ସାବଧାନ! ଆମିଷ ଦୋକାନୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌, ଆମିଷ ବର୍ଜ୍ୟ ଏଣେତେଣେ ପକାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬।୧ବନ୍ଦନା ସେଠୀ): ଜନସ୍ବାସ୍ଥ୍ୟ, ପରିବେଶ ପରିମଳ ଏବଂ ବିମାନ ଚଳାଚଳ ଆଦିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆମିଷ ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି କରାଯାଇଛି । ମାଛ, ମାଂସ, କୁକୁଡ଼ା ଦୋକାନ, କଂସେଇଖାନା ଆଦିରୁ ବାହାରୁଥିବା ବର୍ଜ୍ୟ ଏଣେତେଣେ ପକାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଥିବାବେଳେ ଫେବୃଆରୀ ୧ରୁ ଚଢ଼ାଉ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ବିଏମ୍‌ସିର ସୂଚନାନୁସାରେ, ପ୍ରତ୍ୟେକ ମାଛ, ମାଂସ, ଅଣ୍ଡା ଦୋକାନ ଓ କଂସେଇଖାନା ପରିସରରେ ଆମିଷ ବର୍ଜ୍ୟ ସଂରକ୍ଷଣ କରିବା ବାଧ୍ୟତାମୂଳକ। ବର୍ଜ୍ୟଗୁଡ଼ିକୁ ଖୋଲାପାତ୍ର, ବାସ୍କେଟ୍‌ କିମ୍ବା ଅନାବୃତ ପାତ୍ରରେ ରଖାଯିବ ନାହିଁ। ସେହିପରି ରାସ୍ତା, ନାଳ, ଖୋଲାସ୍ଥାନ, ଜଳାଶୟ କିମ୍ବା ପଡ଼ିଆ ଜମିରେ ଆମିଷ ବର୍ଜ୍ୟ ନିଷ୍କାସନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସର୍ବନିମ୍ନ ୧୨୦ ମାଇକ୍ରୋନ୍‌ ମୋଟା ଜୈବ ବିଘଟନଯୋଗ୍ୟ ଆବର୍ଜନା ବ୍ୟାଗରେ ଏସବୁକୁ ସଂରକ୍ଷଣ କରି ରଖିବା ସହ କେବଳ ବିଏମ୍‌ସି ସଫେଇ ଗାଡ଼ିକୁ ହସ୍ତାନ୍ତର କରାଯିବ। ଏହାଦ୍ୱାରା ଏହାକୁ ବିଜ୍ଞାନସମ୍ମତ ସଂଗ୍ରହ ଓ ନିଷ୍କାସନ କରାଯାଇପାରିବ। ଆମିଷ ବ୍ୟବସାୟୀମାନେ ଆସନ୍ତା ଫେବୃଆରୀ ୧ ସୁଦ୍ଧା ଉପରୋକ୍ତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଅନୁପାଳନ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅମାନ୍ୟ କଲେ କଠିନ ବର୍ଜ୍ୟ ପରିଚାଳନା ନିୟମ, ୨୦୧୬ ପୌରପାଳିକା ଅଧିନିୟମ ଏବଂ ପ୍ରଯୁଜ୍ୟ ସୁରକ୍ଷିତ ବିମାନ ଚଳାଚଳ ନିୟମ ଅନୁଯାୟୀ ସମ୍ପୃକ୍ତ ଉଲ୍ଲଘଂନକାରୀଙ୍କ ବିରୋଧରେ ବିଭିନ୍ନ ପଦକ୍ଷେପ ଭାବେ ବାଣିଜ୍ୟ ଲାଇସେନ୍ସ ରଦ୍ଦ କରିବା, ଦୋକାନ ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଦି ଗ୍ରହଣ କରାଯିବ। ବିଏମ୍‌ସିର ଜୋନାଲ କମିଶନର, ସ୍ବାସ୍ଥ୍ୟ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର ଏବଂ ପ୍ରବର୍ତ୍ତନ ଟିମ୍‌ ୟୁନିଟ-୧, ୟୁନିଟ୍‌-୪ ଏବଂ ଅନ୍ୟାନ୍ୟ ସଂପୃକ୍ତ ବଜାର ଅଞ୍ଚଳଗୁଡ଼ିକରେ ବିଶେଷ ଧ୍ୟାନ ଦେଇ କଠୋର ତଦାରଖ, ବ୍ୟାପକ ପ୍ରଚାର ଓ ଏହି ଆଦେଶର ଉପଯୁକ୍ତ କାର୍ଯ୍ୟକାରିତାକୁ ନିଶ୍ଚିତ କରିବାକୁ କୁହାଯାଇଛି।
ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆମିଷ ବର୍ଜ୍ୟବସ୍ତୁର ଅନୁପଯୁକ୍ତ ପରିବହନ, ପରିଚାଳନା ଓ ନିଷ୍କାସନ ପାଇଁ ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଛି। ଏହାଦ୍ୱାରା ପକ୍ଷୀମାନଙ୍କର ସମାବେଶ ହେଉଛି। ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଚଳାଚଳ ସମୟରେ ପକ୍ଷୀ ମାଡ଼ ହୋଇ ଗୁରୁତର ବିପଦ ସୃଷ୍ଟି କରିବାର ସମ୍ଭାବନା ରହୁଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri