Posted inଖେଳ

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଏପରି କି ତାଙ୍କୁ ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ଲୋକେ କହୁଛନ୍ତି। ଫାଇନାଲ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ସହ ଡ୍ର ରଖିବା ଦ୍ୱାରା ସେ କେବଳ ସମ୍ମାନଜନକ ଟୁର୍ନାମେଣ୍ଟ ଜିତି ନାହାନ୍ତି, ମାତ୍ର ୧୭ବର୍ଷ ବୟସରେ ସେ ସର୍ବକନିଷ୍ଠ ବିଶ୍ୱ ଟାଇଟଲ ଚ୍ୟାଲେଞ୍ଜର ହୋଇପାରିଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ତଥା ଅନ୍ୟତମ ଭାରତୀୟ ଭାବେ କ୍ୟାଣ୍ଡିଡେଟ୍ସ ଜିତିଥିବା କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ପ୍ରଥମ ବ୍ୟକ୍ତି ଭାବେ ଏହି ସ୍ବଳ୍ପ ବୟସ୍କଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପାଇଁ ଚେସ୍‌ ପରିବାର ଗର୍ବିତ। ବିଭିନ୍ନ କଠିନ ପରିସ୍ଥିତିରେ ମ୍ୟାଚ୍‌କୁ ଯେପରି ହାତେଇଛ ଏବଂ ଖେଳିଛ ସେଥିପାଇଁ ସେ ନିଜେ ବ୍ୟକ୍ତିଗତ ଗର୍ବିତ ବୋଲି ଆନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁକେଶଙ୍କ ଏହି ପ୍ରେରଣାଦାୟକ ବିଜୟର ଉଚ୍ଚ ପ୍ରଶଂସା କରିଛନ୍ତି। ଗୁକେଶ ସର୍ବକନିଷ୍ଠ ଖେଳାଳି ହିସାବରେ ଫିଡେ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତିଥିବାରୁ ଭାରତ ଗର୍ବିତ। ଅନେକ ଚେସ୍‌ ଖେଳାଳିଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଥିବା କହିଛନ୍ତି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗୁକେଶଙ୍କୁ ସାବାସୀ ଜଣାଇଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଫିଡେ କ୍ୟାଣ୍ଡିଡେଟ୍ସ ଜିତିବା ବହୁତ ବଡ଼ ସଫଳତା ବୋଲି ସେ କହିଛନ୍ତି। ଆଗକୁ ବଢ଼ ଆମେ ତୁମ ସାଥିରେ ଅଛୁ ବୋଲି ସେ କହିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବାରେ ଗୁକେଶ ଚେସ୍‌ ଇତିହାସରେ ତୃତୀୟ ସର୍ବ କନିଷ୍ଠ ଖେଳାଳି। ଇଂଲିଶ ଗ୍ରାଣ୍ଡମାଷ୍ଟର ଡେଭିଡ୍‌ ହାଓ୍ବେଲ କହିଛନ୍ତି ଏହି ଗୁକେଶଙ୍କ ବିପକ୍ଷରେ ସେ ପ୍ରଥମ ମ୍ୟାଚ ସମୟରେ ତାଙ୍କ ପ୍ରତିଭା ସମ୍ପର୍କରେ ସୁରାକ ପାଇଥିଲେ। ଭାରତର ଏହି ସ୍ବଳ୍ପ ବୟସ୍କ ଖେଳାଳି ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ହାଓ୍ବେଲ ଟୁଇଟ କରିଛନ୍ତି। ଗୁକେଶଙ୍କ ଚମକପ୍ରଦ ପ୍ରଦର୍ଶନକୁ ନେଇ ପୂର୍ବତନ ବିଶ୍ୱ ଚାମ୍ପିୟନ ଓ ଗ୍ରାଣ୍ଡମାଷ୍ଟର ରୁଷିଆର ଭ୍ଲାଡିମିର କ୍ରାମ୍‌ନିକ୍‌ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ କ୍ୟାରିଅରରେ ସେ ଯେତୋଟି ଗେମ୍‌ ଦେଖିଛନ୍ତି ଗୁକେଶଙ୍କ ସୋମବାର ଗେମ୍‌ ସର୍ବଶ୍ରେଷ୍ଠ ବୋଲି ସେ କହିଛନ୍ତି। ଏହି ବିଜୟ ଦ୍ୱାରା ଗୁକେଶ କିମ୍ବଦନ୍ତୀ ଗ୍ୟାରି କାସ୍ପାରୋଭଙ୍କ ଦୀର୍ଘ ୪୦ ବର୍ଷର ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରୁଷିଆର ଏହି ୨୨ ବର୍ଷୀୟ ଖେଳାଳିଙ୍କୁ ଯେତେବେଳ ମାତ୍ର ୨୨ ବର୍ଷ ବୟସ ହୋଇଥିଲା, ସେ ୧୯୮୪ରେ ନିଜ ଦେଶର ଆନାଟୋଲି କାର୍ପୋଭଙ୍କ ସହ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଗୁକେଶ ବିଶ୍ୱ ଚାମ୍ପିୟନ ହେବା ଲାଗି ଚଳିତବର୍ଷ ପରବର୍ତ୍ତୀ ଭାଗରେ ବର୍ତ୍ତମାନ ବିଶ୍ୱ ଚାମ୍ପିୟନ ଥିବା ଚାଇନାର ଡିଙ୍ଗ୍‌ ଲିରେନଙ୍କ ସହ ମୁକାବିଲା କରିବେ। ଗୁକେଶ ସର୍ବକନିଷ୍ଠ ଚ୍ୟାଲେଞ୍ଜର ହୋଇ ଉଭା ହୋଇଥିବାରୁ ମହିଳା ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୋନେରୁ ହମ୍ପି ତାଙ୍କୁ ଅଭିନନ୍ଦନ ଜଣାଇନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri