Posted inଜାତୀୟ

ଗୁଜରାଟ ନିର୍ବାଚନରେ ଧୀବରଙ୍କ ପାଇଁ ଆଲୋଡା ପ୍ରତିଶ୍ରୁତି, ଚାହୁଁଛନ୍ତି ପାକିସ୍ତାନ ଜେଲରୁ ସେମାନଙ୍କ ପରିବାର ସଦସ୍ୟଙ୍କ ମୁକ୍ତି…

ଅହମଦାବାଦ,୨୮।୧୧ : ଡିସେମ୍ବର ୧ ଏବଂ ୫ ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। କିନ୍ତୁ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଧୀବରମାନଙ୍କ ପାଇଁ ଏହି ନିର୍ବାଚନ ପ୍ରତିଶ୍ରୁତି ଆଲୋଡ଼ା ହୋଇପଡ଼ିଛି।

ସେମାନେ କହିଛନ୍ତି ଯେ ଆମେ କୌଣସି ଭତ୍ତା କିମ୍ବା ପ୍ରତିଶ୍ରୁତି ପାଇଁ ଆଗ୍ରହୀ ନୁହଁ। ଆମର ଭୋଟ ସେହି ପାର୍ଟିକୁ ଯିବ ଯେଉଁଦଳ ପାକିସ୍ତାନର ଜେଲରେ ବନ୍ଦୀ ଥିବା ଆମ ପୁଅମାନଙ୍କୁ ଫେରାଇ ଆଣିବ। ବାସ୍ତବରେ, ଶହ ଶହ ଭାରତୀୟ ଧୀବର ଗତ କିଛି ବର୍ଷ ଧରି ପାକିସ୍ତାନୀ ଜେଲରେ ଅଛନ୍ତି। ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ସମୟରେ ସେମାନଙ୍କୁ ପାକିସ୍ତାନ ତଟରକ୍ଷୀ ବାହିନୀ ଗିରଫ କରିଥିଲେ। ସେମାନଙ୍କ ପରିବାର ଆଶା କରୁଛନ୍ତି ଯେ ନୂଆ ସରକାର ସେମାନଙ୍କୁ ଫେରାଇ ଆଣିବେ।

ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରାୟ ୬୫୫ ମତ୍ସ୍ୟଜୀବୀ ପରିବାରର ସଦସ୍ୟ ପାକିସ୍ତାନର ଜେଲରେ ରହିଛନ୍ତି। ସେମାନଙ୍କ ପରିବାର କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ସେମାନେ ସେହି ଦଳକୁ ଭୋଟ ଦେବେ, ଯିଏ ସେମାନଙ୍କ ସମ୍ପର୍କୀୟଙ୍କୁ ଫେରାଇ ଆଣିବାକୁ ନିଶ୍ଚିତ କରିବ।

ଏହି ମତ୍ସ୍ୟଜୀବୀଙ୍କ ପରିବାର କହିଛନ୍ତି ଯେ ସେମାନେ ସରକାରଙ୍କ ଠାରୁ ଦୈନିକ ୩୦୦ ଟଙ୍କା ଭତ୍ତା ପାଇଥାନ୍ତି। ତେବେ ପରିବାର ଚଳାଇବା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ଅଲ ଇଣ୍ଡିଆ ମତ୍ସ୍ୟଜୀବୀ ସଂଘର ଜାତୀୟ ସଭାପତି ଭେଲଜୀଭାଇ ମସାନି କହିଛନ୍ତି ଯେ ଗୁଜରାଟ ସରକାରଙ୍କ ନିୟମ ଅନୁଯାୟୀ ସରକାର କେବଳ ସେହି ପରିବାରକୁ ଦିନକୁ ୩୦୦ ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି ଯେଉଁମାନଙ୍କୁ ପାକିସ୍ତାନୀ ଜେଲରେ ପ୍ରଥମ ଥର ପାଇଁ ବନ୍ଦୀ ରହିଛନ୍ତି।

ଯଦି ସମାନ ବ୍ୟକ୍ତିଙ୍କୁ ଦ୍ୱିତୀୟ ଥର ଧରାଯାଏ, ତେବେ ସରକାର କୌଣସି ଭତ୍ତା ଦିଅନ୍ତି ନାହିଁ। ଯଦି ଜଣେ ଧୀବର ପ୍ରଥମ ଥର ପାଇଁ ପାକିସ୍ତାନୀ ଜଳକୁ ପ୍ରବେଶ କରନ୍ତି, ଏହା ଏକ ଅଜଣା ଭୁଲ ଭାବରେ ବିବେଚନା କରାଯାଏ। କିନ୍ତୁ ଯଦି ସେ ଦ୍ୱିତୀୟ ଥର ପାଇଁ ଗିରଫ ହୁଅନ୍ତି ତେବେ ତାହାକୁ ଉଦ୍ଦେଶ୍ୟମୂଳକ ବୋଲି କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri