Categories: ଖେଳ

ଗୁଜରାଟ ଆଗରେ ୧୩୪ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୨ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ୧୩୩ ରନ୍‌ କରିଛି। ଫଳରେ ଗୁଜରାଟ ଆଗରେ ୧୩୪ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଚେନ୍ନାଇ।

ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଓପନିଂ ବ୍ୟାଟର ଡେଭନ କନୱେ ଏବଂ ରୁତୁରାଜ ଗାଏଓ୍ବାଡ ଦଳକୁ ଭଲ ଷ୍ଟାଟ ଦେବାକୁ ଯାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୮ ରନ୍‌ କରିଥିଲେ। ଡେଭନ କନୱେ ୯ ବଲ ଖେଳି ୫ ରନ୍‌ କରିଥିଲେ। ସେହିପରି ଦ୍ୱିତୀୟ ଉଇକେଟ ପାଇଁ ମୋଇନ ଅଲୀ (୨୧ ରନ୍‌)ଙ୍କ ସହିତ ଗାଏକ୍ୱାର୍ଡ ୫୭ ରନ୍‌ ଯୋଡି ଥିଲେ। ଋତୁରାଜ ୪୯ବଲରେ ୫୩ ରନ୍‌ (୪ ଚଉକା ଏବଂ ୧ ଛକା) କରିଥିଲେ। ସେହିପରି ଏନ୍‌ ଜଗଦୀଶନ ୩୯ ରନ୍‌ କରିଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୭ ରନ୍‌ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସାମି ୨ଟି ଉଇକେଟ ନେଇଥିବା ବେଳେ ରସିଦ ଖାନ୍‌, ଅଲଜାରୀ ଜୋସେଫ ଏବଂ ସାଇ କିଶୋରଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଥିଲା।

 

Share