ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ ହୋଇପଡିଛ। ସୋମବାର ଅପରାହ୍ନ ୩ଟାରୁ ସାଢେ ୩ଟା ଯାଏ ଅତାବିରା ବ୍ଲକର ସବୁ ଅଞ୍ଚଳରେ ତୁହାକୁ ତୁହା କାଳବୈଶାଖୀ ଝଡବତାସ, ବର୍ଷା ସାଙ୍ଗକୁ ପ୍ରଚୁର ମାତ୍ରାରେ କୁଆପଥର ମ ମାଡ଼ ହୋଇଛି। କୁଆପଥରରେ କ୍ଷଣିକ ସମୟ ପାଇଁ ଅତାବିରା କଶ୍ମୀର ଭଳି ଭ୍ରମ ସୃଷ୍ଟି ହୋଇଯାଇଥିଲା ।
ବ୍ଲକର ଅତାବିରା, ଲାଦରପାଲି, ରେଙ୍ଗାଲିକେମ୍ପ, କୁଲୁଣ୍ଡା, ବାବେବିରା, ରେଙ୍ଗାଲିପାଲି, ଟାଙ୍ଗରପାଲି, ମନାପଡା, ଟିଙ୍ଗିପାଲି, ହିର୍ଲିିପାଲି, ସରଣ୍ଡା, ଚକୁଳି ଫାର୍ମ, ଭୋଇପାଲି, ଖଇରପାଲି, ଗୋଡ଼ଭଗା, ଆଇଁଲାପାଲି, ଟାମ୍ପରସରା, ଦୁଲମପୁର, କୁମେଲସିଂହା ଆଦି ବହୁ ଗ୍ରାମରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଅତାବିରା ଅଞ୍ଚଳର ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ସହ ଝଡବତାସ ଓ ଝିପିଝିପି ବର୍ଷା ଫଳରେ ବିଶେଷ କରି ଚାଷୀ କୂଳ ହତାଶ ହୋଇପଡିଛନ୍ତି । ଚାଷ ବହୁଳ ଅତାବିରା ଅଞ୍ଚଳରେ କରାଯାଇଥିବା ପନିପରିବା ସହ ଧାନ କ୍ଷେତରେ କୁଆପଥର ମାଡ଼ର ପ୍ରଭାବ ରହିବା ଆଶଙ୍କାରେ ଚାଷୀ ଚିନ୍ତିତ ହୋଇ ପଡ଼ିଛି ।

