ଫସଲ ଉଜାଡ଼ିଲା ଅଦିନିଆ ବର୍ଷା, କୁଆପଥର

ନୂଆପଡ଼ା ଅଫିସ,୯।୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରି ପଞ୍ଚାୟତ ଲିମଡିହି ଗାଁର ଏକର ଏକର ଧାନ,ପିଆଜ ଚାଷ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ନଷ୍ଟ ହୋଇଯାଇଛି। ନୂଆପଡ଼ା ଜିଲାରେ ୯୦ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରି ଖରିଫ ଓ ରବି ଋତୁରେ ଧାନ ଚାଷ ସହ ଚିନାବାଦାମ, ମୁଗ, ବିରି, ପନିପରିବା ଓ ଅନ୍ୟାନ ଚାଷ କରିଥାନ୍ତି। ଚଳିତ ରବିଋତୁରେ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ଧାନ ଓ ଅନ୍ୟାନ ଚାଷ କରାଯାଇଥିଲା। ଲିମଡିହି ଗାଁରେ ଜିରା ସିଂସାହୁ ୪ ଏକର ଜମିରେ ହାଇବ୍ରିଡ୍‌ ଧାନ ଚାଷ କରିଥିଲେ। ସେହିପରି ନିଳାବତି ସାହୁ ୭ଏକର, ବାବୁରାମ ସାହୁ ୨ ଏକର, ଆନନ୍ଦ ରାମ ସାହୁ ୪ ଏକର,ଚୈତରାମ ସାହୁ ୪ ଏକର ୨୫ ଡିସମିଲ, କୁନୁ ସାହୁ ୩ ଏକର ୫୦ ଡିସମିଲ, ଗେନ୍ଦରାମ ସାହୁ ୩ ଏକର ଜମିରେ ହାଇବ୍ରିଡ୍‌ ଧାନ କରିଥିଲେ। ଅଦିନିଆ ବର୍ଷା ଓ କୁଆପଥର ମାଡରେ ଧାନ ସବୁ ଝଡ଼ିଯାଇଛି। ଗାଁର ଗୁର୍ଜୁ ମଲ୍ଲିକ ଏକ ଏକର ଜମିରେ ପିଆଜ ଚାଷ କରିଥିଲେ। ଅତ୍ୟଧିକ ବର୍ଷା ଯୋଗୁ ଚାଷ ଜମିରେ ପାଣି ଜମି ରହିବା ଦ୍ୱାର ପିଆଜ ସବୁ ନଷ୍ଟ ହେବାରେ ଲାଗିଛି। ଅଦିନିଆ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ। ଅମଳ ପୂର୍ବରୁ ଉଜୁଡି ଯାଇଛି ଧାନ ଓ ପିଆଜ ଚାଷ। ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। କ୍ଷେତ ଚାରି ଆଡେ ଚାହିଲେ ସବୁଜ ସୁନ୍ଦର ଦିଶୁଥିଲା। ଚାଷୀ ଦୁଇ ପଇସା ପାଇବା ଆଶା ବାନ୍ଧିଥିଲେ। ହେଲେ ଅଦିନିଆ ବର୍ଷା ଓ କୁଆପଥର ଚାଷ ସବୁ ଉଜାଡି ଦେଲା। ଧାନ ସବୁ କେଣ୍ଡାରୁ ଝଡି ପଡିଛି। ଫସଲ ନଷ୍ଟ ହେବା ଦେଖି ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି। କେମିତି ପରିବାର ପ୍ରତିପୋଷଣ କରିବା ସଙ୍ଗେ ଧାର କରଜ ସୁଝିବେ ସେହି ଚିନ୍ତାରେ ଚାଷୀ। କ୍ଷତି ହୋଇଥିବା ଧାନ ଚାଷ ଉପରେ ଆକଳନ କରି ଜିଲା ପ୍ରଶାସନ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ରାୟଧର ବଘେଲ ଓ ଚାଷୀମାନେ ଦାବି କରିଛନ୍ତି। କୃଷି ଗ୍ରାମସେବକ ଚନ୍ଦ୍ରିକା ଶବରଙ୍କୁ ପଚାରିବାରୁ ଅଦିନିଆ ବର୍ଷା ଓ କୁଆପଥର ମାଡରେ ଧାନ ନଷ୍ଟ ହୋଇଛି। ଧାନ ଫସଲ ନଷ୍ଟ ଉପରେ ଆକଳନ କରି ରିପୋର୍ଟ ସରକାରଙ୍କୁ ପଠାଇ ଦେଇଛୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri