ଡ୍ରେନ୍‌ ପାର୍ଶ୍ୱରେ ମୁକ୍ତାକାଶ ଜିମ୍‌, ଲୋକଙ୍କ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୮ା୫: ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। କିନ୍ତୁ କେତେକ କାର୍ଯ୍ୟ ଠିକ ଭାବେ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କର୍ମ ତପତ୍ରତା ଅଭିଯାନ(ମୁକ୍ତା)ଯୋଜନାରେ ସ୍ବୟଂ ସହାୟିକା ଗୋଷ୍ଠୀଗୁଡିକୁ ନିୟୋଜିତ କରାଯାଇଛି। ଏହି ଯୋଜନାର କାର୍ଯ୍ୟଗୁଡିକ ମଧ୍ୟରେ ଉଦ୍ୟାନ ସୌନ୍ଦର୍ଯ୍ୟକରଣ, ଶିଶୁ ଉଦ୍ୟାନ, ଚଲାପଥ, ମିନି ପାର୍କ, ମୁକ୍ତାକାଶ ଜିମ୍‌, ଖେଳ ପଡିଆ ଭଳି ୩୩୫ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ଏଥିପାଇଁ ନିଗମ ପକ୍ଷରୁ ୨୫ କୋଟି ୧୨ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଏବେ କେତେକ ସ୍ଥାନରେ ଉନ୍ନୟନମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଥିବା ବେଳେ କେତେକ କ୍ଷେତ୍ରରେ କାର୍ଯ୍ୟ ଶେଷ ହୋଇଛି। ନିଗମ ପକ୍ଷରୁ ନିର୍ମାଣ କରାଯାଉଥିବା ମୁକ୍ତାକାଶ ଜିମ୍‌ ଗୁଡିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏଥିମଧ୍ୟରୁ ୩୦ ନଂ ୱାର୍ଡ ଅନ୍ତର୍ଗତ ନେହେରୁନଗର ମୁଖ୍ୟ ରାସ୍ତାରେ ବର୍ତ୍ତମାନ ଏକ ମୁକ୍ତାକାଶ ଜିମ୍‌ ନିର୍ମାଣ କାର୍ଯ୍ୟ କରାଯାଉଛି। ଗତ କିଛି ଦିନ ତଳେ ମହାନଗର ପକ୍ଷରୁ ଏହା ପାର୍ଶ୍ୱରେ ଥିବା ଡ୍ରେନ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପରେ ଏହି ମୁକ୍ତାକାଶ ଜିମ୍‌ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ନର୍ଦ୍ଦମା ପାର୍ଶ୍ୱ ଜିମ୍‌କୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଡ୍ରେନ୍‌ ପାର୍ଶ୍ୱରେ ଜିମଟି ହେବା ଦ୍ୱାରା ବର୍ଷା ଦିନରେ ଏହା ସମସ୍ୟା ସୃଷ୍ଟି କରିବ। ଏଥିସହ ଡ୍ରେନ୍‌ ପାର୍ଶ୍ୱରେ ଥିବାରୁ ମଶା ମାଛି ସାଙ୍ଗକୁ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଉଛି। ଯାହାଦ୍ୱାରା ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଯୁବ ପିଢିମାନେ ଜିମ୍‌କୁ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଡ୍ରେନ୍‌ ପାର୍ଶ୍ୱରେ ଜିମ୍‌ ପରିବର୍ତ୍ତେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହୋଇଛି।
ଏ ନେଇ ଉକ୍ତ ୱାର୍ଡ ଦାୟତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସ୍ବପ୍ନା ସାହୁଙ୍କୁ ପଚାରିବରୁ ୫୦ ଫୁଟ ବିଶିଷ୍ଟ ଚଉଡା ରାସ୍ତାରେ ମୁକ୍ତାକାଶ ଜିମ୍‌ ତିଆରି ନିୟମ ରହିଛି। ଜିମ୍‌ ପାର୍ଶ୍ୱରେ ଥିବା ଡ୍ରେନ୍‌ ଉପରେ ଘୋଡଣି ପକାଯାଇଛି। ଆଗାମୀ ଦିନରେ ଏଠାରେ ପେବର ବ୍ଲକ ପକାଯିବ। ଯାହାଦ୍ୱାରା ମୁକ୍ତାକାଶ ଜିମ୍‌ ବ୍ୟବହାର କରିବା ପାଇଁ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri