Alert: ଟୁଥବ୍ରଶ୍‌କୁ ହ୍ୟାକ୍‌ କରୁଛନ୍ତି ସାଇବର କ୍ରିମିନାଲ, ଜାଣନ୍ତୁ ପୁରା ମାମଲା

ଏବେ ବଜାରରେ ଟୁଥବ୍ରଶ୍‌ ବ୍ୟତୀତ ସ୍ମାର୍ଟ ଟୁଥବ୍ରଶ୍‌ ମଧ୍ୟ ବିକ୍ରି ହେଉଛି। ପ୍ରଥମେ ଦାନ୍ତକାଠି, କରଞ୍ଜି କାଠି ଠାରୁ ଆରମ୍ଭ କରି ଲୋକେ ବ୍ରଶ୍‌ ବ୍ୟବହାର କରୁଥିଲେ। କିନ୍ତୁ ବିଜ୍ଞାନକୁ ତାଳ ଦେଇ ଏବେ ସ୍ମାଟ ଟୁଥବ୍ରଶ୍‌ ମଧ୍ୟ ବଜାରରେ ଉପଲବ୍ଧ। ନୂଆ ଟେକ୍ନୋଲଜିରେ ଏହା ବିଭିନ୍ନ ସାହାଯ୍ୟ ମଧ୍ୟ କରୁଛି। କିନ୍ତୁ କେବେ ଟୁଥବ୍ରଶ୍‌ ହ୍ୟାକ୍‌ ହେବା କଥା ଶୁଣିଛନ୍ତି କି? ଆଶ୍ଚଯ୍ୟ ଲାଗୁଥିଲେ ବି ସତ। ଏବେ ମୋବାଇଲ, ଲ୍ୟାପଟପ ଆଦି ଇଲୋକ୍ଟ୍ରନିକ ଗ୍ୟାଜେଟ ପରେ ସାଇବର କ୍ରମିନାଲଙ୍କ ନଜର ରହିଛି ଆପଣଙ୍କ ଟୁଥବ୍ରଶ୍‌ ଉପରେ। ଘରର ଗୋଟିଏ କଣରେ ପଡି ରହୁଥିବା ଏହି ଜିନିଷ, ଦିନକୁ ଜମା ୨ ଥର ବ୍ୟବହାର ହେଉଥିବା ଜିନିଷ ଦ୍ୱାରା ସାଇବର କ୍ରିମିନାଲମାନେ ମଧ୍ୟ ହ୍ୟାକ୍‌ କରିବାକୁ ଚେଷ୍ଟା କଲେଣି। ତେବେ ଆସନ୍ତୁ ଜାଣିବା ପୁରା ମାମଲା।

gadgets 360ଂ ର ରିପୋର୍ଟ ଅନୁଯାୟୀ, ସାଇବର କ୍ରିମିନାଲମାନେ ଏବେ ପର୍ଯ୍ୟନ୍ତ ୩୦ଲକ୍ଷ ସ୍ମାର୍ଟ ଟୁଥବ୍ରଶ୍‌ ହ୍ୟାକ୍‌ କରି ସାରିଛନ୍ତି। ସ୍ମାର୍ଟ ଟୁଥବ୍ରଶ୍‌କୁ ଏହି ସାଇବର ଅପରାଧୀମାନେ ବିଜନେସ କମ୍ପାନୀଙ୍କ ବିରୋଧରେ ହତିଆର ଭଳି ବ୍ୟବହାର କରିଛନ୍ତି। ଏହାକୁ ବ୍ୟବହାର କରି ସେମାନେ ଅନଲାଇନ ସର୍ଭିସ ଯୋଗାଉଥିବା ଏକ ଓ୍ବେବସାଇଟକୁ ହ୍ୟାକ୍‌ କରି ସାଇଟ୍‌କୁ କ୍ରାସ୍‌ କରିଦେଇଛନ୍ତି।

ରିପୋର୍ଟ ଅନୁସାରେ, ସାଇବର କ୍ରିମିନାଲମାନେ ଅପ୍ରାତ୍ୟଶିତ ଭାବେ ସାଇବର ଆଟାକ୍‌ କରିଛନ୍ତି। ପ୍ରଥମେ ସାଇବର କ୍ରମିନାଲମାନେ ସ୍ବାର୍ଟ ଟୁଥବ୍ରଶ୍‌କୁ ମାଲଓ୍ବେର ପଠାଇଥିଲେ। ପରେ ସ୍ବିସ କମ୍ପାନୀର ଏକ ଓ୍ବେସାଇଟ୍‌ ଡିନାୟଲ-ଅଫ୍‌-ସର୍ଭିସକୁ ଆଟାକ୍‌ କରିଥିଲେ। ଏପରି କରିବାର କେଇ ଘଣ୍ଟା ମଧ୍ୟରେ ଓ୍ବେବସାଇଟ୍‌ କ୍ରାଶ୍‌ ହୋଇଯାଇଥିଲା। ଯାହାଯୋଗୁ ଏହି କମ୍ପାନୀ ବଡ କ୍ଷତି ସହିବାକୁ ପଡିଲା।

ଏପରି ଘଟଣା ଘଟିବା ପରେ ସାଇବର ସିକ୍ୟୁରିଟି ଚିନ୍ତାବ୍ୟକ୍ତ କରିଛନ୍ତି। ଇଣ୍ଟରନେଟ ଦ୍ୱାରା କନେକ୍ଟ ହେଉଥିବା ଯେକୌଣସି ଡିଭାଇସ ଦ୍ୱାରା ସାଇବର କ୍ରିମିନାଲମାନେ ଆଗକୁ ଆହୁରି ବିଜନେସ ସାଇଟ୍‌କୁ ଆଟାକ୍‌ କରିପାରନ୍ତି। ସାଇବର ସିକ୍ୟୁରିଟି ଫର୍ମ ଫର୍ଟିନେଟ୍‌ର ସ୍ବିସ୍‌ ବ୍ରାଞ୍ଚ ଏହି ଘଟଣା ପରେ ସମସ୍ତଙ୍କୁ ଆଲର୍ଟ କରିବା ସହ ଇଣ୍ଟରନେଟ୍‌ ସହ ଜଡିତ ଡିଭାଇସକୁ ଦେଖିରଖି ବ୍ୟବହାର କରିବାକୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri