ଘରେ ମେଡ୍‌ ରଖିଥିଲେ… ହୋଇଯାନ୍ତୁ ସାବଧାନ

ଆଜିକାଲି ଅଧିକାଂଶ ପରିବାରରେ ମେଡ୍‌ଙ୍କ ସହାୟତା ନେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। ତେବେ ଘରେ ଏମାନେ କାମ କରୁଥିବା ସମୟରେ ବିଭିନ୍ନ ଦିଗକୁ ନେଇ ସଚେତନ ରହିବାକୁ ହୁଏ। ନଚେତ୍‌ ବହୁ ସମସ୍ୟା ଆସିଥାଏ। ଏହି ଦୃଷ୍ଟିରୁ କେଉଁ ସବୁ କଥାକୁ ଦୃଷ୍ଟିଦେବାକୁ ହେବ ଜାଣନ୍ତୁ…

ଆଜିକାଲି ଅଧିକାଂଶ ମହିଳା କର୍ମଜୀବୀ ହେବାକୁ ପସନ୍ଦ କରୁଛନ୍ତି। ତେଣୁ ଘରକାମରେ ସହାୟତା ପାଇଁ ସେମାନେ ମେଡ୍‌ ରଖିବାକୁ ବାଧ୍ୟ ହେଉଛନ୍ତି। କେତେକ କ୍ଷେତ୍ରରେ ଗୃହିଣୀମାନେ ଏକାନ୍ନବର୍ତ୍ତୀ ପରିବାରରେ ରହୁଥିବାରୁ ମେଡ୍‌ଙ୍କ ସହାୟତା ନେବାକୁ ଚାହୁଁଛନ୍ତି। ଏଭଳି କ୍ଷେତ୍ରରେ ନିଜର ଆବଶ୍ୟକତା ଅନୁସାରେ କେହି ଫୁଲ୍‌ ଟାଇମ୍‌ ତ କେହି ପାର୍ଟ ଟାଇମ୍‌ ମେଡ୍‌ ରଖୁଛନ୍ତି। ତେବେ ଯାହା ବି ହେଉ ଘରେ ଯଦି ମେଡ୍‌ କାମ କରୁଛି ସେ ସମୟରେ ଆପଣଙ୍କୁ ବିଭିନ୍ନ ଦୃଷ୍ଟିରୁ ସଚେତନ ରହିବାକୁ ହେବ। ନଚେତ୍‌ ଏମାନଙ୍କ କାରଣରୁ ବହୁ ପାରିବାରିକ ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବାକୁ ବେଶି ସମୟ ଲାଗିବ ନାହିଁ।
ମେଡ୍‌ ସାମ୍ନାରେ ଝଗଡ଼ା କରନ୍ତୁ ନାହିଁ: ବେଳେବେଳେ ଅତ୍ୟଧିକ ରାଗରେ ଆମେ କାହାକୁ କ’ଣ ସବୁ କହି ଦିଅନ୍ତି ସେକଥା ନିଜେ ବି ଜାଣିପାରନ୍ତି ନାହିଁ। ଏଭଳି ସ୍ଥିତିରେ ଘରେ ଯଦି ମେଡ୍‌ କାମ କରୁଥିବାବେଳେ ଆପଣ କାହା ସହ ଝଗଡ଼ାକରି କିଛି କହି ଦିଅନ୍ତି ତ ସେସବୁ କଥାକୁ ଶୁଣିଥାଏ ମେଡ୍‌। ତା’ପରେ ସେ ଘରର ଝଗଡ଼ା ସମ୍ପର୍କରେ ବିଭିନ୍ନ କଥା ଅନୁଭବ କରି ବାହାରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାଏ। ଫଳରେ ଆପଣଙ୍କୁ ନେଇ ବାହାରେ ଖୁବ୍‌ ଆଲୋଚନା ହୁଏ ଓ ଲୋକେ ଆପଣଙ୍କ ପଛରେ ହସିଥାନ୍ତି। ତେଣୁ କୌଣସି ସମୟରେ ବି ମେଡ୍‌ ଆଗରେ ଏଭଳି ଭୁଲ୍‌ କରନ୍ତୁ ନାହିଁ। ବିଶେଷକରି ସ୍ବାମୀଙ୍କ ସହ ଝଗଡ଼ା କରନ୍ତୁ ନାହିଁ।
ପଡ଼ୋଶୀଙ୍କ ନିନ୍ଦା କରନ୍ତୁ ନାହିଁ: ପଡ଼ୋଶୀଙ୍କ ବିଷୟରେ ମେଡ୍‌ ଆଗରେ କୌଣସି ପ୍ରକାର ନକାରାତ୍ମକ କଥା କୁହନ୍ତୁ ନାହିଁ କିମ୍ବା ତା’ ଠାରୁ ଶୁଣନ୍ତୁ ନାହିଁ। ଏଭଳି ଭୁଲ୍‌ ପାଇଁ ବହୁ ଆପଣ ଅସୁବିଧାରେ ପଡ଼ିପାରନ୍ତି। କାରଣ କୌଣସି ମୁହୂର୍ତ୍ତରେ ହୁଏତ ମେଡ୍‌ ପଡ଼ୋଶୀଙ୍କ ଆଗରେ ଆପଣ କହିଥିବା କଥା କହି ସେମାନଙ୍କ ନିକଟତର ହେବାକୁ ଚେଷ୍ଟା କରିପାରେ। ଏହା ଫଳରେ ଅଯଥାରେ ପଡ଼ୋଶୀଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ।
ଟଙ୍କା ଥିବା ନେଇ ଦେଖେଇ ହୁଅନ୍ତୁ ନାହିଁ: ଆପଣଙ୍କର ଅଧିକ ଟଙ୍କା ଓ ସୁନା ଅଳଙ୍କାର ଅଛି ବୋଲି ମେଡ୍‌ ଆଗରେ ଆଦୌ ପ୍ରକାଶ କରନ୍ତୁ ନାହିଁ କି ସେଭଳି କୌଣସି ଆଚରଣ କରନ୍ତୁ ନାହିଁ। କାରଣ ଟଙ୍କା ପ୍ରତି ଅଧିକାଂଶ ମେଡ୍‌ଙ୍କର ଲୋଭ ଆସିଥାଏ। ଫଳରେ ସେମାନେ ଟଙ୍କା ନେବା ପାଇଁ ହୁଏତ ଆପଣଙ୍କୁ ମିଛ କହିପାରନ୍ତି କିମ୍ବା ଚୋରୀ କରିବା ପାଇଁ ଚେଷ୍ଟା କରିପାରନ୍ତି। ତେଣୁ ସେମାନଙ୍କ ଆଗରେ ଟଙ୍କାର ଲୋଭ ସୃଷ୍ଟି କରାନ୍ତୁ ନାହିଁ ନିଜେ ଅସୁବିଧାରେ ପଡ଼ିବେ।
ବିରୋଧରେ ଗପିବାକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ: ଅନେକ ସମୟରେ ଘରେ କାମ କରିବା ସହ ପାରିବାରିକ ଜୀବନରେ ହସ୍ତକ୍ଷେପ କରିବା ପାଇଁ ଚେଷ୍ଟା କରନ୍ତି ମେଡ୍‌। ଏଥିପାଇଁ ସେମାନେ ପ୍ରଥମେ ଘରର ସଦସ୍ୟଙ୍କ ସହ ଘନିଷ୍ଠତା ଦେଖାଇବାକୁ ଚେଷ୍ଟା କରନ୍ତି। ପରେ ଜଣଙ୍କ ବିରୋଧରେ ଅନ୍ୟ ଆଗରେ କହି ନିଜର ହେବାକୁ ଚେଷ୍ଟା କରନ୍ତି। କିନ୍ତୁ ତାଙ୍କୁ ଏହି ସୁଯୋଗ ଦିଅନ୍ତୁ ନାହିଁ। ଏମିତିକି ବାହାର ଲୋକଙ୍କ ବିଷୟରେ ଯଦି ସେମାନେ କିଛି କହିବାକୁ ଚେଷ୍ଟା କରନ୍ତି ସେସବୁକୁ ମଧ୍ୟ ଶୁଣନ୍ତୁ ନାହିଁ। ଘରର କୌଣସି ସଦସ୍ୟଙ୍କ ବିଷୟରେ ଆପଣଙ୍କୁ କହି ଆତ୍ମିୟତା ଦେଖାଇବାକୁ ଚେଷ୍ଟାକଲେ ତୁରନ୍ତ ଆକଟ କରନ୍ତୁ।
ଦାମୀ ଜିନିଷକୁ ସୁରକ୍ଷିତରେ ରଖନ୍ତୁ : ଘରର କୌଣସି ଦାମୀ ଜିନିଷକୁ ଖାମଖିଆଲ ଢଙ୍ଗରେ ଏଣେ ତେଣେ ରଖନ୍ତୁ ନାହିଁ। କାରଣ ମେଡ୍‌ ଯେ ସଚ୍ଚୋଟ ହୋଇଥିବେ ତା’ ସବୁବେଳେ ଠିକ୍‌ ହୋଇ ନ ଥାଏ। ତେଣୁ ଲୋଭର ବଶବର୍ତ୍ତୀ ହୋଇ ସେ ଚୋରି କିମ୍ବା ଆକ୍ରମଣ ଯୋଜନା କରିପାରନ୍ତି। ଏସବୁ ଦୃଷ୍ଟିରୁ ବିଚାରକଲେ ଘରେ ସବୁ ଜିନିଷକୁ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ହିଁ ଠିକ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri