Categories: ବାଣିଜ୍ୟ

ତାପସୀ ପନ୍ନୁ ଗାଇନୋବେଦର ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୬।୫: ଅଗ୍ରଣୀ ଆୟୁର୍ବେଦିକ ଫେମଟେକ୍‌ ବ୍ରାଣ୍ଡ ‘ଗାଇନୋବେଦ’ ନିକଟରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହି ଡାଇରେକ୍ଟ ଟୁ କଞ୍ଜ୍ୟୁମର୍‌ ବ୍ରାଣ୍ଡ କ୍ଲିନିକାଲ୍‌ ଗବେଷଣା କରାଯାଇଥିବା ବିରଳ ଚେରମୂଳରେ ତିଆରି ନିଜର ଅତ୍ୟନ୍ତ ପ୍ରଭାବଶାଳୀ ଆୟୁର୍ବେଦିକ ଔଷଧଗୁଡ଼ିକ ପାଇଁ ଗ୍ରାହକଙ୍କ ଭଲପାଇବା ଓ ସମର୍ଥନ ପାଇଆସିଛି। ଏ ସମ୍ପର୍କରେ ଗାଇନୋବେଦର ପ୍ରତିଷ୍ଠାତା ତଥା ସିଇଓ ବିଶାଲ ଗୁପ୍ତା କହିଛନ୍ତି, ମହିଳାଙ୍କ ଋତୁସ୍ରାବଜନିତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗାଇନୋବେଦକୁ ବିଶ୍ୱରେ ମହିଳାଙ୍କର ପ୍ରଥମ ପସନ୍ଦର ବ୍ରାଣ୍ଡ୍‌ କରିବା ଆମର ଲକ୍ଷ୍ୟ।

Share