Categories: ବାଣିଜ୍ୟ

ସଂସଦର ହାଲୁଆ ଉତ୍ସବ ବନ୍ଦ

ନୂଆଦିଲ୍ଲୀ,୩୦।୧: ଚଳିତ ବର୍ଷର (୨୦୨୨-୨୩) ସାଧାରଣ ବଜେଟ ଫେବୃୟାରୀ ପହିଲାରେ ସଂସଦରେ ଉପସ୍ଥାପନ ହେବ। ପ୍ରତିବର୍ଷ ବଜେଟ ପୂର୍ବରୁ ହେଉଥିବା ହାଲୁଆ ଉତ୍ସବକୁ ଚଳିତ ବର୍ଷ ବନ୍ଦ କରିଦିଆଯାଇଛି। ବଜେଟର ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଏଭଳି ଏକ ଉତ୍ସବ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ କୋଭିଡ୍‌ ମହାମାରୀକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି। ମହାମାରୀର ବର୍ତ୍ତମାନ ସ୍ଥିତିକୁ ଆଖି ଆଗରେ ରଖି କେବଳ ବଜେଟ ପ୍ରସ୍ତୁତିରେ ସାମିଲ କର୍ମଚାରୀମାନଙ୍କୁ ହାଲୁଆ ବଦଳରେ କୋଭିଡ୍‌ ନିୟମ ପାଳନ ପୂର୍ବକ ମିଠା ବଣ୍ଟାଯାଇଛି। ବଜେଟର ଗୋପନୀୟତା ରଖିବା ଲାଗି ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ଓ ବିଶେଷଜ୍ଞଙ୍କୁ ବହୁ ଦିନ ଆଗରୁ ଏକ ଗୁପ୍ତ ସ୍ଥାନରେ ରଖି ବଜେଟ ପ୍ରସ୍ତୁତ କରିଥାନ୍ତି। ସେଥିପାଇଁ ସେମାନଙ୍କ ଖୁସି ପାଇଁ ଏହି ହାଲୁଆ ଉତ୍ସବ ପାଳନ କରାଯାଇଥାଏ।

Share