ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ, ବଢୁଛି ଦୁର୍ଘଟଣା

କାଳିଆପାଣି,୧୫ା୩(ଡି.ଏନ.ଏ.): ଯାଜପୁର ଜିଲା ପୂର୍ତ୍ତ ବିଭାଗ ଅଧୀନରେ କାଳିଆପାଣି-ମଙ୍ଗଳପୁର ମୁଖ୍ୟ ରାସ୍ତାର ଟାଟା ବଜାର ତାରେଣି ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। ମାତ୍ର ଉକ୍ତ ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ ରହିଥିବାରୁ ଏବେ ଦୈନିକ ଦୁର୍ଘଟଣା ଘଟୁଛି। ଗତ ବୁଧବାର କେନ୍ଦୁଝର ଅଞ୍ଚଳରୁ ୨ ଯୁବକ ଏକ ବାଇକ୍‌ରେ ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଅପର ପାଶର୍‌ବରୁ ଯାଉଥିବା ଟ୍ରକର ଟାୟାର ପମ୍ପଚର ହେବାରୁ ତାହା ରାସ୍ତା ମଝିରେ ଠିଆ ହୋଇଯାଇଥିଲା। ଫଳରେ ବାଇକ୍‌ ଆରୋହୀ ଦ୍ୱୟ ରଡ୍‌ ଉପରେ ପଡିଯାଇଥିଲେ। ଯଦ୍ଦ୍ବାରା ଜଣଙ୍କର ମୁଣ୍ଡରେ ମାଡ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପିଠିରେ ରଡ ବାଜି କ୍ଷତ ସୃଷ୍ଟି କରିଥିଲା। ସେଠାରେ ଉପସ୍ଥିତଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ସେହିପରି ସୋମବାର ରାତିରେ ଏକ ୧୪ ଚକିଆ ଟ୍ରକ୍‌ କାଳିଆପାଣି ଆଡୁ କ୍ରୋମାଇଟ ନେଇ ମଙ୍ଗଳପୁର ଦିଗକୁ ଯାଉଥିବାବେଳେ ଅପରପାଶର୍‌ବରୁ ଆସୁଥିବା ଏକ ବାଇକ୍‌ ଚାଳକକୁ ସାଇଟ ଦେଉଥିଲା। ତେବେ ରାସ୍ତାର ଫୁଟପାତରେ ମାଟି ନ ଥିବାରୁ ଟ୍ରକ୍‌ଟି ତଳକୁ ଖସି ଯାଇଥିଲା। ଫଳରେ ଟ୍ରକର ଫ୍ରଣ୍ଟ ଏକ୍ସେଲ ଭାଙ୍ଗି ଯାଇଥିଲା। ଅଳ୍ପକେ ଟ୍ରକ ଓଲଟିବାରୁ ବର୍ତ୍ତିଯାଇଥିଲା।
ବିନା ସୂଚନା ଫଳକ ଓ ବିନା ଟେଣ୍ଡରରେ ରାସ୍ତା ନିର୍ମାଣ ହେଉଥିବାବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଅନୁପସ୍ଥିତ ରହୁଛନ୍ତି। ଫଳରେ ଠିକାସଂସ୍ଥା ମନଇଚ୍ଛା କାର୍ଯ୍ୟ କରୁଛି। ଠିକାସଂସ୍ଥା ଏକ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଗୋଟିଏ କଡ଼ରେ କଂକ୍ରିଟ ଢଳାଇ କରିଛି। ରାସ୍ତାର ଡାହାଣ ପାର୍ଶ୍ୱରେ ୧୦ ଏମ୍‌ଏମ୍‌ ରଡ୍‌ ଦିଆଯାଇଛି। ରଡ୍‌ଗୁଡିକ ଉପରକୁ ବାହାରିକି ରହିଥିବାରୁ ପଥଚାରୀ ଓ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି ବୋଲି ଅଭିଯୋଗ ହୋଇଛି। ଏପରି ଦାୟିତ୍ୱହୀନ ଠିକାଦାରଙ୍କୁ କାର୍ଯ୍ୟ ଦେଇ ବିଭାଗ ବସିଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଉପରିସ୍ଥ ଅଧିକାରୀ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବନେତା ଦିଲୀପ ପାତ୍ର ଓ ନରୋତ୍ତମ ମହାନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋଜ ମାଝୀଙ୍କୁ ଫୋନ୍‌ ଦ୍ୱାରା ଯୋଗଯୋଗ କରିବାରୁ ସେ କୌଣସି ଉତ୍ତର ନ ଦେଇ ଫୋନ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri