ଟଙ୍କା ନ ଦେଇ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବାତ୍ୟା ଉପକୂଳ ଅଞ୍ଚଳକୁ ଛାରଖାର କରିଦେଉଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟକୁ ୭ଟି ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିରେ ପ୍ରାୟ ୩୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କୃଷିକ୍ଷେତ୍ର ସମେତ ଘରଦ୍ୱାର, ରାସ୍ତାଘାଟ, ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ହୋଇଯାଉଛି। ଏହାକୁ ଭରଣା କରିବାକୁ ଦୀର୍ଘ ସମୟ ଲାଗିଯାଉଛି। ବାରମ୍ବାର ବାତ୍ୟା ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍‌ ଭିତ୍ତିଭୂମି ଗମ୍ଭୀର ଭାବେ ପ୍ରଭାବିତ ହେଉଛି। ଦୀର୍ଘ ସମୟ ଧରି ବାତ୍ୟା ପ୍ରଭାବିତଙ୍କୁ ବିଜୁଳି କଷ୍ଟରେ ରହିବାକୁ ପଡୁଛି। ଏହାକୁ ଦେଖି ରାଜ୍ୟ ସରକାର ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ତେବେ ବିଡ଼ମ୍ବନା ଯେ ୨ ବର୍ଷ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିବା ଏହି ପ୍ରସ୍ତାବ କେବଳ ଗାଇଡ୍‌ଲାଇନରେ ସୀମିତ ରହିଛି। ଏଥିପାଇଁ କେନ୍ଦ୍ରରୁ ସହାୟତା ମିଳୁନାହିଁ କିମ୍ବା ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ ଆଗେଇ ପାରୁନାହିଁ।
ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ କେନ୍ଦ୍ର ସରକାରଙ୍କୁ ଇତିମଧ୍ୟରେ ୪ ଥର ପ୍ରସ୍ତାବ ଦିଆଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ଅଗ୍ରଗତି ହୋଇ ନାହିଁ କିମ୍ବା କେନ୍ଦ୍ର ନିକଟରୁ ସବୁଜ ସଙ୍କେତ ମିଳିନାହିଁ। କେନ୍ଦ୍ର ସରକାର ନିକଟରେ ଏ ନେଇ କେବଳ ଏକ ଗାଇଡ୍‌ଲାଇନ ପଠାଇଛନ୍ତି। ବାରମ୍ବାର ବାତ୍ୟା ଯୋଗୁ ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ହେଉଥିବାରୁ ରାଜ୍ୟ ସରକାର ୨୦୨୦ ଜୁନ୍‌ ୨୨ରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ୧୧,୧୧୪ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ଏଥିପାଇଁ ଟଙ୍କାଟିଏ ଦେଇ ନ ଥିବାବେଳେ ରାଜ୍ୟ ସରକାର ମଧ୍ୟ ନିଜସ୍ବ ପାଣ୍ଠିରେ ଏ ଦିଗରେ କୌଣସି କାମ ଆରମ୍ଭ କରିନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ଉପକୂଳବର୍ତ୍ତୀ ଜିଲାବାସୀଙ୍କୁ ପ୍ରତ୍ୟେକ ବର୍ଷ ବିଦ୍ୟୁତ୍‌ କଷ୍ଟ ଭୋଗିବାକୁ ପଡୁଛି। ଥରେ ବାତ୍ୟା ହେଲେ ବିଦ୍ୟୁତ୍‌ ସଂଯୋଗ କରିବାକୁ ମାସ ମାସ ସମୟ ଲାଗିଯାଉଛି। କେବଳ ସମୟ ଲାଗୁ ନାହିଁ, ବରଂ ରାଜକୋଷରୁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସେହି ପୁରୁଣା ଢାଞ୍ଚାରେ କାମଚଳା ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ପରବର୍ତ୍ତୀ ବାତ୍ୟାରେ ପୁଣି ଉପକୂଳବାସୀଙ୍କୁ ସମଦଶା ଭୋଗିବାକୁ ପଡୁଛି।
୧୯୯୯ରୁ ୨୦୨୧ ମଧ୍ୟରେ ରାଜ୍ୟକୁ ୭ଟି ବାତ୍ୟା ମାଡ଼ ହେଲାଣି। ୧୯୯୯ ମହାବାତ୍ୟା ପରେ ୨୦୧୩ ଅକ୍ଟୋବର୧୨ରେ ଫାଇଲିନ ବାତ୍ୟାକୁ ଦକ୍ଷିଣ ଓଡ଼ିଶା ସମ୍ମୁଖୀନ ହୋଇଥିଲା। ଏଥିରେ ୧୩ ଜିଲାର ୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୪ ଅକ୍ଟୋବର ୧୩ରେ ବାତ୍ୟା ହୁଡ୍‌ହୁଡ୍‌ ଦକ୍ଷିଣ ଓଡ଼ିଶାକୁ ଧକ୍କା ଦେଇଥିଲା। ଏଥିଯୋଗୁ ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୨୦୧୮ ଅକ୍ଟୋବରରେ ବାତ୍ୟା ତିତ୍‌ଲି ପୁଣି ଦକ୍ଷିଣ ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା। ଏଥିରେ ଗଞ୍ଜାମ, ଗଜପତି ସମେତ ୧୭ ଜିଲା ୧୨୮ ବ୍ଲକର ୮,୧୨୫ ଗ୍ରାମର ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହାର କ୍ଷୟକ୍ଷତି ୨,୭୬୫ କୋଟି ଟଙ୍କା ଆକଳନ କରାଯାଇଥିଲା। ଏହି ବାତ୍ୟା ବିଭୀଷିକାକୁ ବର୍ଷେ ପୂରଣ ହୋଇ ନ ଥିବା ବେଳେ ବାତ୍ୟା ଫନୀ ୨୦୧୯ ମେ’ ୩ରେ ୧୪ ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏହା ପୁରୀ ଓ ଭୁବନେଶ୍ୱରକୁ ଛାରଖାର କରିଦେଇଥିଲା। ପ୍ରାୟ ୧୨ ହଜାର କୋଟି ଟଙ୍କା କ୍ଷୟକ୍ଷତି ହୋଇଥିଲା। ୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିଦ୍ୟୁତ୍‌, ପାନୀୟ ଜଳ, ଘରଦ୍ୱାର ଓ ସବୁଜ ବଳୟ ଧ୍ୱଂସ ହୋଇଥିଲା। ଫନୀ ଯୋଗୁ ୩୪ କି.ମି. ୩୩ କେଭି, ୪୫୩କି.ମି. ୧୧ କେଭି ଲାଇନ, ୬୮୦ କି.ମି. ଏଲ୍‌ଟି ଲାଇନ ଏବଂ ୨୪୩୯ଟି ଟ୍ରାନ୍ସଫର୍ମର ନଷ୍ଟ ହୋଇଥିଲା।
ଫନୀକୁ ବର୍ଷେ ପୂରିବା ପରେ ୨୦୨୦ ମେ’ ୨୦ ତାରିଖରେ ସାମୁଦ୍ରିକ ଝଡ଼ ‘ଅମ୍ଫନ’ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ଭୟଙ୍କର କ୍ଷୟକ୍ଷତି ହୋଇଥିଲା। ଏହି ସବୁ ଜିଲାର ୯୨ଟି ବ୍ଲକ, ୧୫୫୮ଟି ପଞ୍ଚାୟତର ୯୮୩୩ ଗ୍ରାମ ଏବଂ ୨୨ଟି ପାୈରାଞ୍ଚଳର ୨୭୨ଟି ୱାର୍ଡର ୪୪,୪୪,୮୯୬ ଲୋକ ପ୍ରଭାବିତ ହୋଇଥିଲେ। ଏଥିଯୋଗୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ଏହା ପରେ ‘ୟାସ୍‌’ ଓ ଗୁଲାବ ଭଳି ବାତ୍ୟା ମଧ୍ୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri