Categories: ବାଣିଜ୍ୟ

ସାମନ୍ତରାପୁରରେ ଗୁପ୍ତାର ୨୫ତମ ଷ୍ଟୋର

ଭୁବନେଶ୍ୱର,୯।୧୦ ଚଳିତ ବର୍ଷର ପାର୍ବଣ ଅବସରରେ ଗୁପ୍ତା ଡ଼ିଷ୍ଟିବ୍ୟୁଟର୍ସ ପକ୍ଷରୁ ଶୁକ୍ରବାର ଆଉ ଏକ ମେଗା ଫ୍ଲାଗସିପ୍‌ ଷ୍ଟୋର ସ୍ଥାନୀୟ ସାମନ୍ତରାପୁର ଛକ ଠାରେ ଶୁଭାରମ୍ଭ ହୋଇଯାଇଛି। ୧୪ହଜାର ବର୍ଗଫୁଟ ପରିସରରେ ନବନିର୍ମିତ ଏହି ଷ୍ଟୋରକୁ କମ୍ପାନୀର ସତ୍ତ୍ୱାଧିକାରୀ ରାଜେଶ କୁମାର ଗୁପ୍ତା ଏବଂ ତାଙ୍କ ଧର୍ମପତ୍ନୀ ଉଦଘାଟନ କରିଥିଲେ। ସାରା ରାଜ୍ୟରେ ଗୁପ୍ତା ଡିଷ୍ଟିବ୍ୟୁଟର୍ସର ଏହା ହେଉଛି ୨୫ତମ ଷ୍ଟୋର।
୫୦ବର୍ଷ ଧରି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ବିକ୍ରୟ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବା ସହ ସମଗ୍ର ପୂର୍ବଭାରତରେ ଏକ ପରିଚିତ ସଂସ୍ଥା ଭାବେ ବେଶ ସଫଳତା ଅର୍ଜନ କରିଛି। ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ପ୍ରଡ଼କ୍ସ, ବିକ୍ରୟ କ୍ଷେତ୍ରରେ ଗୁପ୍ତା ଡ଼ିଷ୍ଟିବ୍ୟୁଟର୍ସର ସମସ୍ତ ଶୋ’ରୁମାନଙ୍କରେ କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ହୋମ୍‌ ଆପ୍ଲିଆଏନ୍ସ, ଡ଼ିଜିଟାଲ ପ୍ରଡ଼କ୍ସ, ଆଇଟି ପ୍ରଡକ୍ଟ , ମୋବାଇଲ୍‌ , ଏୟାର କୁଲର , ହୋମ ଫର୍ଣ୍ଣଚର ଆଦିର ସ୍ବତନ୍ତ୍ର ଏବଂ ଅତ୍ୟାଧୁନିକ ଡ଼ିସପ୍ଲେ କରାଯାଇଛି। ରାଜ୍ୟର ଏକ ନମ୍ବର ଏସି ବିକ୍ରେତା ଭାବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଅନେକ ସମ୍ମାନର ସମ୍ମାନିତ ହୋଇଛି। ସେହିଭଳି ଏଠାରେ ବିଭିନ୍ନ ନାମିଦାମି କମ୍ପାନୀମାନଙ୍କର ଏୟାର କଣ୍ଡିସନରଗୁଡିକରେ ଆକର୍ଷଣୀୟ ରିହାତି ଓ କମ୍‌ ମୂଲ୍ୟ ସାଙ୍ଗକୁ ସହଜ କିସ୍ତିର ଆକର୍ଷଣୀୟ ଅଫର୍‌ ପ୍ରଦାନ କରୁଛି। ଏଠାରେ ଗ୍ରାହକ ବିଭିନ୍ନ ଆନ୍ତର୍ଜାତୀୟ ସ୍ତରର ହୋମ୍‌ ଆପ୍ଲାଏନ୍ସ, ଏଲଇଡ଼ି ଟିଭି, ଏୟାରକଣ୍ଡିସନର, କିଚେନ୍‌ ଆପ୍ଲାଏନ୍ସ, ଲାପଟପ୍‌ ଏବଂ ମୋବାଇଲ୍‌ ଇତ୍ୟାଦି ଗୋଟିଏ ଛାତ ତଳେ କିଣିବାର ସୁଯୋଗ ପାଇବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।

Share