ର।
ସମର୍ପିତ ଅନେକ ମନ୍ଦିର ମଧ୍ୟରୁ ପ୍ରସିଦ୍ଧ ହେଉଛି ତୁଳସୀକ୍ଷେତ୍ର ବା ଆଧୁନିକ କେନ୍ଦ୍ରାପଡ଼ାରେ ଥିବା ଶ୍ରୀବଳଦେବଜୀଉ ମନ୍ଦିର। ଅଷ୍ଟାଦଶ ଶତାବ୍ଦୀରେ ନିର୍ମିିତ ଏହି ମନ୍ଦିରରେ ଶ୍ରୀବଳଦେବଜୀଉଙ୍କ ସହିତ ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏହି ମନ୍ଦିରରେ ବଳଭଦ୍ରଙ୍କୁ ବଡ଼ ଠାକୁର ଭାବେ ପୂଜା କରାଯାଉଥିବାରୁ ଏହାର ଲୋକପ୍ରିୟତା ଅଧିକ। ବଳଦେବଜୀଉ ମନ୍ଦିରରେ ପୁରୀ ଶ୍ରୀମନ୍ଦିର ଭଳି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ମାସରେ ଶ୍ରୀବଳଦେବ ବ୍ରହ୍ମତାଳଧ୍ୱଜ ରଥରେ ବିରାଜମାନ କରିବା ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ବର୍ଷତମାମ ଏଠାରେ ଶ୍ରୀବଳଦେବଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ। ଏଠାରେ ଦେବୀ ତୁଳସୀଙ୍କୁ ମଧ୍ୟ ପୂଜା କରାଯାଇଥାଏ।
ଶ୍ରୀବଳଦେବଜୀଉ ମନ୍ଦିର ବ୍ୟତୀତ ରାଜଧାନୀ ଭୁବନେଶ୍ୱରସ୍ଥିତ ଅନନ୍ତ ବାସୁଦେବ ମନ୍ଦିର, ପୁରୀ ଶ୍ରୀକ୍ଷେତ୍ରରେ ମଧ୍ୟ ଶ୍ରୀବଳଭଦ୍ରଙ୍କୁ ପୂଜା କରାଯାଇଥାଏ। ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ବଳଭଦ୍ରଙ୍କୁ ସମର୍ପିତ ମନ୍ଦିର ଦେଖିବାକୁ ମିଳିଥାଏ।
-ଡ.ଅରୁନ୍ଧତୀ ଦେବୀ
ମୋ : ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri