ଗୁଣି ସନ୍ଦେହରେ ବାପାଙ୍କୁ ହତ୍ୟା, ଜୀବନ ବଞ୍ଚାଇ ଥାନାକୁ ଦୌଡ଼ିଲେ ପୁଅ

ରାୟଗଡ଼ା ଅଫିସ/ଟିକିରି,୪ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଝାଡ଼ାବାନ୍ତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଗମ୍ଭୀର ରୂପ ନେଇଛି। ବୁଧବାର ରାତିରେ ଝାଡ଼ିବାନ୍ତିରେ ସର୍ବାଧିକ ପ୍ରଭାବିତ ଦୁୁଡୁକାବାହାଲ ପଞ୍ଚାୟତର ଟିଟିଗୁଡ଼ା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଗାଁ ଦାଣ୍ଡରେ ବାନ୍ଧି ପିଟିପିଟି ହତ୍ୟା କରାଯାଇଛି। ସେ ହେଲେ ଗାଁର ଦଇ ମାଝି। ଟିକିରି ଥାନାରେ ଗୁରୁବାର ଏ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗାଁର ମାନୁ ମାଝି(୩୨), ଲମ୍ବୁ ମାଝି(୨୨), ଦିନା ମାଝି(୬୦), ନର ମାଝି(୭୦), ଭୀମ ମାଝି(୩୨) ଏବଂ ରଜୀବ ମାଝି(୨୮)।

ସୂଚନା ଅନୁଯାୟୀ, ରାତି ୧୦ଟା ବେଳେ ଖାଇବା ସମୟରେ ଗାଁର ୬ ବ୍ୟକ୍ତି ଦଇଙ୍କ ଘରକୁ ଆସିଥିଲେ। ଗୁଣିଗାରେଡି କରି ଲୋକଙ୍କୁ ଝାଡ଼ାବାନ୍ତି ହେଉଛି କହି ଦଇଙ୍କ ସମେତ ତାଙ୍କ ପୁଅ ଦୁର୍ଯ୍ୟଙ୍କୁ ଘରୁ ଘୋଷାଡ଼ି ନେଇଥିଲେ। ଉଭୟଙ୍କୁ ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଇଥିଲେ। ୨ ଘଣ୍ଟା ପରେ କୌଶଳକ୍ରମେ ଦୁର୍ଯ୍ୟ ଖସିଯିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ତେବେ ଦୁର୍ଯ୍ୟ କୌଣସି ପ୍ରକାରେ ଜୀବନ ବଞ୍ଚାଇ ଚାଲିଯାଇଥିଲେ ମଧ୍ୟ ଗୋଇଠା, ବିଧା ମାଡ଼ରେ ବାପା ଦଇଙ୍କ ମୃତ୍ୟୁ ଘଟିିଛି। ଅନ୍ୟପକ୍ଷେ ପାହାଡ଼ ଡେଇଁ ରାତି ୨ ଟା ଦୁର୍ଯ୍ୟ ଟିକିରି ଥାନାରେ ପହଞ୍ଚିଥିଲେ। ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଗୁରୁବାର ଦୁର୍ଯ୍ୟ ସାମାନ୍ୟ ସୁସ୍ଥ ହେବାପରେ ଥାନାରେ ଏତଲା ଦେଇଥିଲେ। ଏ ନେଇ ପୋଲିସ ୧୦୯/୨୨ରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri