ଫସଲ ଉଜାଡ଼ିଲା ଅଦିନିଆ ବର୍ଷା, କୁଆପଥର

ନୂଆପଡ଼ା ଅଫିସ,୯।୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରି ପଞ୍ଚାୟତ ଲିମଡିହି ଗାଁର ଏକର ଏକର ଧାନ,ପିଆଜ ଚାଷ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ନଷ୍ଟ ହୋଇଯାଇଛି। ନୂଆପଡ଼ା ଜିଲାରେ ୯୦ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରି ଖରିଫ ଓ ରବି ଋତୁରେ ଧାନ ଚାଷ ସହ ଚିନାବାଦାମ, ମୁଗ, ବିରି, ପନିପରିବା ଓ ଅନ୍ୟାନ ଚାଷ କରିଥାନ୍ତି। ଚଳିତ ରବିଋତୁରେ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ଧାନ ଓ ଅନ୍ୟାନ ଚାଷ କରାଯାଇଥିଲା। ଲିମଡିହି ଗାଁରେ ଜିରା ସିଂସାହୁ ୪ ଏକର ଜମିରେ ହାଇବ୍ରିଡ୍‌ ଧାନ ଚାଷ କରିଥିଲେ। ସେହିପରି ନିଳାବତି ସାହୁ ୭ଏକର, ବାବୁରାମ ସାହୁ ୨ ଏକର, ଆନନ୍ଦ ରାମ ସାହୁ ୪ ଏକର,ଚୈତରାମ ସାହୁ ୪ ଏକର ୨୫ ଡିସମିଲ, କୁନୁ ସାହୁ ୩ ଏକର ୫୦ ଡିସମିଲ, ଗେନ୍ଦରାମ ସାହୁ ୩ ଏକର ଜମିରେ ହାଇବ୍ରିଡ୍‌ ଧାନ କରିଥିଲେ। ଅଦିନିଆ ବର୍ଷା ଓ କୁଆପଥର ମାଡରେ ଧାନ ସବୁ ଝଡ଼ିଯାଇଛି। ଗାଁର ଗୁର୍ଜୁ ମଲ୍ଲିକ ଏକ ଏକର ଜମିରେ ପିଆଜ ଚାଷ କରିଥିଲେ। ଅତ୍ୟଧିକ ବର୍ଷା ଯୋଗୁ ଚାଷ ଜମିରେ ପାଣି ଜମି ରହିବା ଦ୍ୱାର ପିଆଜ ସବୁ ନଷ୍ଟ ହେବାରେ ଲାଗିଛି। ଅଦିନିଆ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ। ଅମଳ ପୂର୍ବରୁ ଉଜୁଡି ଯାଇଛି ଧାନ ଓ ପିଆଜ ଚାଷ। ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। କ୍ଷେତ ଚାରି ଆଡେ ଚାହିଲେ ସବୁଜ ସୁନ୍ଦର ଦିଶୁଥିଲା। ଚାଷୀ ଦୁଇ ପଇସା ପାଇବା ଆଶା ବାନ୍ଧିଥିଲେ। ହେଲେ ଅଦିନିଆ ବର୍ଷା ଓ କୁଆପଥର ଚାଷ ସବୁ ଉଜାଡି ଦେଲା। ଧାନ ସବୁ କେଣ୍ଡାରୁ ଝଡି ପଡିଛି। ଫସଲ ନଷ୍ଟ ହେବା ଦେଖି ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି। କେମିତି ପରିବାର ପ୍ରତିପୋଷଣ କରିବା ସଙ୍ଗେ ଧାର କରଜ ସୁଝିବେ ସେହି ଚିନ୍ତାରେ ଚାଷୀ। କ୍ଷତି ହୋଇଥିବା ଧାନ ଚାଷ ଉପରେ ଆକଳନ କରି ଜିଲା ପ୍ରଶାସନ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ରାୟଧର ବଘେଲ ଓ ଚାଷୀମାନେ ଦାବି କରିଛନ୍ତି। କୃଷି ଗ୍ରାମସେବକ ଚନ୍ଦ୍ରିକା ଶବରଙ୍କୁ ପଚାରିବାରୁ ଅଦିନିଆ ବର୍ଷା ଓ କୁଆପଥର ମାଡରେ ଧାନ ନଷ୍ଟ ହୋଇଛି। ଧାନ ଫସଲ ନଷ୍ଟ ଉପରେ ଆକଳନ କରି ରିପୋର୍ଟ ସରକାରଙ୍କୁ ପଠାଇ ଦେଇଛୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri