କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହେବାର ଲକ୍ଷଣ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ସମସ୍ତଙ୍କୁ ଜଣା ଯେ କରୋନା ସଂକ୍ରମଣ ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

ଏହାର ଲକ୍ଷଣ ମଧ୍ୟରେ, ଜ୍ୱର, କାଶ, ନିଶ୍ୱାସ ନେବାରେ ଅସୁବିଧା ଏବଂ ଗନ୍ଧ କିମ୍ବା ସ୍ବାଦର କ୍ଷମତା ନଷ୍ଟ ହେବା ଆଦି ରହିଛି। ଏପରିକି ଅନେକଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ମଧ୍ୟ ପ୍ରକାଶ ପାଇ ନ ଥାଏ। ମାତ୍ର ଗବେଷଣାରୁ ଜଣାପଡିଛି ଯେ କରୋନାର ଦୁଇଟି ନୂତନ ଲକ୍ଷଣ ଆକ୍ରାନ୍ତଙ୍କଠାରେ ଦେଖାଯାଉଛି ।

ଓମିକ୍ରନ୍‌ ଆକ୍ରାନ୍ତଙ୍କଠାରେ ‘ଲାଲ ରଙ୍ଗର ଆଖି’ ଅବା କେଶ ଝଡ଼ିବା ଲକ୍ଷଣ ଦେଖିବାକୁ ମିଳୁଛି ବୋଲି ଗଷେକ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ଆଞ୍ଜିଓଟେନସିନ-କନଭର୍ଟିଙ୍ଗ ଏନଜାଇମ-୨ (ଏସିଇ-୨) ନାମକ ଏକ ଏନଜାଇମ ମାଧ୍ୟମରେ ସୁସ୍ଥ ଲୋକଙ୍କଠାରେ ପ୍ରବେଶ କରିଥାଏ। ଏଥି ସହିତ, ବର୍ତ୍ତମାନ ଡାକ୍ତରମାନେ ମଧ୍ୟ ସନ୍ଦେହ କରୁଛନ୍ତି ଯେ କରୋନା ଆଖି ମାଧ୍ୟମରେ ଶରୀରରେ ପ୍ରବେଶ କରୁଛି।

ବିଶେଷଜ୍ଞମାନେ କୁହନ୍ତି ଯେ ଯେତେବେଳେ କରୋନା ଏସିଇ-୨ ଏନଜାଇମ ମାଧ୍ୟମରେ ଶରୀରରେ ପ୍ରବେଶ କରେ ଏହାକୁ ଲୋକେ ଏକ ସାଧାରଣ ଭାଇରାଲ ସଂକ୍ରମଣ ବୋଲି ଭାବିଥାନ୍ତି। ରିପୋର୍ଟ ଅନୁଯାୟୀ, ଆଖିରେ ପ୍ରବେଶ କରିବା ପରେ କରୋନାଭାଇରସ ରେଟିନା ଏବଂ ଏପିଥେଲିଆଲ କୋଷିକା ସଂକ୍ରମିତ କରିଥାଏ। ଏହି ଉଭୟ କୋଷିକାଗୁଡ଼ିକ ଆଖିର ଅଂଶ ଏବଂ ଆଖିପତାକୁ ଧଳା କରିବା ପାଇଁ କାର୍ଯ୍ୟ କରିଥାନ୍ତି। ଏହା କରୋନାର ଏକ ନୂତନ ଲକ୍ଷଣ।

ଏହାଯୋଗୁ କେବଳ ଆଖି ଲାଲ ହୋଇଯାଏ ନାହିଁ, ବରଂ ଫୁଲିଯାଇ ଆଖିରୁ ପାଣି ବୋହିବା ସହିତ ଯନ୍ତ୍ରଣା ମଧ୍ୟ ଆରମ୍ଭ ହୋଇଥାଏ। କରୋନାର ଏହି ନୂତନ ଲକ୍ଷଣ ଉପରେ ବର୍ତ୍ତମାନ ଗବେଷଣା ଚାଲିଛି। ଆମେରିକୀୟ ଏକାଡେମୀ ଅଫ ଡର୍ମାଟୋଲୋଜି ଆସୋସିଏଶନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ଏହି ଲକ୍ଷଣ ଜ୍ୱର ଯୋଗୁ ମଧ୍ୟ ହୋଇପାରେ।

ଅପରପକ୍ଷରେ କେଶ ଝଡିବା ସାଧାରଣତ ଜ୍ୱର କିମ୍ବା ଅସୁସ୍ଥତା ଯୋଗୁ ୨-୩ ମାସ ପର୍ଯ୍ୟନ୍ତ ଲାଗି ରହିଥାଏ। କୌଣସି ଶାରୀରିକ ସମସ୍ୟା ନଥିଲେ ମଧ୍ୟ ସୁସ୍ଥ ଦେଖାଯାଉଥିଲେ ବି ଯଦି କେଶଝଡ଼ା ଲାଗି ରହିଛି ତେବେ ଏହା ଅଣଦେଖା ନ କରିବାକୁ ଗବେଷକ କହିଛନ୍ତି। ଏହା କରୋନା ଭୂତାଣୁ ସଂକ୍ରମଣର କାରଣ ମଧ୍ୟ ହୋଇପାରେ। ଏପରି ପରିସ୍ଥିତିରେ ତୁରନ୍ତ କରୋନା ପରୀକ୍ଷା କରିବା ଆବଶ୍ୟକ । କରୋନା ଚିକିତ୍ସା ପରେ ୬ ରୁ ୯ ମାସ ମଧ୍ୟରେ ଆକ୍ରାନ୍ତଙ୍କ କେଶ ଝଡ଼ିବା ବନ୍ଦ ହୋଇଯାଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri