Categories: ଖେଳ

କୋଭିଡ୍‌ ନିୟମ ଭାଙ୍ଗିବାରୁ ବାଦ୍‌ ପଡ଼ିଲେ ଜାତୀୟ ଦଳରୁ

ଆବୁଧାବି,୨୪।୬: ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ବାୟୋ ବବଲ ପ୍ରୋଟୋକଲ ଭାଙ୍ଗି ବାହାର ଲୋକଙ୍କୁ ଭେଟିଥିବା ଏବଂ ସାଧାରଣ ଦୂରତା ନିୟମ ମାନି ନ ଥିବା ସ୍ବୀକାର କରିଛନ୍ତି ହାଇଦର ଅଲି ଓ ଉମିଦ ଅସିଫ। ଏଥି ଯୋଗୁ ଦୁଇ ଖେଳାଳିଙ୍କୁ ପିଏସ୍‌ଏଲ-୬ର ଫାଇନାଲ ଓ ଇଂଲଣ୍ଡ ଗସ୍ତରୁ ବାଦ୍‌ ଦିଆଯାଇଛି।

ପିସିବି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, ଏହି ଘଟଣା ବୁଧବାର ଘଟିଥିଲା। ସେମାନଙ୍କୁ ଦଳର ଅନ୍ୟ ଖେଳାଳିଙ୍କ ଠାରୁ ଦୂରେଇ ରଖାଯାଇଛି। ଏହି କାରଣରୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବାକୁ ଥିବା ପାକିସ୍ତାନ ଦଳରୁ ଓହରି ଯାଇଛନ୍ତି ହାଇଦର ଅଲି। ତାଙ୍କ ବଦଳରେ ଚଳିତ ପିଏସ୍‌ଏଲରେ ଭଲ ଫର୍ମରେ ଥିବା ସୋହେବ ମାକସୁଦ ଜାତୀୟ ଦଳ ସହ ଗସ୍ତ କରିବେ।

Share