କାମରେ ଲାଗୁନି ଦେଉଳି ପାହାଡ଼ ଅତିଥିଶାଳା

ଧର୍ମଶାଳା,୧୫ା୭(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ବ୍ଲକ୍‌ କୁମାରୀ ପଞ୍ଚାୟତ ଅଧୀନ ବୌଦ୍ଧ କୀର୍ତ୍ତିରାଜି ସମ୍ପନ୍ନ ଦେଉଳି ପାହାଡ଼ରେ ଥିବା ଅତିଥିଶାଳା ଏବେ କାମରେ ଲାଗୁନାହିଁ। ଏହା ଭୂତକୋଠିରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ନିକଟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଉଛି।
ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜିର ବିକାଶ ସହିତ ପାହାଡ଼ ଶୀର୍ଷକୁ ଯିବାପାଇଁ ୧୦ବର୍ଷ ପୂର୍ବେ କଂକ୍ରିଟ୍‌ ଓ ପିଚୁ ରାସ୍ତା ହୋଇଛି। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଏକାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳବାସୀ ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜି ବୁଲି ଦେଖିବା ସହ ବଣଭୋଜି କରିପାରିବେ। ହେଲେ ଏହା ଅଞ୍ଚଳବାସୀଙ୍କ କାମରେ ଲାଗିବା ପରିବର୍ତ୍ତେ ପୂର୍ବ ସରକାର ସମୟରେ କେତେଜଣ ନେତା, ଠିକାଦାର ଓ ସରକାରୀ ଅଧିକାରୀଙ୍କ ଏଠାରେ ମଉଜ ମଜଲିସ୍‌ କେନ୍ଦ୍ର ପାଲଟିଥିଲା। ଏବେ ସରକାର ବଦଳିବା ପରେ ଆଉ ତାଲା ଖୋଲୁ ନ ଥିବା ଦେଖିବାକୁ ମିଳିଛି। ଏହା ଏବେ କାହା ଅଧୀନରେ ଅଛି ତାହା ମଧ୍ୟ ଜଣାପଡୁନାହିଁ।
ଏହା ନିକଟ ଦେଇ ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର, ବ୍ରାହ୍ମଣୀ ନଦୀ ଓ ୧୬ନମ୍ବର ଜାତୀୟ ରାଜପଥ ଯାଇଛି। ଗମନାଗମନ ସୁବିଧା ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସହଜରେ ପାହାଡ଼ ଉପରକୁ ଯାଇପାରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାହାଡ଼ ଉପରକୁ ପିଚୁ ରାସ୍ତା, ଅତିଥିଶାଳା ଏବଂ ୱାଚ୍‌ ଟାୱାର ନିର୍ମାଣ କରାଯାଇଛି। ହେଲେ ବିଦ୍ୟୁତ୍‌ ସଂଯୋଗ ଓ ପାଣିର ବ୍ୟବସ୍ଥା ନ ଥିବାରୁ ଏସବୁ ଅବ୍ୟବହୃତ ଅବସ୍ଥାରେ ରହିଛି। ପରିଚାଳନା ବ୍ୟବସ୍ଥା ନ ଥିବାରୁ ଏଠାରେ ନାନାଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ଅସାମାଜିକ ଯୁବକ ପଇଁତାରା ମାରୁଥିବାରୁ ମହିଳା ପର୍ଯ୍ୟଟକ ଏଠାରେ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି। ପ୍ରେମୀଯୁଗଳଙ୍କୁ ଧମକ ଚମକ ଦିଆଯାଇ ସେମାନଙ୍କ ନିକଟରୁ ଟଙ୍କା ଆଦାୟ କରାଯାଉଛି। ପାହାଡ଼ ବୁଲାଇବାକୁ କହି କିଛି ବର୍ଷ ପୂର୍ବେ ଏଠାରେ କୁଆଖିଆ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଆଣି ହତ୍ୟା କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଏଠାରେ ହତ୍ୟା କରାଯିବା ସହିତ ତାଙ୍କ ଝିଅଙ୍କୁ ବଳାତ୍କାର କରାଯାଇଥିଲା। ପାହାଡ଼ରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଥିଲା। ଏପରିକି ଧର୍ମଶାଳା ଥାନା ଅଞ୍ଚଳରେ ଲୁଟ୍‌ପାଟ୍‌ ପାଇଁ ଦୁର୍ବୃତ୍ତ ଦେଉଳି ପାହାଡ଼ରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିବାବେଳେ ଏକାଧିକ ଥର ଧରାପଡ଼ିଛନ୍ତି। ଏଠାରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଏହା ଏବେ ଅସୁରକ୍ଷିତ ହୋଇପଡ଼ିଛି। ପାହାଡ଼ ସମ୍ମୁଖ ଭାଗକୁ ତାରବାଡ଼ ଦିଆଯାଇ ଘେରାବନ୍ଦୀ କରାଯିବା ସହିତ ପାଦଦେଶ ରାସ୍ତାରେ ଏକ ଫାଟକ କରାଯାଇ ଜଗୁଆଳି ବ୍ୟବସ୍ଥା ହେବାକୁ ରାଜନୈତିକ ସ୍ତରରେ ଚିନ୍ତା କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri