ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଭାଙ୍ଗିପଡିଥିବାବେଳେ କେତେକ ସ୍ଥାନରେ ପାଲ ଓ ଟିଣ ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ରାସ୍ତାରେ ଗଛ ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବାବେଳେ ରାସ୍ତାରେ ଯାଉଥିବା ଲୋକେ ଧୂଳିଝଡ଼ ଓ ବର୍ଷା ଯୋଗୁ ନାନା ହଇରାଣ ହୋଇଥିଲେ। ସେହିପରି ତାର ଛିଣ୍ଡି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ଗଛ କଟା ସହ ବିଦ୍ୟୁତ୍‌ ମରାମତି ପାଇଁ ସହରର ବହୁ ଅଞ୍ଚଳ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିଥିବାବେଳେ ଅଧିକାଂଶ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କଟୁଥିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ। ଅନ୍ୟପକ୍ଷରେ କାଳବୈଶାଖୀ ପାଇଁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।
ସବୁଦିନ ଭଳି ସୋମବାର ସକାଳୁ ଖରା ଓ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା। ହେଲେ ଅପରାହ୍ନ ବେଳକୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। କେତେକ ଅଞ୍ଚଳରେ ଝିପିଝିପି ବର୍ଷା ସହ ପବନ ତାତିଲା ଦେହକୁ ଶୀତଳ କରିଦେଇଥିଲା। ସହରବାସୀ ଆଶ୍ୱସ୍ଥ ଅନୁଭବ କରିଥିଲେ। ହେଲେ ଅପରାହ୍ନ ପ୍ରାୟ ୩ଟାବେଳକୁ ହଠାତ୍‌ ବର୍ଷା ପରିମାଣ ବଢ଼ିବା ସହ ପ୍ରବଳ ବେଗରେ ଝଡ଼ତୋଫାନ ମାଡି ଆସିଲା। ଅଧଘଣ୍ଟା ଧରି ଆତଙ୍କ ରଚିଥିଲା। ପବନ ସହ ବର୍ଷା ଝଟକାରେ ରାସ୍ତାରେ ଯାଉଥିବା ଲୋକେ ଯିଏ ଯେଉଁଠି ପାରୁଥିଲେ ଅଟକିଯାଉଥିଲେ। ବିଶେଷକରି ପୁରୁଣା ଭୁବନେଶ୍ୱରରୁ ଆରମ୍ଭ କରି ଡୁମୁଡୁମା, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଶହୀଦନଗର, ମାଷ୍ଟରକ୍ୟାଣ୍ଟିନ, ବାପୁଜୀନଗର, ବଡ଼ଗଡ଼, ବିଜେବି ନଗର, କଳ୍ପନା, ରାଜମହଲ, ଏଜି ଛକ, ୟୁନିଟ୍‌-୧, ୟୁନିଟ୍‌-୨, ୟୁନିଟ୍‌-୩, ଏୟାରପୋର୍ଟ, ନାଗେଶ୍ୱରଟାଙ୍ଗୀ, କୋଳଥିଆ, ଓୟୁଏଟି ଗେଷ୍ଟ ହାଉସ୍‌, ଲୁମ୍ବିନି ବିହାର, ଧଉଳି ରୋଡ଼, ଜାଗମରା, ସତ୍ୟସାହି ଏନ୍‌କ୍ଲେଭ୍‌ ଅଞ୍ଚଳରେ ଛୋଟବଡ଼ ଗଛ ଉପୁଡିଯିବା ସହ ଡାଳ ଭାଙ୍ଗି ପଡିଥିଲା। ପବନ ଯୋଗୁ ଦୋକାନ ଉପରେ ଓ ଆଗରେ ରହିଥିବା ପାଲ ଚିରି ଯାଇଥିଲା। କେତେକ ଦୋକାନର ଅସ୍ଥାୟୀ ଛପର ମଧ୍ୟ ଉଡ଼ିଯାଇଥିଲା। ଏସବୁ ଅଞ୍ଚଳରେ ରାସ୍ତାକଡ଼ରେ ଲଗାଯାଇଥିବା ବଡ଼ବଡ଼ ପୋଷ୍ଟର ଓ ବିଏମ୍‌ସି ପକ୍ଷରୁ ଟ୍ରାଫିକ୍‌ ପୋଷ୍ଟରେ ଟଣାଯାଇଥିବା ଗ୍ରୀନ୍‌ ଶେଡ୍‌ ଚିରି ଓହଳିପଡ଼ିଥିଲା। ଏୟାରପୋର୍ଟ ଛକରେ ଟ୍ରାଫିକ୍‌ ସିଗ୍‌ନାଲ କ୍ଷତିଗ୍ରସ୍ତ ହେବାରୁ ବର୍ଷା ଛାଡ଼ିବା ପରେ ତୁରନ୍ତ ମରାମତି କରାଯାଇଥିଲା। ପୁରୁଣା ଭୁବନେଶ୍ୱର, ଏମ୍ସ ସମ୍ମୁଖ ଭଳି କିଛି ରାସ୍ତାରେ ବେଶ୍‌ କିଛି ସମୟ ଧରି ପାଣି ଲହଡ଼ି ଖେଳିଥିଲା। ତେବେ ବର୍ଷା ପବନ କମିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଭାଙ୍ଗିଥିବା ଡାଳ ସଫା କରାଯାଇଥିଲା। ତେବେ ସହରର ଅନ୍ୟ ଅଞ୍ଚଳରେ ଝିପି ଝିପି ବର୍ଷା ଓ ପବନ ଲାଗି ରହିଥିଲା। ଅଗ୍ନିଶମ ବିଭାଗର ସୂଚନା ମୁତାବକ, ପବନର ବେଗ ସାମାନ୍ୟ ଥମିବା ପରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ମୋଟ୍‌ ୪୪ଟି ସ୍ଥାନରେ ରାସ୍ତା ଉପରେ ଗଛ ପଡିଥିବା ଖବର ପହଞ୍ଚତ୍ଥିଲା। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ୧୦ଟି ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଅପରାହ୍ନ ୪ଟା ୩୦ରୁ ରାସ୍ତା ଉପରୁ ଗଛ ହଟାଇବା କାମ ଆରମ୍ଭ କରିଥିଲେ। ରାତି ପ୍ରାୟ ୯ଟା ୧୫ ପର୍ଯ୍ୟନ୍ତ ଅପରେଶନ୍‌ ଚାଲିଥିଲା ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri