Categories: ଫୁରସତ

ନାକରେ ଦିଆସିଲି କାଠି ପୁରାଇ ଗିନିଜ ଓ୍ବାର୍ଲଡ ରେକର୍ଡ!

ଆଜିକାଲି ଲୋକେ ଫେମସ୍‌ ହେବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଇଯାଉଛନ୍ତି। ଜୀବନ ପ୍ରତି ବିପଦ ଥିଲେ ବି ପଛଘୁଞ୍ଚା ଦେଉ ନାହାନ୍ତି। ଏଇ ଯେମିତି ଡ଼େନମାର୍କର ଜଣେ ବ୍ୟକ୍ତି ଫେମସ୍‌ ହେବା ପାଇଁ ନିଜ ନାକରେ ଗୋଟେ କି ଦୁଇଟି ନୁହେଁ ୬୮ଟି ଦିଆସିଲି କାଠି ପୁରାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ସେ ହେଉଛନ୍ତି ପିଟର ଓ୍ବନ ଟାନଗେନ୍‌ ବୁସକୋଭ୍‌। ୩୯ ବର୍ଷୀୟ ବୁସକୋଭ୍‌ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ କି, ଏଭଳି ଏକ ଅଜବ ରେକର୍ଡ କରିଛନ୍ତି। ପିଟର କୁହନ୍ତି, ଏତେ ଦିଆସିଲି କାଠି ନାକରେ ପୁରାଇଥିଲେ ହେଁ ମତେ କଷ୍ଟ ହୋଇ ନ ଥିଲା। କାରଣ ମୋ ନାକର ଛିଦ୍ର ବହୁତ ବଡ଼। ଆଉ ଚର୍ମ ବି ବହୁତ ନମନୀୟ। ତେବେ ଏଥିପାଇଁ ଆଗରୁ ବହୁତ ଅଭ୍ୟାସ କରିବାକୁ ପଡ଼ିଥିଲା। ଆଗାମୀ ଦିନରେ ମୁଁ ନାକରେ ଆହୁରି ଅଧିକ ଦିଆସିଲି କାଠି ପୁରାଇ ନିଜ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିବି। ପିଲାଦିନେ ମୁଁ କେବେ କୌଣସି ଜିନିଷ ନାକରେ ପୁରାଇ ନ ଥିଲି। ଏମିତିକି ବଡ଼ ହେବା ପରେ ଅନ୍ୟମାନଙ୍କୁ କହୁଥିଲି ଯେ, ନାକରେ କିଛି ଧାରୁଆ ଜିନିଷ ପୁରାଇବା ବିପଜ୍ଜନକ ହୋଇପାରେ। ହେଲେ ଏବେ ରେକର୍ଡ ନିଶାରେ ନିଜେ ଦିଆସିଲି କାଠି ପୁରାଉଛି। ତଥାପି ଏବେ ବି ମୁଁ କହିବି ଅନ୍ୟ କେହି ଏଭଳି କରିବା ବିପଜ୍ଜନକ ହୋଇପାରେ।’

Share