Categories: ବାଣିଜ୍ୟ

ପାତ୍ରପଡ଼ାରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ବୃହତ୍‌ ଷ୍ଟୋର

ଭୁବନେଶ୍ୱର,୧୩ା୮: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ସ୍ଥାନୀୟ ପାତ୍ରପଡ଼ାଠାରେ ଶୁକ୍ରବର ଏକ ବୃହତ୍‌ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ଗୁପ୍ତା ଡିଷ୍ଟିବ୍ୟୁଟର୍ସର ମୁଖ୍ୟ ରାଜେଶ ଗୁପ୍ତାଙ୍କ ସମେତ ଗୁପ୍ତା ପରିବାରର ସମସ୍ତ ସଦସ୍ୟ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ ହୋଇଥିଲା। ୨୦,୦୦୦ ବର୍ଗଫୁଟ୍‌ ବିଶିଷ୍ଟ ଜମିରେ ଗଢ଼ି ଉଠିଥିବା ଏହି ବୃହତ୍‌ ଷ୍ଟୋରରେ ଉଭୟ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ସାଙ୍ଗକୁ ଅଫିସ ଓ ଗୃହୋପକରଣ ସାମଗ୍ରୀ ମଧ୍ୟ ଉପଲବ୍ଧ ରହିଛି। ଉଭୟ ସ୍ବାଧୀନତା ଦିବସ ଓ ରାଖୀ ଉତ୍ସବ ପରିପ୍ରେକ୍ଷୀରେ ଉଦ୍‌ଘାଟନୀ ଅଫର ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ଓ ଉପହାର ମଧ୍ୟ ଗ୍ରାହକଙ୍କୁ କାରବାର ସମୟରେ ପ୍ରଦାନ କରାଯିବ ବୋଲି ରାଜେଶ ମତବ୍ୟକ୍ତ କରିଛନ୍ତି।

Share