Posted inଖେଳ

ଡି. ଗୁକେଶ ସର୍ବକନିଷ୍ଟ ବିଶ୍ୱ ଚେସ୍ ଚାମ୍ପିୟନ

ନୂଆଦିଲ୍ଲୀ,୧୨।୧୨: ଡିଫେଣ୍ଡିଂ ଚାମ୍ପିୟନ ଚାଇନାର ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱ ଚେସ ଚାମ୍ପିୟନଶିପରେ ବିଜୟ ହାସଲ କରିଛନ୍ତି ଭାରତର ଡି. ଗୁକେଶ। ୧୪ ରାଉଣ୍ଡ ବିଶିଷ୍ଟ ଏହି ମୁକାବିଲାର ଶେଷ ରାଉଣ୍ଡରେ ଗୁକେଶ ଲାରେନଙ୍କୁ ହରାଇ ଇତିହାସ ରଚିଛନ୍ତି। ଉଭୟେ ୬.୫ ପଏଣ୍ଟ ସହିତ ଫାଇନାଲ୍ ମୁକାବିଲାକୁ ଓହ୍ଲାଇଥିଲେ। ଏକ ସମୟରେ ଏପରି ଲାଗୁଥିଲା ଯେ ଏହି ମୁକାବିଲା ମଧ୍ୟ ଡ୍ର ଆଡକୁ ଅଗ୍ରଗତି କରୁଛି। କିନ୍ତୁ ସମୟ ଅଭାବ କାରଣରୁ ଡିଙ୍ଗ ଲାରେନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏଥିସହିତ ୨୦୧୨ରେ ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଛନ୍ତି।

ଗୁକେଶଙ୍କ ପୂର୍ବରୁ ରୁଷିଆର ଗ୍ୟାରୀ କାସ୍ପାରୋଭ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଥିଲେ। ସେ ୧୯୮୫ରେ ୨୨ ବର୍ଷରେ ଏହି ସଫଳତା ପାଇଥିଲେ। ସେତେବେଳେ କାସ୍ପାରୋଭ ଫାଇନାଲରେ ଅନ୍ୟତମ ରୁଷୀୟ ଗ୍ରାଣ୍ଡମାଷ୍ଟର ଆନାଟୋଲି କାର୍ପୋଭଙ୍କୁ ପରାସ୍ତ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ କ୍ୟାଣ୍ଡିଡେଟ୍ସ ଚେସ୍‌ ଟୁର୍ନାମେଣ୍ଟ ଟାଇଟଲ ଜିତିଥିବାରୁ ସର୍ବକନିଷ୍ଠ ଚ୍ୟାଲେଞ୍ଜର ଭାବେ ଗୁକେଶ ବିଶ୍ୱ ଚାମ୍ପିୟନଶିପ୍‌ରେ ଅବତୀର୍ଣ୍ଣ ହୋଇଥିଲେ।

୫ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ବିଶ୍ୱ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଆନନ୍ଦ ୫ ଥର ବିଶ୍ୱ ଚାମ୍ପିୟନ ହୋଇଥିଲେ। ଶେଷଥରପାଇଁ ସେ ୨୦୧୩ରେ ଏହି ଟ୍ରଫି ଜିତିଥିଲେ। ଟାଇଟଲ ଜିତିବାପରେ ଭାବପ୍ରବଣ ହୋଇ ପଡ଼ିଥିଲେ ଗୁକେଶ। ”ଏହି କ୍ଷଣକୁ ମୁଁ ଗତ ୧୦ ବର୍ଷଧରି ଅପେକ୍ଷା କରିଥିଲି। ଏବେ ତାହା ସାକାର ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଛି, କାରଣ ଅନ୍ତିମ ରାଉଣ୍ଡରେ କିଛି ବି ହେବାର ଥିଲା। ମାତ୍ର ମୁଁ ଚାନ୍ସ ନେଇ ସଫଳ ହୋଇଛି। ମୋ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଡିଙ୍ଗ୍‌ ହେଉଛନ୍ତି ପ୍ରକୃତ ବିଶ୍ୱ ଚାମ୍ପିୟନ। ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ମୋ ପାଇଁ ପରିବାରବର୍ଗ ବହୁତ ତ୍ୟାଗ କରିଛନ୍ତି। ତେଣୁ ବିଶ୍ୱ ଟାଇଟଲ ବିଜୟ ମୋ ଅପେକ୍ଷା ସେମାନଙ୍କ ପାଇଁ ବହୁତ ବଡ଼ ଉପଲବ୍ଧି“ ବୋଲି ଗୁକେଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

ବିଶ୍ୱକପ ପୂର୍ବରୁ ଅଜିତ ଅଗରକରଙ୍କୁ ଯଦି ବାଦ ଦିଆଯାଏ, ତେବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ୩ ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟରେ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମନେ ହେଉଛି। ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ। ବିସିସିଆଇ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri