ସାମନ୍ତରାପୁରରେ ଗୁପ୍ତାର ୨୫ତମ ଷ୍ଟୋର

ଭୁବନେଶ୍ୱର,୯।୧୦ ଚଳିତ ବର୍ଷର ପାର୍ବଣ ଅବସରରେ ଗୁପ୍ତା ଡ଼ିଷ୍ଟିବ୍ୟୁଟର୍ସ ପକ୍ଷରୁ ଶୁକ୍ରବାର ଆଉ ଏକ ମେଗା ଫ୍ଲାଗସିପ୍‌ ଷ୍ଟୋର ସ୍ଥାନୀୟ ସାମନ୍ତରାପୁର ଛକ ଠାରେ ଶୁଭାରମ୍ଭ ହୋଇଯାଇଛି। ୧୪ହଜାର ବର୍ଗଫୁଟ ପରିସରରେ ନବନିର୍ମିତ ଏହି ଷ୍ଟୋରକୁ କମ୍ପାନୀର ସତ୍ତ୍ୱାଧିକାରୀ ରାଜେଶ କୁମାର ଗୁପ୍ତା ଏବଂ ତାଙ୍କ ଧର୍ମପତ୍ନୀ ଉଦଘାଟନ କରିଥିଲେ। ସାରା ରାଜ୍ୟରେ ଗୁପ୍ତା ଡିଷ୍ଟିବ୍ୟୁଟର୍ସର ଏହା ହେଉଛି ୨୫ତମ ଷ୍ଟୋର।
୫୦ବର୍ଷ ଧରି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ବିକ୍ରୟ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବା ସହ ସମଗ୍ର ପୂର୍ବଭାରତରେ ଏକ ପରିଚିତ ସଂସ୍ଥା ଭାବେ ବେଶ ସଫଳତା ଅର୍ଜନ କରିଛି। ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ପ୍ରଡ଼କ୍ସ, ବିକ୍ରୟ କ୍ଷେତ୍ରରେ ଗୁପ୍ତା ଡ଼ିଷ୍ଟିବ୍ୟୁଟର୍ସର ସମସ୍ତ ଶୋ’ରୁମାନଙ୍କରେ କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ହୋମ୍‌ ଆପ୍ଲିଆଏନ୍ସ, ଡ଼ିଜିଟାଲ ପ୍ରଡ଼କ୍ସ, ଆଇଟି ପ୍ରଡକ୍ଟ , ମୋବାଇଲ୍‌ , ଏୟାର କୁଲର , ହୋମ ଫର୍ଣ୍ଣଚର ଆଦିର ସ୍ବତନ୍ତ୍ର ଏବଂ ଅତ୍ୟାଧୁନିକ ଡ଼ିସପ୍ଲେ କରାଯାଇଛି। ରାଜ୍ୟର ଏକ ନମ୍ବର ଏସି ବିକ୍ରେତା ଭାବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଅନେକ ସମ୍ମାନର ସମ୍ମାନିତ ହୋଇଛି। ସେହିଭଳି ଏଠାରେ ବିଭିନ୍ନ ନାମିଦାମି କମ୍ପାନୀମାନଙ୍କର ଏୟାର କଣ୍ଡିସନରଗୁଡିକରେ ଆକର୍ଷଣୀୟ ରିହାତି ଓ କମ୍‌ ମୂଲ୍ୟ ସାଙ୍ଗକୁ ସହଜ କିସ୍ତିର ଆକର୍ଷଣୀୟ ଅଫର୍‌ ପ୍ରଦାନ କରୁଛି। ଏଠାରେ ଗ୍ରାହକ ବିଭିନ୍ନ ଆନ୍ତର୍ଜାତୀୟ ସ୍ତରର ହୋମ୍‌ ଆପ୍ଲାଏନ୍ସ, ଏଲଇଡ଼ି ଟିଭି, ଏୟାରକଣ୍ଡିସନର, କିଚେନ୍‌ ଆପ୍ଲାଏନ୍ସ, ଲାପଟପ୍‌ ଏବଂ ମୋବାଇଲ୍‌ ଇତ୍ୟାଦି ଗୋଟିଏ ଛାତ ତଳେ କିଣିବାର ସୁଯୋଗ ପାଇବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri