କାମରେ ଲାଗୁନି ଦେଉଳି ପାହାଡ଼ ଅତିଥିଶାଳା

ଧର୍ମଶାଳା,୧୫ା୭(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ବ୍ଲକ୍‌ କୁମାରୀ ପଞ୍ଚାୟତ ଅଧୀନ ବୌଦ୍ଧ କୀର୍ତ୍ତିରାଜି ସମ୍ପନ୍ନ ଦେଉଳି ପାହାଡ଼ରେ ଥିବା ଅତିଥିଶାଳା ଏବେ କାମରେ ଲାଗୁନାହିଁ। ଏହା ଭୂତକୋଠିରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ନିକଟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଉଛି।
ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜିର ବିକାଶ ସହିତ ପାହାଡ଼ ଶୀର୍ଷକୁ ଯିବାପାଇଁ ୧୦ବର୍ଷ ପୂର୍ବେ କଂକ୍ରିଟ୍‌ ଓ ପିଚୁ ରାସ୍ତା ହୋଇଛି। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଏକାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳବାସୀ ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜି ବୁଲି ଦେଖିବା ସହ ବଣଭୋଜି କରିପାରିବେ। ହେଲେ ଏହା ଅଞ୍ଚଳବାସୀଙ୍କ କାମରେ ଲାଗିବା ପରିବର୍ତ୍ତେ ପୂର୍ବ ସରକାର ସମୟରେ କେତେଜଣ ନେତା, ଠିକାଦାର ଓ ସରକାରୀ ଅଧିକାରୀଙ୍କ ଏଠାରେ ମଉଜ ମଜଲିସ୍‌ କେନ୍ଦ୍ର ପାଲଟିଥିଲା। ଏବେ ସରକାର ବଦଳିବା ପରେ ଆଉ ତାଲା ଖୋଲୁ ନ ଥିବା ଦେଖିବାକୁ ମିଳିଛି। ଏହା ଏବେ କାହା ଅଧୀନରେ ଅଛି ତାହା ମଧ୍ୟ ଜଣାପଡୁନାହିଁ।
ଏହା ନିକଟ ଦେଇ ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର, ବ୍ରାହ୍ମଣୀ ନଦୀ ଓ ୧୬ନମ୍ବର ଜାତୀୟ ରାଜପଥ ଯାଇଛି। ଗମନାଗମନ ସୁବିଧା ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସହଜରେ ପାହାଡ଼ ଉପରକୁ ଯାଇପାରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାହାଡ଼ ଉପରକୁ ପିଚୁ ରାସ୍ତା, ଅତିଥିଶାଳା ଏବଂ ୱାଚ୍‌ ଟାୱାର ନିର୍ମାଣ କରାଯାଇଛି। ହେଲେ ବିଦ୍ୟୁତ୍‌ ସଂଯୋଗ ଓ ପାଣିର ବ୍ୟବସ୍ଥା ନ ଥିବାରୁ ଏସବୁ ଅବ୍ୟବହୃତ ଅବସ୍ଥାରେ ରହିଛି। ପରିଚାଳନା ବ୍ୟବସ୍ଥା ନ ଥିବାରୁ ଏଠାରେ ନାନାଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ଅସାମାଜିକ ଯୁବକ ପଇଁତାରା ମାରୁଥିବାରୁ ମହିଳା ପର୍ଯ୍ୟଟକ ଏଠାରେ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି। ପ୍ରେମୀଯୁଗଳଙ୍କୁ ଧମକ ଚମକ ଦିଆଯାଇ ସେମାନଙ୍କ ନିକଟରୁ ଟଙ୍କା ଆଦାୟ କରାଯାଉଛି। ପାହାଡ଼ ବୁଲାଇବାକୁ କହି କିଛି ବର୍ଷ ପୂର୍ବେ ଏଠାରେ କୁଆଖିଆ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଆଣି ହତ୍ୟା କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଏଠାରେ ହତ୍ୟା କରାଯିବା ସହିତ ତାଙ୍କ ଝିଅଙ୍କୁ ବଳାତ୍କାର କରାଯାଇଥିଲା। ପାହାଡ଼ରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଥିଲା। ଏପରିକି ଧର୍ମଶାଳା ଥାନା ଅଞ୍ଚଳରେ ଲୁଟ୍‌ପାଟ୍‌ ପାଇଁ ଦୁର୍ବୃତ୍ତ ଦେଉଳି ପାହାଡ଼ରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିବାବେଳେ ଏକାଧିକ ଥର ଧରାପଡ଼ିଛନ୍ତି। ଏଠାରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଏହା ଏବେ ଅସୁରକ୍ଷିତ ହୋଇପଡ଼ିଛି। ପାହାଡ଼ ସମ୍ମୁଖ ଭାଗକୁ ତାରବାଡ଼ ଦିଆଯାଇ ଘେରାବନ୍ଦୀ କରାଯିବା ସହିତ ପାଦଦେଶ ରାସ୍ତାରେ ଏକ ଫାଟକ କରାଯାଇ ଜଗୁଆଳି ବ୍ୟବସ୍ଥା ହେବାକୁ ରାଜନୈତିକ ସ୍ତରରେ ଚିନ୍ତା କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri