ପର୍ଯ୍ୟଟକଙ୍କ ବିନା ଖାଁ ଖାଁ ଲାଗୁଛି ଗୁଡ଼ହାଣ୍ଡି ଡୋକରୀଚଞ୍ଚରା

କୋକସରା, ୨୫।୧୧ (ଡି.ଏନ.ଏ)-ଶୀତୁଆ ସକାଳରେ ଶୀତର ମଜା ନେବା ସହ ପ୍ରକୃତି ରାଣୀ କୋଳରେ ଦିନ ଟିଏ ବିତାଇବାକୁ କିଏ ବା ନ ଚାହେଁ। ତେବେ ଆଜିକୁ ପ୍ରାୟ ୭ ମାସରୁ ଊର୍ଦ୍ଧ ହେବ ଲୋକେ କୋଭିଡ କଟକଣା ଯୋଗୁ ଘରୁ ଗୋଡ କାଢୁ ନାହାନ୍ତି। ଏଣେ ପର୍ଯ୍ୟଟକଙ୍କ ବିନା ଖାଁ ଖାଁ ଲାଗୁଛି ପର୍ଯ୍ୟଟନସ୍ଥଳି ଗୁଡିକ। କଳାହାଣ୍ଡିର ଅନ୍ୟତମ ପ୍ରକୃତିକୋଳରେ ଥିବା ପର୍ଯ୍ୟଟନସ୍ଥଳି ହେଉଛି ଗୁଡହାଣ୍ଡି ଡୋକରୀଚଞ୍ଚରା। କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ହୋଇଥାଏ। କୋଭିଡ କଟକଣା ଯୋଗୁ ଦୀର୍ଘ ମାସ ହେବ କୌଣସି ପର୍ଯ୍ୟଟକଙ୍କ ପାଦ ପଡିନାହିଁ। ପ୍ରାୟତଃ ବର୍ଷର ସେପ୍ଟେମ୍ବରରୁ ଜାନୁୟାରୀ ମାସ ପର୍ଯ୍ୟନ୍ତ ବଣଭୋଜି ପାଇଁ ପିକ୍‌ନିକ୍‌ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଲାଗିରୁହେ। ଏହା ବ୍ୟତୀତ ଏହି ପର୍ଯ୍ୟଟନରେ ରହିଛି ମଧୁମାଧବ ତୀର୍ଥ, ପ୍ରତିବର୍ଷ ରାମନବମୀ ସମୟରେ ଏଠାରେ ୭ଦିନ ଧରି ପ୍ରଭୂ ଶ୍ରୀ ରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏହି ସମୟରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୁଏ । ତେବେ କରୋନା ଯୋଗୁ କେହି ଶ୍ରଦ୍ଧାଳୁ କିମ୍ବା ପର୍ଯ୍ୟଟକ ଆସି ନାହାଁନ୍ତି। ଝରଣାର କୁଳୁକୁଳୁ ନାଦ ସହ ଚଢେଇମାନଙ୍କ କିଚିରି ମିଚିରି ଶଦ୍ଦ ଭିତରେ ନିରବି ଯାଇଛି ପରିବେଶ। କେବେ କୋଭିଡ କଟକଣା ହଟିବ ଓ ପୁଣି କେବେ ପର୍ଯ୍ୟଟକଙ୍କ କୋଳାହଲରେ ଗୁଞ୍ଜରିତ ହେବ ଏହି ନିରବି ଯାଇଥିବା ପରିବେଶ ତାହାକୁ ହିଁ ଅପେକ୍ଷା ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ହଷ୍ଟେଲରେ ଆଖିବୁଜିଲେ ଛାତ୍ରୀ: ସାଂଘାତିକ ଅଭିଯୋଗ ଆଣିଲେ ପରିବାର

ରାୟଗଡା,୩/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ…

ଛେଳି ଚୋରିକୁ ନେଇ କଙ୍ଗାରୁ କୋର୍ଟ: ନବମ ଶ୍ରେଣୀ ଛାତ୍ରଙ୍କ ଗଲା ଜୀବନ, ୧୨ ଗ୍ରାମବାସୀ ଗିରଫ

ବାରିପଦା,୩।୩ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛେଳି ଚୋରକୁ ନେଇ କଙ୍ଗାରୁ କୋର୍ଟ। ଘଟଣାକୁ ନେଇ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ପରେ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି…

ଭାଜପାର ମିଶ୍ରଣ ପର୍ବ କଂଗ୍ରେସ, ବିଜେଡିର ୩ ଶହରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ:) କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ…

ଶୋଇଥିଲେ ସ୍ବାମୀ-ସ୍ତ୍ରୀ: ଘରେ ପଶିଲେ ୫ ମୁଖା ପିନ୍ଧା ଯୁବକ, ଆଉ ତା’ପରେ…

ଲଇକେରା,୩।୩(ରଞ୍ଜନ କୁମାର ମେହେର): ଲଇକେରା ଥାନା ତାଳମୁଣ୍ଡାଠାରେ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କର ଗୋଡ ହାତ ବାନ୍ଧି ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ୧୫ ଭରି…

ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ଠେଲାପେଲା: ଭକ୍ତ ଆହତ

ପୁରୀ,୩।୩: ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଦୋଳବେଦୀକୁ ଚଳନ୍ତି ପ୍ରତିମା ବିଜେ ସମୟରେ ଏହି ଅଘଟଣ ଘଟିଛି। ଉତ୍ତର ପ୍ରଦେଶର…

ଗଞ୍ଜାମ ଐତିହାସିକ ଦୋଳ ଯାତ୍ରା: ଏନଏସି ବିଜେଡି ପକ୍ଷରୁ ପାନୀୟ ଜଳ ବଣ୍ଟନ

ଗଞ୍ଜାମ,୩।୩(ବିଦ୍ୟାଧର ସାହୁ ) : ଗଞ୍ଜାମ ସହରରେ ଚାଲିଥିବା ଐତିହାସିକ ଦୋଳ ଯାତ୍ରାର ଆଜି ଶେଷ ଦିବସ । ମଙ୍ଗଳବାର ବଜାର ଯାତ୍ରା ଅନୁଷ୍ଠିତ ହୋଇଛି। ଏହି…

ପରଲୋକରେ ଏମ୍‌ପି ପ୍ରତିନିଧିଙ୍କ ମା’, ଶେଷ ଦର୍ଶନ କଲେ ଏମ୍‌ପି ଅନନ୍ତ ନାୟକ, ଅଞ୍ଚଳରେ ଶୋକର ଛାୟା

ପାଟଣା,୩।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମର ଧର୍ମ ପରାୟଣ ତଥା ପରୋପକାରୀ ମହିଳା କୌଶଲ୍ୟା ପଲେଇଙ୍କ ସୋମବାର ବିଳମ୍ବିତ…

ଗାଁରେ ପହଞ୍ଚିଲା ଦାଦନଙ୍କ ମୃତଦେହ, ସରକାରୀ ସହାୟତାକୁ ଅପେକ୍ଷା

ଦାରିଙ୍ଗବାଡି, ୩ /୩ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ଜଣେ ଯୁବକଙ୍କ କେରଳ ରାଜ୍ୟର ରାଜଧାନୀ ଥିରୁଭାନନ୍ତପୁରମରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri