Categories: ଫୁରସତ

ହାଈ ହିଲ ପିନ୍ଧି ଦୌଡିଲେ

ମହିଳାଙ୍କୁ ଷ୍ଟାଇଲିଶ୍‌ ଲୁକ ଦିଏ ହାଈ ହିଲ୍‌। ହେଲେ ଏହାକୁ ଅଧିକ ସମୟ ପିନ୍ଧି ଚାଲିଲେ ଯନ୍ତ୍ରଣା ହୁଏ। ତେଣୁ ଏହାକୁ ପିନ୍ଧି ଦୌଡିବା କଥା ତ ଭାବି ହେବନି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବ୍ୟକ୍ତି ହାଈ ହିଲ ପିନ୍ଧି ଦ୍ରୁତ ବେଗରେ ଦୌଡି ଓ୍ବାର୍ଲଡ ରେକର୍ଡ କରିଛନ୍ତି। ସେ ହେଉଛନ୍ତି ୩୪ ବର୍ଷୀୟ ଖ୍ରୀଷ୍ଟିୟାନ ରୋବେର୍ଟୋ ଲୋପେଜ୍‌ ରୋଡ୍ରିଗେଜ୍‌। ସ୍ପେନ୍‌ର ରୋଡ୍ରିଗେଜ୍‌ ୭ସେ.ମି. ଉଚ୍ଚତାର ହାଈ ହିଲ ପିନ୍ଧି ୧୦୦ ମିଟର ସ୍ପ୍ରିଣ୍ଟକୁ ମାତ୍ର ୧୨.୮୨ ସେକେଣ୍ଡରେ ପାର୍‌ କରି ଉକ୍ତ ରେକର୍ଡ କରିଛନ୍ତି। ଉସେନ୍‌ ବୋଲ୍ଟଙ୍କ ୧୦୦ ମିଟର ସ୍ପ୍ରିଣ୍ଟ ରେକର୍ଡ ଠାରୁ ଏହା ମାତ୍ର ୩.୨୪ ସେକେଣ୍ଡ କମ୍‌। ରୋଡ୍ରିଗେଜ୍‌ କୁହନ୍ତି,‘ସ୍ପେନ୍‌ରେ ଏଭଳି ହାଈ ହିଲ୍‌ ପିନ୍ଧା ରେସ୍‌୍‌ର ଆୟୋଜନ ହୁଏ ଓ ମୁଁ ସେଥିରେ ଅଂଶ ଗ୍ରହଣ କରି ଅନେକ ଥର ସଫଳ ହେଇଥିଲି। ଏହା ହିଁ ମତେ ସାହାଯ୍ୟ କରିଥିଲା ହାଈ ହିଲ ପିନ୍ଧି ଦ୍ରୁତ ଗତିରେ ୧୦୦ ମିଟର୍‌ ଦୌଡି ଗିନିଜ ଓ୍ବାର୍ଲଡ କରିବା ପାଇଁ। ଏହି ରେକର୍ଡ ବ୍ୟତିତ ରୋଡ୍ରିଗେଜ୍‌ଙ୍କ ନାମରେ ଆହୁରି ୫୦ଟି ଓ୍ବାର୍ଲଡ ରେକର୍ଡ ଅଛି। ଯେଉଁଥିରେ ଦ୍ରୁତ ବେଗରେ ପଛୁଆ ୧୦୦ ମିଟର ଦୌଡ, ଥୋମଣିରେ ସାଇକେଲକୁ ୯ ମିନିଟ ୪୧ ସେକେଣ୍ଡ ପର୍ଯ୍ୟନ୍ତ ରଖିବା ଆଦି ଅନ୍ତର୍ଭୁକ୍ତ।

Share