ଅଧାପନ୍ତରିଆ ଆଦର୍ଶ ବିଦ୍ୟାଳୟ କାମ

ଡେରାବିଶ,୨୪୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ୨୦୨୨ ଶିକ୍ଷା ବର୍ଷରେ ଆଦର୍ଶ ବିିଦ୍ୟାଳୟ ଖୋଲାଯାଇଥିଲା। ବ୍ଲକ ଅଧୀନ ଚାଟରାଚକଡ଼ା ପଞ୍ଚାୟତରେ ଖାଲିପଡ଼ିଥିବା ବଟ ମହାପୁରୁଷ ବାଳିକା ଉଚ୍ଚବିଦ୍ୟାଳୟରେ ଅସ୍ଥାୟୀ ଭାବେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଏହି ବିିଦ୍ୟାଳୟର ଶୁଭାରମ୍ଭ କରିଥିଲେ। ସେହିବର୍ଷ ଏହି ବିଦ୍ୟାଳୟରେ ୯୧ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ହେଲେ ଏହି ବିଦ୍ୟାଳୟ ଏବେ ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ୨୦୨୩ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର ପାସ୍‌ କରି ସପ୍ତମ ଶ୍ରେଣୀକୁ ଆସିଛନ୍ତି। ଚଳିତ ଶିକ୍ଷାବର୍ଷରେ ଷଷ୍ଠ ଶ୍ରେଣୀରେ ୮୪ ଜଣ ଛାତ୍ରୀଛାତ୍ର ନାମଲେଖାଇଛନ୍ତି। ଏହି ୨ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ସଂଖ୍ୟା ଏବେ ୧୬୫ ରହିଛି। ଉଭୟ ଶ୍ରେଣୀରେ ଦୁଇଟି ଲେଖାଏ ସେକ୍ସନ ରହିଛି।ଏହି ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ପାଠାଗାର ନାହିଁ। ବିଦ୍ୟାଳୟ ପରିସରରେ ଶୌଚାଳୟ ଓ ପରିସ୍ରାଗାର ନ ଥିବାରୁ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀ ଶିକ୍ଷକମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଅସରାଏ ବର୍ଷା ହେଲେ ବିଦ୍ୟାଳୟ ପଡ଼ିଆରେ ପାଣି ଜମି ବନ୍ୟାର ଭ୍ରମ ସୃଷ୍ଟି କରୁଛି। ଏପରି କି ଛାତ୍ରୀଛାତ୍ରଙ୍କ ବସିବା ପାଇଁ ବେଞ୍ଚ ଡେସ୍କ ନାହିଁ।ପିଲାମାନେ ତଳେ ବସି ପାଠ ପଢ଼ୁଛନ୍ତି। ଏଥିପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଥିଲେ ମଧ୍ୟ ଶିକ୍ଷାଧିକାରୀ ଏଯାଏ ବେଞ୍ଚ ଡେସ୍କ ଯୋଗାଇ ନ ଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପରିସରରେ ହାପି ମେଳକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁଛି। ଗୃହ ଅଭାବରୁ ଗୋଟିଏ କୋଠରୀରେ ସ୍କୁଲ ଅଧ୍ୟକ୍ଷ ଓ ଶିକ୍ଷୟିତ୍ରୀ, ଶିକ୍ଷକ ବସି କାମ କରୁଥିବା ଦେଖିବାକୁ ମିଳିଛି।
ପୂର୍ତ୍ତବିଭାଗର ବେପରୁଆ ନୀତି ପାଇଁ ବ୍ଲକ ଅଧୀନସ୍ଥ କୁରୁଜଙ୍ଗା-ବଡ଼ମଙ୍ଗରାଜପୁରଠାରେ ଆଦର୍ଶ ବିଦ୍ୟାଳୟର ନବନିର୍ମିତ ଗୃହ ଅଧପନ୍ତରିଆ ହୋଇ ପଡ଼ି ରହିଛି। ଏହି ଗୃହ ପାଇଁ ବିଭାଗ ପକ୍ଷରୁ ୭କୋଟି ୯୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଜଣେ ଠିକାଦାରଙ୍କୁ ପୁର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଛି। ନିର୍ମାଣ କାର୍ଯ୍ୟ ୨୦୨୧ ସେପ୍ଟେମ୍ବର ୨୧ରୁ ଆରମ୍ଭ ହୋଇ ୨୦୨୨ ଅଗଷ୍ଟ ୧୯ରେ ଶେଷ ହେବା ପାଇଁ ଚୁକ୍ତି କରାଯାଇଥିଲା। ମାତ୍ର ଅବଧିର ୧୪ ମାସ ବିତିଯାଇଥିଲେ ମଧ୍ୟ ଏହି ଗୃହ କାର୍ଯ୍ୟ ଅଧପାନ୍ତରିଆ ହୋଇ ପଡ଼ିରହିଛି। ନିର୍ମାଣ ସଂକ୍ରାନ୍ତରେ ଆବଶ୍ୟକ ସୂଚନା ଫଳକ ମଧ୍ୟ ନାହିଁ। ପୁର୍ତ୍ତବିଭାଗର ଏଭଳି ବେପରୁଆ ମନୋଭାବ ପାଇଁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ବୋଲି ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି। ବ୍ଳକ ଅଞ୍ଚଳରେ ଏକମାତ୍ର ଆଦର୍ଶ ବିଦ୍ୟାଳୟ ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଦାଶ ଅଭିଯୋଗ କରିିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜିଲାପାଳ ଥିବା ବେଳେ ଡେରାବିଶ ବିଡ଼ିଓ ଉପସଭାପତି ଅଛନ୍ତି। ବିଡ଼ିଓ ଦାଶରଥି ଜେନାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କୁହନ୍ତି, ତୁରନ୍ତ ନିର୍ମାଣ କାମ ଶେଷ କରିବାକୁ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଛି। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅପରପକ୍ଷେ ଠିକାଦାର ମନ୍ଥର ଗତିରେ କାମ କରୁଥିବାରୁ କେବେ କାମ ଶେଷ ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି ବିଡ଼ିଓ ଜେନା କହିଛନ୍ତିି। ଜେନାଙ୍କ ସୂଚନା ଅନୁଯାୟୀ ଅସ୍ଥାୟୀ ଭାବେ ଚାଲୁଥିବା ସ୍କୁଲ ପରିସରରେ ତୁରନ୍ତ ଶୌଚାଳୟ ଓ ପରିସ୍ରାଗାର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ବାଇଁ କହନ୍ତି, ନିର୍ମାଣ କାମ ଶେଷ କରି ସେହି କୋଠାକୁ ହସ୍ତାନ୍ତର ପାଇଁ ବିଦ୍ୟାଳୟ ସଙ୍ଗଠନ ପୂର୍ତ୍ତ ବିଭାଗ ଅଧିକାରୀ ଓ ଜିଲାପାଳଙ୍କୁ ବାରମ୍ବାର ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି କହିଛନ୍ତି।ଏ ବିଷୟରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରୁ ସେ କୁହନ୍ତି,କ ନିର୍ମାଣ କାମ ଶେଷ କରିବାକୁ ଠିକାଦାରଙ୍କୁ ବାରମ୍ବାର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଉଛି। ମନ୍ଥର ଗତିରେ କାମ ଚାଲୁଥିବାରୁ ତୁରନ୍ତ କାମ ଶେଷ କରିବାକୁ ଠିକାଦାରଙ୍କୁ ଗୁରୁବାର ପୁଣି ଏକ ଚିଠି ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri