ଆବର୍ଜନା ମଧ୍ୟରେ ମୁକ୍ତାକାଶ ଜିମ୍‌

ବ୍ରହ୍ମପୁର,୧୨ା୪(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ବିକାଶ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୨.୭୪କୋଟି ଟଙ୍କା ବ୍ୟୟରେ ଏହି ଯୋଜନାରେ ୧୬୩ ପ୍ରକଳ୍ପ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪.୭୪ କୋଟି ଟଙ୍କା ବ୍ୟୟରେ ୩୯୫ ପ୍ରକଳ୍ପ ନିର୍ମାଣ ଲକ୍ଷ୍ୟ ରହିଛି। କିନ୍ତୁ ଏହି ଯୋଜନାର ଅନେକ ପ୍ରକଳ୍ପ ବିଭିନ୍ନ କାରଣରୁ କାର୍ଯ୍ୟରେ ଆସିପାରୁନାହିଁ। ବିଇଏମ୍‌ସି ୮ ନଂ. ୱାର୍ଡରେ ଥିବା ଏକ ମୁକ୍ତାକାଶ ଜିମ୍‌ର ଦୃଶ୍ୟ ଏହା ପ୍ରମାଣିତ କରୁଛି।
୮ ନଂ. ଓ୍ବାର୍ଡ ପାଟରାସାହି ତଥା ଆଗାସାହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପଛ ପାର୍ଶ୍ୱରେ ମୁକ୍ତା ଯୋଜନାରେ ଅଳ୍ପଦିନ ତଳେ ଏକ ମୁକ୍ତାକାଶ ଜିମ ନିର୍ମାଣ କରାଯାଇଛି। ୱାର୍ଡ ନଂ. ୭, ୮, ୯ ବାସିନ୍ଦା ଏହାକୁ ବ୍ୟବହାର କରପାରିବେ। ଏଠାରେ ୫ଟି ଜିମ୍‌ ସାମଗ୍ରୀ ରହିଛି। ହେଲେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ କୁଢ଼ କୁଢ଼ ଆବର୍ଜନା ପଡୁଛି। ଏହି ରାସ୍ତାଟି ସାନ ବଜାର ଛକକୁ ସଂଯୋଗ କରୁଛି। ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ବହୁ ମାଲବାହୀ ଟ୍ରକ ଯିବା ଆସିବା କରୁଛି। ରାତିରେ ଉକ୍ତ ଅଞ୍ଚଳ ଗୋରୁଙ୍କ ବିଶ୍ରାମସ୍ଥଳ ପାଲଟୁଛି। କେବଳ ସେତିକି ନୁହେଁ, ନିକଟରେ କାୈଣସି ଶାୈଚାଳୟ ନ ଥିବାରୁ ବଜାରରୁ ଆସୁଥିବା ସାଧାରଣ ଲୋକେ ଏହି ସ୍ଥାନରେ ପରିସ୍ରା କରୁଛନ୍ତି। ଏଭଳି ଦୂଷିତ ପରିବେଶ ମଧ୍ୟରେ ଜିମ୍‌ ଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ବ୍ୟବହାର କରିବାକୁ ମୁହଁ ମୋଡୁଛନ୍ତି। ପୂର୍ବରୁ ଏହି ସ୍ଥାନଟି ଆବର୍ଜନାରେ ପରିପୂର୍ଣ୍ଣ ରହୁଥିଲା। ଏ ବାବଦରେ ସ୍ଥାନୀୟ ଲୋକ ପ୍ରତିନିଧି ଅବଗତ ଥାଇ ମଧ୍ୟ କିଭଳି ସେଠାରେ ମୁକ୍ତାକାଶ ଜିମ୍‌ ସ୍ଥାପନ କରାଗଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ଏହା ଠିକାଦାରୀ ଅନୁକମ୍ପା ଛଡା ଅନ୍ୟକିଛି ନୁହେଁ ବୋଲି କହିଛନ୍ତି। ସେଠାରେ ଯଦି ଆବର୍ଜନା ପଡେ ଏବଂ ଜିମ୍‌ ସାମଗ୍ରୀଗୁଡିକ ଅବ୍ୟବହୃତ ଭାବେ ପଡି ରହେ ଚୋରି ହେବା ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେଣୁ ଜିମ ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନଚେତ ଉକ୍ତ ସ୍ଥାନଟି ପରିସ୍କାର କରାଯାଉ ବୋଲି ଦାବି ହେଉଛି। ଏ ନେଇ କର୍ପୋରେଟର ଜେ ଶ୍ରୀନିବାସ ରାଓ କହିଛନ୍ତି, ଉକ୍ତ ସ୍ଥାନରେ ଷ୍ଟିଲ ଗ୍ରୀଲ କରାଯିବ। ରାସ୍ତା ମଧ୍ୟ ମରାମତି କରାଯାଇ ପେଭର ପକାଯିବ। ସେଠାରେ ଯେଭଳି ଆବର୍ଜନା ନ ପଡିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri