ମୋରଡା,୭।୯(ସ୍ମାରକ ମାଜୀ ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ତଥା ବଡାମପୁର ବିଟ ଅଧୀନ ମାଣିକପୁର ଗ୍ରାମରେ ଗୁଳି ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଦିଲୀପ କୁମାର ଗିରି(କାଳିଆ) ଶନିବାର ରାତିରେ
ଦିଲୀପ କୁମାର ଗିରି ଘର ଛାତ ଉପରେ କୁକୁଡ଼ାକୁ ଦାନା ଖାଇବାକୁ ଦେଉଥିବା ସମୟରେ ତାଙ୍କ ଭାଇ ବେଣୁଧର ଗିରିଙ୍କ ପୁଅ ଦୀପା ଗିରି ତିନି ଜଣ ଲୋକଙ୍କ ସହିତ ବାଇକ ଯୋଗେ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ଦେଖି ଦିଲୀପ ତଳକୁ ଆସି ଘର ଲୋକଙ୍କୁ କବାଟ ଝରକା ବନ୍ଦ କରିବାକୁ କହିଥିଲେ। ତେବେ ବନ୍ଦ କରିବା ପରେ ଉକ୍ତ ଯୁବକ ମାନେ ଗୁଳି ଚାଳନା କରିଥିଲେ। ଏହାପରେ କାଳିଆ ୧୧୨ ନମ୍ବରକୁ ଫୋନ କରି ଜଣାଇଥିଲେ। ଉକ୍ତ ଘଟଣା ଚାଷ ଜମି ବିବାଦରୁ ଘଟିଥିବା ପୋଲିସ କହିଛି । ଏନେଇ ଥାନାରେ ୩୫୦/୨୫ରେ ପୋଲିସ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଗୋଟିଏ ଫୁଟା ହୋଇଥିବା ଗୁଳିର ଖୋକା ଏବଂ କିଛି ଦୂରରେ ଜୀବନ୍ତ ଗୁଳି ପାଇଛି ବୋଲି ଜଣାପଡିଛି । ତେବେ କେହି ଆହତ ହୋଇନଥିବା ଏବଂ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବାର ଜଣାପଡିଛି।


