ଆବର୍ଜନା ମଧ୍ୟରେ ମୁକ୍ତାକାଶ ଜିମ୍‌

ବ୍ରହ୍ମପୁର,୧୨ା୪(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ବିକାଶ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୨.୭୪କୋଟି ଟଙ୍କା ବ୍ୟୟରେ ଏହି ଯୋଜନାରେ ୧୬୩ ପ୍ରକଳ୍ପ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪.୭୪ କୋଟି ଟଙ୍କା ବ୍ୟୟରେ ୩୯୫ ପ୍ରକଳ୍ପ ନିର୍ମାଣ ଲକ୍ଷ୍ୟ ରହିଛି। କିନ୍ତୁ ଏହି ଯୋଜନାର ଅନେକ ପ୍ରକଳ୍ପ ବିଭିନ୍ନ କାରଣରୁ କାର୍ଯ୍ୟରେ ଆସିପାରୁନାହିଁ। ବିଇଏମ୍‌ସି ୮ ନଂ. ୱାର୍ଡରେ ଥିବା ଏକ ମୁକ୍ତାକାଶ ଜିମ୍‌ର ଦୃଶ୍ୟ ଏହା ପ୍ରମାଣିତ କରୁଛି।
୮ ନଂ. ଓ୍ବାର୍ଡ ପାଟରାସାହି ତଥା ଆଗାସାହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପଛ ପାର୍ଶ୍ୱରେ ମୁକ୍ତା ଯୋଜନାରେ ଅଳ୍ପଦିନ ତଳେ ଏକ ମୁକ୍ତାକାଶ ଜିମ ନିର୍ମାଣ କରାଯାଇଛି। ୱାର୍ଡ ନଂ. ୭, ୮, ୯ ବାସିନ୍ଦା ଏହାକୁ ବ୍ୟବହାର କରପାରିବେ। ଏଠାରେ ୫ଟି ଜିମ୍‌ ସାମଗ୍ରୀ ରହିଛି। ହେଲେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ କୁଢ଼ କୁଢ଼ ଆବର୍ଜନା ପଡୁଛି। ଏହି ରାସ୍ତାଟି ସାନ ବଜାର ଛକକୁ ସଂଯୋଗ କରୁଛି। ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ବହୁ ମାଲବାହୀ ଟ୍ରକ ଯିବା ଆସିବା କରୁଛି। ରାତିରେ ଉକ୍ତ ଅଞ୍ଚଳ ଗୋରୁଙ୍କ ବିଶ୍ରାମସ୍ଥଳ ପାଲଟୁଛି। କେବଳ ସେତିକି ନୁହେଁ, ନିକଟରେ କାୈଣସି ଶାୈଚାଳୟ ନ ଥିବାରୁ ବଜାରରୁ ଆସୁଥିବା ସାଧାରଣ ଲୋକେ ଏହି ସ୍ଥାନରେ ପରିସ୍ରା କରୁଛନ୍ତି। ଏଭଳି ଦୂଷିତ ପରିବେଶ ମଧ୍ୟରେ ଜିମ୍‌ ଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ବ୍ୟବହାର କରିବାକୁ ମୁହଁ ମୋଡୁଛନ୍ତି। ପୂର୍ବରୁ ଏହି ସ୍ଥାନଟି ଆବର୍ଜନାରେ ପରିପୂର୍ଣ୍ଣ ରହୁଥିଲା। ଏ ବାବଦରେ ସ୍ଥାନୀୟ ଲୋକ ପ୍ରତିନିଧି ଅବଗତ ଥାଇ ମଧ୍ୟ କିଭଳି ସେଠାରେ ମୁକ୍ତାକାଶ ଜିମ୍‌ ସ୍ଥାପନ କରାଗଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ଏହା ଠିକାଦାରୀ ଅନୁକମ୍ପା ଛଡା ଅନ୍ୟକିଛି ନୁହେଁ ବୋଲି କହିଛନ୍ତି। ସେଠାରେ ଯଦି ଆବର୍ଜନା ପଡେ ଏବଂ ଜିମ୍‌ ସାମଗ୍ରୀଗୁଡିକ ଅବ୍ୟବହୃତ ଭାବେ ପଡି ରହେ ଚୋରି ହେବା ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେଣୁ ଜିମ ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନଚେତ ଉକ୍ତ ସ୍ଥାନଟି ପରିସ୍କାର କରାଯାଉ ବୋଲି ଦାବି ହେଉଛି। ଏ ନେଇ କର୍ପୋରେଟର ଜେ ଶ୍ରୀନିବାସ ରାଓ କହିଛନ୍ତି, ଉକ୍ତ ସ୍ଥାନରେ ଷ୍ଟିଲ ଗ୍ରୀଲ କରାଯିବ। ରାସ୍ତା ମଧ୍ୟ ମରାମତି କରାଯାଇ ପେଭର ପକାଯିବ। ସେଠାରେ ଯେଭଳି ଆବର୍ଜନା ନ ପଡିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri