Posted inଖେଳ

ହାଇତି, ପର୍ତ୍ତୁଗାଲକୁ ପ୍ରଥମ ଥର ଯୋଗ୍ୟତା

ଅକ୍‌ଲାଣ୍ଡ, ୨୩ା୨(ଏପି): ହାଇତି ଓ ପର୍ତ୍ତୁଗାଲ ପ୍ରଥମ ଥର ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଉଭୟ ଦଳ ନ୍ୟୁଜିଲାଣ୍ଡରେ ସେମାନଙ୍କ ପ୍ଲେ-ଅଫ୍‌ ମ୍ୟାଚ ଜିତିଛନ୍ତି। ଖେଳର ୯୪ତମ ମିନିଟ୍‌ରେ କାରୋଲ୍‌ କୋଷ୍ଟାଙ୍କ ଗୋଲ୍‌ ବଳରେ ଗତଥରର ପ୍ରି-କ୍ୱାର୍ଟରଫାଇନାଲିଷ୍ଟ କାମେରୁନ୍‌ ବିପକ୍ଷରେ ପର୍ତ୍ତୁଗାଲ ୨-୧ ଗୋଲ୍‌ରେ ବିଜୟ ଲାଭ କରିଥିଲା। ଏହା ପୂର୍ବରୁ ଏକ ଐତିହାସିକ ମ୍ୟାଚରେ ହାଇତି ୨-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଥିଲା। ଦଳ ତରଫରୁ ମେଲ୍‌ଚି ଡୁମୋର୍ନେ ଦୁଇଟିଯାକ ଗୋଲ୍‌ ସ୍କୋର କରିଥିଲେ। ୫୫ ର଼୍ୟାଙ୍କିଙ୍ଗପ୍ରାପ୍ତ ହାଇତି ବିଶ୍ୱକପ୍‌ ଗ୍ରୁପ୍‌ ଡି’ରେ ଇଂଲଣ୍ଡ, ଚାଇନା ଓ ଡେନମାର୍କ ବିପକ୍ଷରେ ଖେଳିବ। ଆସନ୍ତା ଜୁଲାଇ ଓ ଅଗଷ୍ଟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ମହିଳା ଫୁଟବଲ ବିଶ୍ୱକପ୍‌ର ଆୟୋଜନ କରୁଛନ୍ତି। ଏଥିରେ ୩୨ଟି ଦଳ ଭାଗ ନେବେ। ଖାଲିଥିବା ୩ଟି ସ୍ଥାନ ପାଇଁ ନ୍ୟୁଜିଲାଣ୍ଡରେ ୧୦ଟି ଦଳକୁ ନେଇ ଇଣ୍ଟରକଣ୍ଟିନେଣ୍ଟାଲ ପ୍ଲେ-ଅଫ୍‌ ଖେଳାଯାଉଛି। ସେଥିମଧ୍ୟରୁ ଦୁଇଟି ହାଇତି ଓ ପର୍ତ୍ତୁଗାଲ ପୂରଣ କରିଛନ୍ତି। ଅବଶିଷ୍ଟ ଗୋଟିଏ ସ୍ଥାନ ପାରାଗୁଏ ଓ ପାନାମା ମଧ୍ୟରେ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚର ବିଜେତା ପୂରଣ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri