Categories: ବାଣିଜ୍ୟ

ଦିଭିସା ପରିବାର ସହ ଭାବବିନିମୟ କଲେ ଗୁଲସନ

ନୂଆଦିଲ୍ଲୀ,୨୬।୯: ଦେଶର ପ୍ରମୁଖ ଘରୋଇ ଔଷଧୀୟ କମ୍ପାନୀ (ଉଦ୍ୟୋଗ) ଦିଭିସା ହର୍ବାଲ କେୟାର ପ୍ରାଇଭେଟ ଲିମିଟେଡର ବ୍ରାଣ୍ଡ ଆମ୍ବାସାଡର ବଲିଉଡ ଅଭିନେତା ତଥା ବ୍ୟାଡମ୍ୟାନ ଭାବେ ଜଣାଶୁଣା ଗୁଲସନ ଗ୍ରୋଭର ନିକଟରେ କମ୍ପାନୀର ଚଣ୍ଡିଗଡ କ୍ୟାମ୍ପସ ପରିଦର୍ଶନରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଗୁଲସନଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏପରି କି ସେ କମ୍ପାନୀର ନୂତନ ଉତ୍ପାଦ ବ୍ୟାଡମ୍ୟାନ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ଏବଂ ଏହାର ଲୋକପ୍ରିୟତା ବିଷୟରେ ମଧ୍ୟ ମତ ପ୍ରକାଶ କରିବା ସହ କମ୍ପାନୀ କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଥିଲେ।

ଏହି ଅବସରରେ କମ୍ପାନୀର ସିଏମ୍‌ଡି ସଞ୍ଜୀବ ଜୁନେଜା ଗୁଲସନଙ୍କୁ କମ୍ପାନୀର ଚଣ୍ଡିଗଡସ୍ଥିତ ଦିଭିସା କ୍ୟାମ୍ପସ ଓ କାର୍ଯ୍ୟାଳୟ ବୁଲାଇବା ସହ ଉଭୟଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥିଲା। ସେହିଭଳି ଗୁଲସନ ଗ୍ରୋଭର ଉଭୟ କମ୍ପାନୀର ଉତ୍ପାଦ ବ୍ୟାଡମ୍ୟାନ ସାଙ୍ଗକୁ ନିଜର ଚଳଚ୍ଚିତ୍ର ଅଭିନୟ ଚରିତ୍ର ବ୍ୟାଡମ୍ୟାନ ଅଭିନୟର ସଫଳତା ସମ୍ପର୍କରେ ଉଭୟ କମ୍ପାନୀ କର୍ମଚାରୀ ଓ ଅନ୍ୟମାନଙ୍କ ସହ ଭାବବିନିମୟ କରି ମତପ୍ରକାଶ କରିଥିଲେ।

ଅପରପକ୍ଷରେ ଗୁଲସନ ମଧ୍ୟ ବ୍ୟାଡମ୍ୟାନ ପ୍ରଡକ୍ଟର ବ୍ରାଣ୍ଡ ଆମ୍ବାସାଡର ରହିଥିବାରୁ ଉକ୍ତ ପ୍ରଡକ୍ଟର ଲୋକପ୍ରିୟତା ଏବଂ ଚାହିଦା ସମ୍ପର୍କରେ ମଧ୍ୟ କମ୍ପାନୀ ଅଧିକାରୀଙ୍କଠାରୁ ଅବଗତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦିଭିସାର ନୂତନ ଉତ୍ପାଦ ବ୍ୟାଡମ୍ୟାନରେ କୌଣସି ପ୍ରକାରର ତ୍ରୁଟି ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଫଳରେ ଏହାର ଚାହିଦା ଭଲ ରହିଥିବା ବେଳେ ଏଥିରେ କୌଣସି ପ୍ରକାରର ହାନିକାରକ ଉତ୍ପାଦ ନାହିଁ, ଯାହା ଉଭୟ ରୋଗୀ ଓ ଗ୍ରାହକଙ୍କ ଉପରେ କୁପ୍ରଭାବ ପକାଇବ କିମ୍ବା କମ୍ପାନୀର ପ୍ରତିଷ୍ଠା ଉପରେ ସେଭଳି କିଛି ସମସ୍ୟା ସୃଷ୍ଟି କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share