Categories: ଜାତୀୟ

ସ୍ତ୍ରୀ ଫୋନ୍‌ କରିବାରୁ ଭାରତ-ଚାଇନା ବର୍ଡର ଛାଡି ସିଧା ଘରେ ପହଞ୍ଚିଲେ ଯବାନ

ଗ୍ବାଲିୟର,୧୭।୭: ଭାରତ-ଚାଇନା ସୀମାରେ କାର୍ଯ୍ୟରତ ଜଣେ ଯବାନ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଯବାନ ନିଖୋଜ ହେବା ପରେ ସୀମାରେ ଥିବା ବାୟୁସେନା ଅଫିସରେ ଆତଙ୍କ ଖେଳିଯାଇଥିଲା। ଏହାପରେ ତାଙ୍କୁ ଖୋଜାଖୋଜି ଆରମ୍ଭ ହୋଇଯାଇଥିଲା। ଏପଟେ ତାଙ୍କ ଗ୍ବାଲିୟର ବାସଭବନ ପହଞ୍ଚିଥିଲା ପୋଲିସ। ସେଠାରୁ ଯବାନଙ୍କ ସନ୍ଧାନ ମିଳିଥିଲା। ଉକ୍ତ ଯବାନଙ୍କୁ ଏୟାରଫୋର୍ସ ପୋଲିସ ଉଠାଇ ନେଇଯାଇଥିଲା। ସୂଚନାଯୋଗ୍ୟ, ଗ୍ବାଲିୟର ସହରରେ ଥିବା ହଜିରା ଥାନା ଅଞ୍ଚଳ ଖାରା କୁଆଁାରେ ରହୁଥିବା ଅନୀଲ ରାଜାଓ୍ବତ ବାୟୁସେନାରେ କାର୍ଯ୍ୟ କରନ୍ତି। ତାଙ୍କୁ ଭାରତ-ଚାଇନା ବର୍ଡରରେ ନିୟୋଜିତ କରାଯାଇଥିଲା। ଚାଇନା ସହ ଏବେ ବଡରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତ ଥିବାରୁ ଯବାନମାନଙ୍କୁ ଛୁଟି ଦିଆଯାଉନାହିଁ। ପଚରାଉଚରାବେଳେ ଅନୀଲ କହିଛନ୍ତି, ଏକ ଜରୁରୀ କାମ ଅଛି ବୋଲି କହି ସ୍ତ୍ରୀ ଫୋନ କରିଥିଲେ। ତେଣୁ କାହାକୁ ନ ଜଣାଇ ଘରକୁ ପଳାଇଆସିଥିଲି ବୋଲି ସେ ସ୍ବୀକାର କରିଛନ୍ତି।

Share