ଘରେ ମେଡ୍‌ ରଖିଥିଲେ… ହୋଇଯାନ୍ତୁ ସାବଧାନ

ଆଜିକାଲି ଅଧିକାଂଶ ପରିବାରରେ ମେଡ୍‌ଙ୍କ ସହାୟତା ନେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। ତେବେ ଘରେ ଏମାନେ କାମ କରୁଥିବା ସମୟରେ ବିଭିନ୍ନ ଦିଗକୁ ନେଇ ସଚେତନ ରହିବାକୁ ହୁଏ। ନଚେତ୍‌ ବହୁ ସମସ୍ୟା ଆସିଥାଏ। ଏହି ଦୃଷ୍ଟିରୁ କେଉଁ ସବୁ କଥାକୁ ଦୃଷ୍ଟିଦେବାକୁ ହେବ ଜାଣନ୍ତୁ…

ଆଜିକାଲି ଅଧିକାଂଶ ମହିଳା କର୍ମଜୀବୀ ହେବାକୁ ପସନ୍ଦ କରୁଛନ୍ତି। ତେଣୁ ଘରକାମରେ ସହାୟତା ପାଇଁ ସେମାନେ ମେଡ୍‌ ରଖିବାକୁ ବାଧ୍ୟ ହେଉଛନ୍ତି। କେତେକ କ୍ଷେତ୍ରରେ ଗୃହିଣୀମାନେ ଏକାନ୍ନବର୍ତ୍ତୀ ପରିବାରରେ ରହୁଥିବାରୁ ମେଡ୍‌ଙ୍କ ସହାୟତା ନେବାକୁ ଚାହୁଁଛନ୍ତି। ଏଭଳି କ୍ଷେତ୍ରରେ ନିଜର ଆବଶ୍ୟକତା ଅନୁସାରେ କେହି ଫୁଲ୍‌ ଟାଇମ୍‌ ତ କେହି ପାର୍ଟ ଟାଇମ୍‌ ମେଡ୍‌ ରଖୁଛନ୍ତି। ତେବେ ଯାହା ବି ହେଉ ଘରେ ଯଦି ମେଡ୍‌ କାମ କରୁଛି ସେ ସମୟରେ ଆପଣଙ୍କୁ ବିଭିନ୍ନ ଦୃଷ୍ଟିରୁ ସଚେତନ ରହିବାକୁ ହେବ। ନଚେତ୍‌ ଏମାନଙ୍କ କାରଣରୁ ବହୁ ପାରିବାରିକ ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବାକୁ ବେଶି ସମୟ ଲାଗିବ ନାହିଁ।
ମେଡ୍‌ ସାମ୍ନାରେ ଝଗଡ଼ା କରନ୍ତୁ ନାହିଁ: ବେଳେବେଳେ ଅତ୍ୟଧିକ ରାଗରେ ଆମେ କାହାକୁ କ’ଣ ସବୁ କହି ଦିଅନ୍ତି ସେକଥା ନିଜେ ବି ଜାଣିପାରନ୍ତି ନାହିଁ। ଏଭଳି ସ୍ଥିତିରେ ଘରେ ଯଦି ମେଡ୍‌ କାମ କରୁଥିବାବେଳେ ଆପଣ କାହା ସହ ଝଗଡ଼ାକରି କିଛି କହି ଦିଅନ୍ତି ତ ସେସବୁ କଥାକୁ ଶୁଣିଥାଏ ମେଡ୍‌। ତା’ପରେ ସେ ଘରର ଝଗଡ଼ା ସମ୍ପର୍କରେ ବିଭିନ୍ନ କଥା ଅନୁଭବ କରି ବାହାରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାଏ। ଫଳରେ ଆପଣଙ୍କୁ ନେଇ ବାହାରେ ଖୁବ୍‌ ଆଲୋଚନା ହୁଏ ଓ ଲୋକେ ଆପଣଙ୍କ ପଛରେ ହସିଥାନ୍ତି। ତେଣୁ କୌଣସି ସମୟରେ ବି ମେଡ୍‌ ଆଗରେ ଏଭଳି ଭୁଲ୍‌ କରନ୍ତୁ ନାହିଁ। ବିଶେଷକରି ସ୍ବାମୀଙ୍କ ସହ ଝଗଡ଼ା କରନ୍ତୁ ନାହିଁ।
ପଡ଼ୋଶୀଙ୍କ ନିନ୍ଦା କରନ୍ତୁ ନାହିଁ: ପଡ଼ୋଶୀଙ୍କ ବିଷୟରେ ମେଡ୍‌ ଆଗରେ କୌଣସି ପ୍ରକାର ନକାରାତ୍ମକ କଥା କୁହନ୍ତୁ ନାହିଁ କିମ୍ବା ତା’ ଠାରୁ ଶୁଣନ୍ତୁ ନାହିଁ। ଏଭଳି ଭୁଲ୍‌ ପାଇଁ ବହୁ ଆପଣ ଅସୁବିଧାରେ ପଡ଼ିପାରନ୍ତି। କାରଣ କୌଣସି ମୁହୂର୍ତ୍ତରେ ହୁଏତ ମେଡ୍‌ ପଡ଼ୋଶୀଙ୍କ ଆଗରେ ଆପଣ କହିଥିବା କଥା କହି ସେମାନଙ୍କ ନିକଟତର ହେବାକୁ ଚେଷ୍ଟା କରିପାରେ। ଏହା ଫଳରେ ଅଯଥାରେ ପଡ଼ୋଶୀଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ।
ଟଙ୍କା ଥିବା ନେଇ ଦେଖେଇ ହୁଅନ୍ତୁ ନାହିଁ: ଆପଣଙ୍କର ଅଧିକ ଟଙ୍କା ଓ ସୁନା ଅଳଙ୍କାର ଅଛି ବୋଲି ମେଡ୍‌ ଆଗରେ ଆଦୌ ପ୍ରକାଶ କରନ୍ତୁ ନାହିଁ କି ସେଭଳି କୌଣସି ଆଚରଣ କରନ୍ତୁ ନାହିଁ। କାରଣ ଟଙ୍କା ପ୍ରତି ଅଧିକାଂଶ ମେଡ୍‌ଙ୍କର ଲୋଭ ଆସିଥାଏ। ଫଳରେ ସେମାନେ ଟଙ୍କା ନେବା ପାଇଁ ହୁଏତ ଆପଣଙ୍କୁ ମିଛ କହିପାରନ୍ତି କିମ୍ବା ଚୋରୀ କରିବା ପାଇଁ ଚେଷ୍ଟା କରିପାରନ୍ତି। ତେଣୁ ସେମାନଙ୍କ ଆଗରେ ଟଙ୍କାର ଲୋଭ ସୃଷ୍ଟି କରାନ୍ତୁ ନାହିଁ ନିଜେ ଅସୁବିଧାରେ ପଡ଼ିବେ।
ବିରୋଧରେ ଗପିବାକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ: ଅନେକ ସମୟରେ ଘରେ କାମ କରିବା ସହ ପାରିବାରିକ ଜୀବନରେ ହସ୍ତକ୍ଷେପ କରିବା ପାଇଁ ଚେଷ୍ଟା କରନ୍ତି ମେଡ୍‌। ଏଥିପାଇଁ ସେମାନେ ପ୍ରଥମେ ଘରର ସଦସ୍ୟଙ୍କ ସହ ଘନିଷ୍ଠତା ଦେଖାଇବାକୁ ଚେଷ୍ଟା କରନ୍ତି। ପରେ ଜଣଙ୍କ ବିରୋଧରେ ଅନ୍ୟ ଆଗରେ କହି ନିଜର ହେବାକୁ ଚେଷ୍ଟା କରନ୍ତି। କିନ୍ତୁ ତାଙ୍କୁ ଏହି ସୁଯୋଗ ଦିଅନ୍ତୁ ନାହିଁ। ଏମିତିକି ବାହାର ଲୋକଙ୍କ ବିଷୟରେ ଯଦି ସେମାନେ କିଛି କହିବାକୁ ଚେଷ୍ଟା କରନ୍ତି ସେସବୁକୁ ମଧ୍ୟ ଶୁଣନ୍ତୁ ନାହିଁ। ଘରର କୌଣସି ସଦସ୍ୟଙ୍କ ବିଷୟରେ ଆପଣଙ୍କୁ କହି ଆତ୍ମିୟତା ଦେଖାଇବାକୁ ଚେଷ୍ଟାକଲେ ତୁରନ୍ତ ଆକଟ କରନ୍ତୁ।
ଦାମୀ ଜିନିଷକୁ ସୁରକ୍ଷିତରେ ରଖନ୍ତୁ : ଘରର କୌଣସି ଦାମୀ ଜିନିଷକୁ ଖାମଖିଆଲ ଢଙ୍ଗରେ ଏଣେ ତେଣେ ରଖନ୍ତୁ ନାହିଁ। କାରଣ ମେଡ୍‌ ଯେ ସଚ୍ଚୋଟ ହୋଇଥିବେ ତା’ ସବୁବେଳେ ଠିକ୍‌ ହୋଇ ନ ଥାଏ। ତେଣୁ ଲୋଭର ବଶବର୍ତ୍ତୀ ହୋଇ ସେ ଚୋରି କିମ୍ବା ଆକ୍ରମଣ ଯୋଜନା କରିପାରନ୍ତି। ଏସବୁ ଦୃଷ୍ଟିରୁ ବିଚାରକଲେ ଘରେ ସବୁ ଜିନିଷକୁ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ହିଁ ଠିକ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri