ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାହେଲା ମୃତଦେହ

ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା ଦୁଃଖଦାୟକ ଚିତ୍ର ସାମ୍ନାକୁ ଆସିଛି। ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହକୁ ସମ୍ମାନ ମିଳିବା ତ ଦୂରର କଥା, ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଶେଷରେ ବାଇକରେ ଶବ ବୁହାଯାଇଥିବା  ଦୃଶ୍ୟ ଦେଖାଯାଇଛି। ଏହି ଘଟଣା ସରକାରଙ୍କ ’ମହାପ୍ରୟାଣ’ ଯୋଜନାର ଅସଲ ମୁଖା ଖୋଲି ଦେଇଛି।
ସୂଚନା ମୁତାବକ, ସେରଙ୍ଗ ଗ୍ରାମର ୬୩ ବର୍ଷୀୟ ଚନ୍ଦ୍ର ଧ୍ୱଜ ସିଂ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହକୁ ନିଜ ଗାଁକୁ ନେବା ପାଇଁ ହସ୍ପିଟାଲରେ କୌଣସି ସରକାରୀ ଶବବାହୀ ଗାଡ଼ି କିମ୍ବା ଆମ୍ବୁଲାନ୍ସ ମିଳି ନ ଥିଲା। ସେଠାରେ ଥିବା ସୁରକ୍ଷାକର୍ମୀମାନେ ଅଟୋ ରିକ୍ସାରେ ମୃତଦେହ ନେବାକୁ ପରାମର୍ଶ ଦେଇଥିଲେ ହେଁ ଅଟୋ ଚାଳକ ୮ ରୁ ୯ ହଜାର ଟଙ୍କା ମାଗିଥିଲେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ପରିବାରଲୋକେ ବାଧ୍ୟ ହୋଇ ଏକ ବାଇକରେ ମୃତଦେହକୁ ବାନ୍ଧି ନିଜ ଗାଁକୁ ନେଇଥିଲେ।
୨୦୧୬ ମସିହାର ଦାନ ମାଝୀ ଘଟଣା ପରେ ରାଜ୍ୟରେ ମୃତଦେହକୁ ସମ୍ମାନର ସହ ପହଞ୍ଚାଇବା ପାଇଁ ମହାପ୍ରୟାଣ ଯୋଜନା ହୋଇଥିଲା, କିନ୍ତୁ ଆଜି ବି ଉପାନ୍ତ ଅଞ୍ଚଳରେ ଲୋକେ ଏଥିରୁ ବଞ୍ଚିତ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

Enter your email to get our daily news in your inbox.

All Right Reserved By Dharitri.Com

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

ସେମିଫାଇନାଲ ଭାରତୀୟ ଦଳର ପ୍ରାକ୍ଟିସ୍‌ ସମୟରେ ଅଚାନକ କରାଗଲା ପରିବର୍ତ୍ତନ, ହଇଚଇ ସୃଷ୍ଟି

ନୂଆଦିଲ୍ଲୀ,୪।୩: ମୁମ୍ବାଇରେ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ, ଭାରତୀୟ ଦଳର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି। ପ୍ଲେଇଂ ଇଲେଭେନରୁ ନେଟ ପ୍ରସ୍ତୁତି…

ସେମିଫାଇନାଲରେ ଭାରତ ପାଇଁ ଘାତକ ହେବେ ଏହି ୫ ଇଂଲଣ୍ଡ ଖେଳାଳି! ଭାରତଠୁ ଛଡାଇନେଇପାରନ୍ତି ଫାଇନାଲ ଟିକେଟ୍‌

ନୂଆଦିଲ୍ଲୀ,୪।୩: ବିଶ୍ୱର କୌଣସି ଦଳ ଲଗାତାର ଦୁଇଥର ଟି-୨୦ ବିଶ୍ୱକପ ଜିତି ନାହିଁ। ଭାରତୀୟ କ୍ରିକେଟ ଦଳ ଏହାକୁ ହାସଲ କରିବା ଏବଂ ଇତିହାସ ସୃଷ୍ଟି କରିବାଠାରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଯାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୪।୩: ଉପସାଗରୀୟ ଦେଶଗୁଡ଼ିକରେ ଯୁଦ୍ଧ ଭଳି ପରିସ୍ଥିତି ବିଶ୍ୱ ଶକ୍ତି ଯୋଗାଣକୁ ବିପଦରେ ପକାଇଛି। ଏହି ସଙ୍କଟ ସମୟରେ, ଭାରତର ଦୀର୍ଘକାଳୀନ ଏବଂ ବିଶ୍ୱସ୍ତ ବନ୍ଧୁ, ରୁଷିଆ…

ଆଜି ରଙ୍ଗର ପର୍ବ ହୋଲି: ସବୁଆଡେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୪।୩: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ…

୪ର୍ଥ ଆସନ ପ୍ରଶ୍ନବାଚୀରେ…

ଭୁବନେଶର,୩।୩( ସୁନିତ ମିଶ୍ର): ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନରେ ଭୋଟ…

ବାଇକ୍‌ଙ୍କୁ ଧକ୍କା ଦେଇ ଚାଲି ଗଲା ଅଜଣା ଗାଡ଼ି, ଆରୋହୀଙ୍କ ମୃତ୍ୟୁ ପରେ ବଢିଲା ଉତ୍ତେଜନା, ବହୁ ସଂଖ୍ୟକ…

ବଲାଙ୍ଗୀର, ୩।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ କୁସଙ୍ଗ ନିକଟ ସାଲେକଦମଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମଙ୍ଗଳବାର ସାରେ ମୃତ୍ୟୁ…

ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପରତା, ବେଙ୍ଗାଲୁରୁରୁ ଆସିଲା ମଞ୍ଜୁଳାଙ୍କ ମରଶରୀର 

ଗୁଣୁପୁର, ୩।୩(ସଂକେତ ପାତ୍ର): ଗତ ଫେବୃଆରୀ ୨୫ ତାରିଖରେ ବେଙ୍ଗାଲୁରୁରେ ଗୁଣୁପୁର ନିକଟସ୍ଥ ରେଜିଂତାଲ ଗ୍ରାମର ଇସ୍ତିପାନ ଗମାଙ୍ଗଙ୍କ ଝିଅ ମଞ୍ଜୁଳା ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri