Posted inଖେଳ

ଗୁଜରାଟ ଫାଇନାଲରେ ପହଞ୍ଚିବା ପଛରେ କାହାର ବଡ଼ ଭୂମିକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୫: ଇତିହାସ ସୃଷ୍ଟି କଲା ଗୁଜରାଟ ଟାଇଟାନ୍ସ(ଜିଟି)। ସେ ଆଇପିଏଲର କ୍ରମାଗତ ଦ୍ୱିତୀୟ ସିଜନର ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ହରାଇ ଗୁଜରାଟ ବିଜୟୀ ହୋଇଛି। ଦଳର ସାମଗ୍ରିକ ପ୍ରଦର୍ଶନ ଅନ୍ୟ ଦଳ ଅପେକ୍ଷା ଭଲ ଥିଲା। ଦଳ ପାଇଁ ଶୁଭମାନ ଗିଲ ତିନି ଶତକ ହାସଲ କରିଛନ୍ତି। ଗୁଜରାଟର ସଫଳତାରେ କୋଚିଂ ଷ୍ଟାଫ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଆଶିଷ ନେହେରା ଏବଂ ଗ୍ୟାରି କିର୍ଷ୍ଟେନଙ୍କ ନାମ ଶୀର୍ଷରେ ଆସିବ।

ଆଇପିଏଲ ୨୦୨୩ରେ ଅରେଞ୍ଜ କ୍ୟାପ ଗୁଜରାଟର ବ୍ୟାଟ୍ସମ୍ୟାନ ଶୁବମାନ ଗିଲଙ୍କ ସହ ଅଛି। ସେ ୧୬ଟି ମ୍ୟାଚରେ ୮୫୧ରନ ସଂଗ୍ରହ କରିଛନ୍ତି। ଶୁବମାନ ଜଣେ ଦକ୍ଷ ଖେଳାଳି। କିନ୍ତୁ ଏହି ସିଜନରେ ବ୍ୟାଟିଂ ପ୍ରଶିକ୍ଷକ ଗ୍ୟାରି କିର୍ଷ୍ଟେନଙ୍କଠାରୁ ତାଙ୍କୁ ବହୁତ ସାହାଯ୍ୟ ମିଳିଥିଲା। ତେବେ ସିଜନ ପର୍ପଲ କ୍ୟାପ ବର୍ତ୍ତମାନ ମହମ୍ମଦ ଶାମିଙ୍କ ସହିତ ଅଛି । ଶାମି ୨୮ ଉଇକେଟ୍‌ ନେଇଥିବା ବେଳେ ରସିଦ ଖାନ ୨୭ ଉଇକେଟ ନେଇଛନ୍ତି। ସେହିପରି ମୋହିତ ଶର୍ମା ମଧ୍ୟ ୨୪ ଉଇକେଟ ନେଇଛନ୍ତି। ଚଳିତ ସିଜନରେ ସର୍ବାଧିକ ଉଇକେଟ ନେଇ ଗୁଜରାଟର ତିନି ବୋଲର ଶ୍ରେଷ୍ଠ ତିନି ସ୍ଥାନରେ ରହିଛନ୍ତି। ଏଥିରେ ନେହେରାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଉଛି। ନେହେରା ଜଣେ ଅଭିଜ୍ଞ ବୋଲର ଏବଂ ବର୍ତ୍ତମାନ ଦଳର କୋଚ ହୋଇଛନ୍ତି ।

ଗୁଜରାଟର ବ୍ୟାଟିଂ ଲାଇନ, ବୋଲିଂ ଆଟାକ୍‌ ଏବଂ ଫିଲ୍ଡିଂ ରଣନୀତିରେ ନେହେରା ଏବଂ କିର୍ଷ୍ଟେନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ନେହେରାଙ୍କ ସହ ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବହୁତ ଭଲ ସମ୍ପର୍କ ରହିଛି, ଯାହା ପଡ଼ିଆ ବାହାରେ ଦୃଶ୍ୟମାନ ହୁଏ। ଉଭୟ ମ୍ୟାଚ ପୂର୍ବରୁ ଏବଂ ସମୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଯେତେବେଳେ ଅଧିନାୟକ ଏବଂ କୋଚଙ୍କ ମଧ୍ୟରେ ସମ୍ପର୍କ ଭଲ, ଦଳର ସାମଗ୍ରିକ ପ୍ରଦର୍ଶନ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥାଏ। ଗୁଜରାଟ ମଧ୍ୟ ଏହାର ଲାଭ ପାଇଲା। କିର୍ଷ୍ଟେନଙ୍କ ଅଭିଜ୍ଞତା ମଧ୍ୟ ଗୁଜରାଟକୁ ବହୁତ ଲାଭ ଦେଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri