ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍ଗ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର ବିଳମ୍ବିତ ରାତିରୁ ରବିବାର ଭୋର୍‌ ପର୍ଯ୍ୟନ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ କିପରି ଭାବେ ତାଙ୍କ ସହ ଦୁଃର୍ବ୍ୟବହାର ପ୍ରଦର୍ଶନ କରିଥିଲେ ସେ ସବୁ ଘଟଣା କାନ୍ଦି କାନ୍ଦି ବଖାଣିଛନ୍ତି। ଅଙ୍କିତାଙ୍କ କଥା ଶୁଣିବା ପରେ କମିଶନରେଟ୍‌ ପୋଲିସ ଅଧୀନରେ ଆସୁଥିବା ଭରତପୁର ଥାନାର କର୍ମଚାରୀ ଓ ଅଧିକାରୀ କିପରି ବେଆଇନ ଏବଂ ଆପରାଧିକ କାର୍ଯ୍ୟକଳାପ କରିଥିଲେ ସେସବୁ ଲୋକଲୋଚନକୁ ଆସିଛି। ବିଳମ୍ବିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଗୁରୁଭନ୍ସ ଏବଂ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ରାତିତମାମ ଥାନା କର୍ମଚାରୀ ଅକଥନୀୟ ନିର୍ଯାତନା ଦେଇଛନ୍ତି। ଖାଲି ନିର୍ଯାତନା ନୁହେଁ, ଅଙ୍କିତାଙ୍କୁ ମାଡ଼ ମାରିବା ସହ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ପୁରୁଷ ପୋଲିସ ଗୋଇଠା ମଧ୍ୟ ମାରିଥିଲେ। କିଛି ସମୟ ପରେ ଆଇଆଇସି ଆସି ତାଙ୍କ ପ୍ୟାଣ୍ଟ ଖସାଇ ଦେଇଥିଲେ। ଏହାପରେ ଆଇଆଇସି ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିବା ଅଙ୍କିତା କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଅଙ୍କିତା କହିଛନ୍ତି, ରାତି ଗୋଟାଏ ସମୟରେ ସେ ତାଙ୍କ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁଭନ୍ସଙ୍କ ସହ ଘରକୁ ଫେରୁଥିଲେ। ତେବେ ଅଧା ରାସ୍ତାରେ କେତେଜଣ ବ୍ୟକ୍ତି ଗାଡ଼ି ଅଟକାଇ ଯୁକ୍ତିତର୍କ କରିଥିଲେ। ସେମାନଙ୍କ କବଳରୁ ବାହାରି ଅଭିଯୋଗ କରିବା ପାଇଁ ଭରତପୁର ଥାନାରେ ପହଞ୍ଚତ୍ଥିଲେ। ସେତେବେଳେ ଥାନା ଅଭ୍ୟର୍ଥନା କକ୍ଷରେ ଜଣେ ମହିଳା କନଷ୍ଟେବଲ ବସିଥିଲେ। ସେ ସେତେବେଳେ ୟୁନିଫର୍ମରେ ନ ଥିଲେ, ନାଇଟ୍‌ ପିନ୍ଧି ବସିଥିଲେ। ତାଙ୍କ ଛଡ଼ା ଆଉ କୌଣସି ପୋଲିସ କର୍ମଚାରୀ ନ ଥିଲେ। ତେଣୁ ସମ୍ପୃକ୍ତ ମହିଳା କନଷ୍ଟେବଲଙ୍କୁ ଏଫ୍‌ଆଇଆର୍‌ ରୁଜୁ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ସେ ଏଫ୍‌ଆଇଆର୍‌ ଲଜ୍‌ କରିବା ବଦଳରେ ଗାଳି ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି। ମହିଳା କନଷ୍ଟେବଲ ଗାଳିଦେବାର କିଛି ସମୟ ପରେ ଏକ ପାଟ୍ରୋଲିଂ ଗାଡ଼ି ଥାନାରେ ପହଞ୍ଚତ୍ଥିଲା। ସେଥିରେ ଥିବା ମହିଳା ଓ ପୁରୁଷ କର୍ମଚାରୀମାନେ ଏଫ୍‌ଆଇଆ୍‌ର ଲେଖିବା ପାଇଁ ମେଜର ଗୁରୁଭନ୍ସଙ୍କୁ କହିଥିଲେ। ଗୁରୁଭନ୍ସ ଅଭିଯୋଗ ଲେଖିବା ପାଇଁ ରାଜି ହୋଇଥିଲେ। କିନ୍ତୁ ସେଠାରେ କ’ଣ ହେଲା ସେମାନେ ତାଙ୍କୁ କଷ୍ଟୋଡିରେ ରଖିଲେ। ଏହାକୁ ଅଙ୍କିତା ପ୍ରତିବାଦ କରିଥିଲେ। ଜଣେ ଆର୍ମି ଅଫିସରଙ୍କୁ କଷ୍ଟୋଡିରେ ରଖିପାରିବ ନାହିଁ, ଏହା ଆଇନ ବିରୋଧୀ ବୋଲି କହିଥିଲେ। ଠିକ୍‌ ସେତିକି ବେଳେ ୨ ଜଣ ମହିଳା ପୋଲିସ ଅଫିସର ତାଙ୍କ ଚୁଟି ଧରି ମାଡ଼ ମାରିଥିଲେ। ଏହାକୁ ଯେତେ ପ୍ରତିବାଦ କରିଥିଲେ ସୁଦ୍ଧା ସେମାନେ ଶୁଣି ନ ଥିଲେ। ସେମାନଙ୍କ ଭିତରୁ ଜଣେ ମହିଳା କନଷ୍ଟେବଲ ଅଙ୍କିତାଙ୍କ ଗଳା ଚିପିଦେବାକୁ ଉଦ୍ୟମ କରୁଥିବାବେଳେ ନିଜକୁ ବଞ୍ଚାଇବାକୁ ସେ ତାଙ୍କ ହାତକୁ କାମୁଡ଼ି ଦେଇଥିଲେ। ତା’ପରେ ସେମାନେ ଅଙ୍କିତାଙ୍କ ଜାକେଟ୍‌ରେ ପଛ ପାର୍ଶ୍ୱରେ ହାତକୁ ବାନ୍ଧି ଦେଇଥିଲେ। ଜଣେ କନଷ୍ଟେବଲଙ୍କ ସ୍କ୍ରାପ୍‌ରେ ତାଙ୍କ ଗୋଡ଼କୁ ବାନ୍ଧିଦେଇ ଲକ୍‌ଅପ୍‌ ପକାଇ ଦେଇଥିଲେ। ଲକ୍‌ଅପ୍‌ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ। ସେ ତାଙ୍କ ଅନ୍ତର୍ବସ୍ତ୍ର ଖୋଲି ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ। କିଛି ସମୟ ପରେ ଆଇଆଇସି ଆସି ତାଙ୍କ ପ୍ୟାଣ୍ଟ ଖସାଇ ଦେଇ ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିଲେ। ସେତେବେଳେ ସହଯୋଗ ପାଇଁ ବଡ଼ ପାଟିରେ ଚିତ୍କାର କରୁଥିଲେ ସୁଦ୍ଧା କେହି କିଛି ଶୁଣି ନ ଥିଲେ ବୋଲି ଅଙ୍କିତା କହିଛନ୍ତି। ଅଙ୍କିତାଙ୍କ ଏଭଳି ବୟାନ ଶୁଣିବା ପରେ ଚାରିଆଡୁ ପୋଲିସ ବିଭାଗକୁ ସମସ୍ତେ ନିନ୍ଦା କରିବାରେ ଲାଗିଛନ୍ତି। କିପରି ଜଣେ ପୋଲିସ ଅଧିକାରୀ ଏଭଳି ବ୍ୟବହାର ଦେଖାଇପାରିଲେ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତୁରନ୍ତ ସେହି ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଚାକିରିରୁ ବରଖାସ୍ତ କରାଯିବା ସହ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅନେକେ ସାମାଜିକ ଗଣମାଧ୍ୟମରେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri