Posted inଫୁରସତ

ଆମକୁ ଭୂତ ଦେଖାଉଥିବା ଗୁରୁଦେବ

ଆଜି ଗୁରୁଦିବସ। ମନେ ପଡୁଛନ୍ତି ମୋର ଅନେକ ଅନେକ ନମସ୍ୟ ଗୁରୁଜୀ ଏବଂ ଗୁରୁମା। ସେମାନଙ୍କ ମଧ୍ୟରୁ ଯାହାଙ୍କ ସହିତ ମୁଁ ଅତି ନିବିଡ଼ଭାବେ ଜଡ଼ିତ ସେମାନେ ହେଲେ ନିଜ ଗାଁ ଯମପଡ଼ା (କେନ୍ଦ୍ରାପଡ଼ା) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବଡ଼ ମାଷ୍ଟ୍ରେ କୃଷ୍ଣଚନ୍ଦ୍ର ବେଉରା, ରେଭେନ୍‌ଶା ମହାବିଦ୍ୟାଳୟର ପ୍ରଫେସର ମହେନ୍ଦ୍ର ରାଉତ ଏବଂ ମୋ ଗବେଷଣାର ଦିଗ୍‌ଦର୍ଶକ ପ୍ରଫେସର ଜ୍ଞାନେନ୍ଦ୍ର ନାଥ ମିତ୍ର (କୃଷି ବିଶ୍ୱବିଦ୍ୟାଳୟ)। ଏ ସମସ୍ତେ ଏବେ ସ୍ବର୍ଗବାସୀ। ତେବେ ଯାହାଙ୍କର ଆଶୀର୍ବାଦର ହାତ ଏବେ ବି ମୋ ମୁଣ୍ଡ ଉପରେ ରହିଛି ଏବଂ ମୋର ସବୁଠାରୁ ଆତ୍ମୀୟ ହୋଇପାରିଥିବା ଗୁରୁ ହେଲେ ଆମ ଗ୍ରାମ ପାଖ କରିଲୋପାଟଣାର ଜୟରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଶତପଥୀ (ଶତପଥୀଙ୍କ ଜନ୍ମ ୧୯୩୫ ମସିହା ସେପ୍ଟେମ୍ବର ୧୮ ତାରିଖ କେନ୍ଦ୍ରାପଡ଼ା ଜିଲାର ନରହରିପୁର ଗ୍ରାମରେ, ପିତା-ଗୋପୀନାଥ ଏବଂ ମା-ଇନ୍ଦୁମତୀ)। ତାଙ୍କ ଆତ୍ମଜୀବନୀ ‘କଣ୍ଟାବାଡ଼ର ଜୀବନ’ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷାପ୍ରେମୀ ତଥା ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ମାର୍ଗଦର୍ଶକ ଗ୍ରନ୍ଥ। ଏବେ ମଧ୍ୟ ତାଙ୍କ ପରି ଚିରନମସ୍ୟ ଗୁରୁ ମନେ ପଡୁଛନ୍ତି । କାରଣ ତାଙ୍କୁ ନେଇ ରହିଛି ଏକ ଅଭୁଲା କାହାଣୀ। ସେତେବେଳେ (୧୯୬୦ ମସିହା) ମୁଁ ପଢ଼ୁଥାଏ ନବମ ଶ୍ରେଣୀରେ। ସ୍କୁଲକୁ ଲାଗିଥିବା ହଷ୍ଟେଲରେ ଅଳ୍ପ କିଛି ଛାତ୍ରବନ୍ଧୁଙ୍କ ସହିତ ରହୁଥାଏ । ଆମ ରୋଷେୟା ନନା ଥିଲେ ଜଣେ ମଧ୍ୟବୟସ୍କ ଲୋକ। ଦିନେ ସେ ଆମକୁ କହିଥିଲେ,‘ଆମ ସ୍କୁଲ ଘରେ ଜଣେ ବୟସ୍କ ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ସେ କଠଉ ପିନ୍ଧୁଥିଲେ। ଏବେ ରାତି ହେଲେ ତାଙ୍କ ଭୂତ(ପ୍ରେତାତ୍ମା) ବାରଣ୍ଡାରେ ଯା’ଆସ କରୁଛି। ଏଣୁ କଠଉର ଠକ୍‌ ଠକ୍‌ ଶବ୍ଦ ଶୁଣି ହେଉଛି।’ ସେ ସମୟରେ ସମସ୍ତଙ୍କର ଭୂତପ୍ରେତ ପ୍ରତି ଭାରି ଭୟ ଥିଲା। ଏଣୁ ସେଦିନ ରାତିରେ ଆମେ ନନାଙ୍କ ସହିତ ହଷ୍ଟେଲରେ ବାହାରକୁ ଆସି କାନପାତି ବସିଲୁ ଏବଂ ସେ ଶବ୍ଦ ମଧ୍ୟ ଶୁଣିଲୁ। ତା’ପରଠାରୁ ରାତି ହେଲେ ଆମେ କ୍ୱଚିତ୍‌ ପଦାକୁ ବାହାରୁଥିଲୁ। ଏହାର କିଛି ମାସ ଆଗରୁ ଶତପଥୀ ସାର୍‌ ଆମ ସ୍କୁଲରେ ଯୋଗ ଦେଇଥାନ୍ତି ପ୍ରଧାନ ଶିକ୍ଷକ ରୂପେ। ଛାତ୍ରୀଛାତ୍ରଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କକୁ ସେ ଭଲ ପାଉଥିଲେ। ସେଥିପାଇଁ ଆମେ ତାଙ୍କ ସହିତ ସହଜରେ ମିଶି ପାରୁଥିଲୁ। ଥରେ ସ୍କୁଲରେ ଭୂତ ଥିବାରୁ ଆମେ କିପରି ଡରିମରି ଅଛୁ ସେକଥା ତାଙ୍କ କାନକୁ ଗଲା। ସେ ଦିନ ରାତି ପ୍ରାୟ ୧୧ଟା ହେବ। ଆମ ହଷ୍ଟେଲ କବାଟ ଠକ୍‌ ଠକ୍‌ ହେଲା। ଭାବିଲୁ ଭୂତ ଆସିଛି। ସେଥିପାଇଁ ଚୁପ୍‌ ରହିଲୁ। ହେଲେ କିଛି ସମୟ ପରେ ଶତପଥୀ ସାର୍‌ଙ୍କ ସ୍ବର ଶୁଭିଲା। ଫଳରେ ଆମ ଡର ଭାଙ୍ଗିଲା ଏବଂ ଆମେ କବାଟ ଖୋଲିଲୁ।
ସେ ହାତରେ ଧରିଥିବା ଲଣ୍ଠନଟିକୁ ଉପରକୁ ଟେକି କହିଲେ, ‘ଶୁଣି ପାରୁଛ ତ ଭୂତର କଠଉ ଶବ୍ଦ।’ ଆମେ ସବୁ ହଁ ମାରିଲୁ। ସେ ପୁଣି କହିଲେ-ଚାଲ ଦେଖିବା ଭୂତଟା କେମିତିକା।
ଏକଥା ଶୁଣି ଆମ ପିଳେହି ପାଣି। ତଥାପି ଡରିମରି ତାଙ୍କ ପଛେ ପଛେ ଚାଲିଲୁ। ତା’ପରେ ସେ ସିଧା ଗଲେ ସ୍କୁଲର ଅଫିସ ପାଖକୁ। ଚାବିରେ ଦରଜା ଖୋଲି କହିଲେ- ଏଇ ଦେଖ ସେ ଭୂତଟା କିପରି କାନ୍ଥରେ ଲଟକିଛି।
ଆମେ ଆଶ୍ଚର୍ଯ୍ୟ ହୋଇ ଚାହିଁଲୁ। ଦେଖିଲୁ ପେଣ୍ଡୁଲମ୍‌ ଲଗା ୱାଲ୍‌ କ୍ଲକ୍‌(କାନ୍ଥଘଣ୍ଟା)ଟା ଟିକ୍‌ ଟିକ୍‌ ଶବ୍ଦ କରି ଚାଲିଛି। ତା’ ପରେ ସେ ହସିଲେ ଖୁବ୍‌ ଜୋରରେ ଏବଂ କହିଲେ- ବୁଝିଲ ପିଲାଏ, ‘ଭୂତ ଫୁତ ବୋଲି କିଛି ନାହିଁ।’ ଏହାପରେ ଆମ ଭୂତ ଡର ପୂରା ଛାଡ଼ି ନ ଥିଲେ ବି ତାହା ବେଶ୍‌ କମିଗଲା। ଆଜିର ଏ ଗୁରୁଦିବସରେ ମୁଁ ତାଙ୍କୁ ମୋର ଶତକୋଟି ପ୍ରଣାମ ଜଣାଉଛି।

-ପ୍ର.ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪-୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ- ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri